Advertisment

ଗାଜା ହସ୍ପିଟାଲରେ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା

ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ କରିଛନ୍ତି।

Tunnel Found

Tunnel Found

Advertisment

ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ କରିଛନ୍ତି। ଏହା ଆତଙ୍କବାଦୀଙ୍କ ସୁଡଙ୍ଗ ବୋଲି ଆଇଡିଏଫ୍ ଦାବି କରିଛି। 

Advertisment

ସେନା କହିଛି ଯେ, ଆଇଡିଏଫ୍ ଇଞ୍ଜିନିୟରମାନେ ସ୍ୱତନ୍ତ୍ର ଅପରେସନ୍ କରିବା ସମୟରେ ୧୦ ମିଟର ଗଭୀରରେ ଏକ ସୁଡଙ୍ଗ ଠାବ କରିଛନ୍ତି, ଯାହା ୫୫ ମିଟର ପର୍ଯ୍ୟନ୍ତ ବ୍ୟାପିଛି। ଇସ୍ରାଏଲ୍ ସୈନ୍ୟବାହିନୀକୁ କମାଣ୍ଡ ସେଣ୍ଟର୍ ଏବଂ ହାମାସର ଭୂତଳକୁ ପ୍ରବେଶ ନକରାଇ ଦେବା ପାଇଁ ହାମାସ୍ ଆତଙ୍କବାଦୀ ସଂଗଠନ ଏହି ସୁଡଙ୍ଗ କରିଥିବା ଆଇଡିଏଫ୍ ଏକ ବିବୃତ୍ତିରେ କହିଛି। କିନ୍ତୁ ସୁଡଙ୍ଗ ବାହାରେ କଣ ରହିଛି, ତାହା ପ୍ରକାଶ କରିନି ଆଇଡିଏଫ୍ 

ପ୍ରକାଶ ଥାଉ କି, ଗାଜା ସହରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଲାଗିରହିଛି। ଯୁଦ୍ଧକୁ ଦେଢ ମାସ ବିତି ସାରିଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଅଲ୍ ସିଫା ହସ୍ପିଟାଲ।

Advertisment

ଯୁଦ୍ଧ ଆରମ୍ଭର କିଛି ଦିନ ମଧ୍ୟରେ ଏହି ହସ୍ପିଟାଲ୍ ଉପରେ ଏୟାର୍ ଷ୍ଟ୍ରାଇକ୍ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ। ହମାସ ସଂଗଠନ ମଧ୍ୟ ହସ୍ପିଟାଲରୁ ଶତାଧିକ ଶିଶୁ ଏବଂ ସାଧାରଣ ନାଗରିକଙ୍କୁ ଉଠାଇ ନେଇ ପଣବନ୍ଦୀ କରି ରଖିଛି। 

Tunnel Found IDF Israel-Hamas War Tunnel Found In Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe