Advertisment

US-Iran Conflict: ଜାହାଜରେ ଥିବା ଶୌଚାଳୟ ଖରାପ ହେଲାଣି, ଚିନ୍ତାରେ ୫୦୦୦ ଆମେରିକା ନାବିକ

ବିଶ୍ୱର ସବୁଠାରୁ ବଡ଼ ବିମାନବାହକ ଜାହାଜରେ ଥିବା ପ୍ରାୟ ୫,୦୦୦ ନାବିକଙ୍କ ପାଇଁ ଇରାନ ବିରୋଧରେ ଲଢ଼େଇ କରିବା ଠାରୁ ଆଉ ଏକ ବଡ଼ ସମସ୍ୟା ଉଭା ହୋଇଛି। ସେମାନେ ମୁତୟନ ହୋଇଥିବା ଜାହାଜରେ ଥିବା ୬୫୦ଟି ଶୌଚାଳୟ ଖରାପ ହୋଇଗଲାଣି।

author-image
Hemant Lenka
US

ଆମେରିକା

ଆମେରିକା(US) ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ଏତେ ସଂଖ୍ୟକ ଯୁଦ୍ଧଜାହାଜ ଓ ବିମାନର ଠୁଳ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଉଥିବା ବେଳେ ଏପରି ସମରସଜ୍ଜା ସମସ୍ତଙ୍କ ମନରେ ଯୁଦ୍ଧର ଭୟ ସୃଷ୍ଟି କରିଛି।

Advertisment

ତଥାପି ବିଶ୍ୱର ସବୁଠାରୁ ବଡ଼ ବିମାନବାହକ ଜାହାଜରେ ଥିବା ପ୍ରାୟ ୫,୦୦୦ ନାବିକଙ୍କ ପାଇଁ ଇରାନ(Iran) ବିରୋଧରେ ଲଢ଼େଇ କରିବା ଠାରୁ ଆଉ ଏକ ବଡ଼ ସମସ୍ୟା ଉଭା ହୋଇଛି। ସେମାନେ ମୁତୟନ ହୋଇଥିବା ଜାହାଜରେ ଥିବା ୬୫୦ଟି ଶୌଚାଳୟ ଖରାପ ହୋଇଗଲାଣି। ଏଥିଯୋଗୁ ସେମାନେ ନାନା ପ୍ରକାରର ସମସ୍ୟାକୁ ସାମ୍ନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି। 

ୟୁଏସ୍ଏସ୍ ଗେରାଲ୍ଡ ଆର ଫୋର୍ଡ ଗତବର୍ଷ ଜୁନ୍ ମାସରୁ ସମୁଦ୍ରରେ ରହିଛି। ଏବେ ରିପବ୍ଲିକାନ୍ ନେତା ଟ୍ରମ୍ପଙ୍କ ଦ୍ୱାରା ଏହାର ମୁତୟନ ଅବଧିକୁ ଦ୍ୱିତୀୟ ଥର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିଯୋଗୁ ଜାହାଜ ଓ ଏଥିରେ ଥିବା ସଦସ୍ୟମାନଙ୍କ ଆଗରେ ଅନେକ ସମସ୍ୟା ମୁଣ୍ଡ ଟେକିଛି। ଏହା ମଧ୍ୟରେ ଜାହାଜର ଶୌଚାଳୟ ଜାମ୍ ହେବା ଓ ସ୍ୱରେଜ ସମସ୍ୟା ପ୍ରମୁଖ ରହିଛି। 

Advertisment

ଫୋର୍ଡ ଜାନୁଆରୀରେ ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ମିଶନ ପରେ ଚାଳକ ଦଳକୁ ସୂଚନା ମିଳିଥିଲା ଯେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ ହେଉଛି। ଏଥିପାଇଁ ସେମାନଙ୍କ ସମୁଦ୍ରରେ ରହଣୀ ଅବଧି ବଢ଼ାଯାଇଛି। ସେମାନେ ଅନ୍ୟ ଏକ ବିମାନବାହକ ଜାହାଜରେ ଯୋଗ ଦେବା ପାଇଁ ମଧ୍ୟପ୍ରାଚ୍ୟ ଆଡ଼କୁ ଯାଇଥିଲେ।

ସାଧାରଣତଃ ଶାନ୍ତିକାଳରେ ଗୋଟିଏ ବିମାନବାହକ ଜାହାଜର ମୁତୟନ ହେବା ଅବଧି ୬ ମାସ ବୋଲି ଅବସରପ୍ରାପ୍ତ ରିୟର ଆଡମିରାଲ୍ ମାର୍କ ମଣ୍ଟଗୋମରି କହିଛନ୍ତି। ଫୋର୍ଡର ନାବିକମାନେ ୮ ମାସ ଧରି ସମୁଦ୍ରରେ ଅଛନ୍ତି ଓ ଏହି ଅବଧି ଏବେ ୧୧ ମାସ ପର୍ଯ୍ୟନ୍ତ ବଢ଼ିପାରେ, ଯାହା ଆମେରିକୀୟ ନୌସେନାର କୌଣସି ଜାହାଜ ଦ୍ୱାରା ନିରନ୍ତର ସମୁଦ୍ରରେ ମୁତୟନ ହେବା ରେକର୍ଡ ଭାଙ୍ଗିବ।

ଶୌଚାଳୟ ଓ ପ୍ଲମ୍ବିଙ୍ଗ୍ ପ୍ରଣାଳୀ

ସମୁଦ୍ରରେ ୮ ମାସ ରହିବା ଜାହାଜ ଉପରେ ଅନେକ ପ୍ରଭାବ ପକାଇଥାଏ। ରକ୍ଷଣାବେକ୍ଷଣ ଓ ମରାମତିରେ ବିଳମ୍ବ ହେବା ଯୋଗୁ ଉପକରଣଗୁଡ଼ିକ ଖରାପ ହୋଇଯାଏ। ଏନ୍‌ପିଆର୍ ଜାନୁଆରୀରେ ରିପୋର୍ଟ କରିଥିଲା ଯେ ବିମାନବାହକ ଜାହାଜର ପ୍ଲମ୍ବିଙ୍ଗ୍ ପ୍ରଣାଳୀ ଖରାପ ହେଉଛି। ୧୩ ବିଲିୟନ୍ ଡଲାର ଖର୍ଚ୍ଚରେ ନିର୍ମିତ ଏହି ବିମାନବାହକ ଜାହାଜର ଶୌଚାଳୟଗୁଡ଼ିକ କାମ କରୁନାହିଁ ଓ ନାବିକମାନେ ଲିକ୍ ଠିକ୍ କରିବା ପାଇଁ ୨୪ ଘଣ୍ଟା କାମ କରୁଛନ୍ତି।

ଏନ୍‌ପିଆର୍‌ର ରିପୋର୍ଟ ଅନୁଯାୟୀ, ଯେହେତୁ ଏହା ଏକ ଭ୍ୟାକ୍ୟୁମ୍ ସିଷ୍ଟମ୍, ତେଣୁ ଗୋଟିଏ ଶୌଚାଳୟରେ ଖରାପ ହେଲେ ଜାହାଜର ସେହି ଅଂଶର ସମସ୍ତ ଶୌଚାଳୟର କାମ ବନ୍ଦ ହୋଇଯାଇପାରେ। ଏହା ରକ୍ଷଣାବେକ୍ଷଣ ଦଳ ପାଇଁ ସମସ୍ୟାକୁ ଠାବ କରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଜାହାଜରେ ଥିବା ଜଣେ ନାବିକ ଜର୍ନାଲ୍‌କୁ କହିଛନ୍ତି ଯେ ଦଳର ସଦସ୍ୟମାନେ ଏବେ ପୂରା ବିରକ୍ତ ହୋଇ ଯାଇଛନ୍ତି।

ସେମାନେ କୂଳକୁ ଫେରିବା ମାତ୍ରେ ନୌସେନା ଛାଡ଼ିବାକୁ ଚାହୁଁଛନ୍ତି। ଜାହାଜରେ ଥିବା ଅଧିକାଂଶ ପୁରୁଷ ଓ ମହିଳାଙ୍କ ବୟସ ପ୍ରାୟ ୨୦ ବର୍ଷ। ଯୁବାବସ୍ଥାରେ ସେମାନେ ପରିବାରକୁ ଏବେ ମନେପକାଇବା ଆରମ୍ଭ କରିଛନ୍ତି।

ବିମାନବାହକ ଜାହାଜର କାର୍ଯ୍ୟକଳାପ ସହିତ ଜଡ଼ିତ ଗୋପନୀୟତା ଯୋଗୁ ସେମାନେ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇପାରୁ ନାହାନ୍ତି। ତେଣୁ ସେମାନେ ନୌସେନା ଛାଡ଼ିବାକୁ ମଧ୍ୟ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। 

Iran US