Advertisment

Middle East War: ଇରାନ ଉପରେ ଇସ୍ରାଏଲ-ଆମେରିକା ଆକ୍ରମଣ: ୫୫୫ ମୃତ, ୧୩୧ ସହରରେ ହମଲା ଜାରି

ଇରାନର ୧୩୧ଟି ସହରରେ ଏବେ ବି ଆକ୍ରମଣ ଜାରି ରହିଛି। ଇରାନର ପାଲଟା ଆକ୍ରମଣରେ ମଧ୍ୟ ଇସ୍ରାଏଲରେ ୧୧ ଜଣଙ୍କ ଜୀବନ ଯାଇଥିବା ଇରାନୀୟ ରେଡ କ୍ରେସେଣ୍ଟ ସୋସାଇଟୀ ପକ୍ଷରୁ ସୂଚନା ଦିଆଯାଇଛି।

Attack

ଆକ୍ରମଣ

Advertisment

ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ କ୍ରମାଗତ ୩ୟ ଦିନରେ ଜାରି ରହିଛି। ଇରାନରେ ଇସ୍ରାଏଲ ଓ ଆମେରିକା କରୁଥିବା ହମଲା ଯୋଗୁ ୫୫୫ ଜଣଙ୍କ ମୃତ୍ୟୁ ଘଟି ସାରିଲି। ସେହିପରି ଇରାନର ୧୩୧ଟି ସହରରେ ଏବେ ବି ଆକ୍ରମଣ ଜାରି ରହିଛି। ଇରାନର ପାଲଟା ଆକ୍ରମଣରେ ମଧ୍ୟ ଇସ୍ରାଏଲରେ ୧୧ ଜଣଙ୍କ ଜୀବନ ଯାଇଥିବା ଇରାନୀୟ ରେଡ କ୍ରେସେଣ୍ଟ ସୋସାଇଟୀ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଶନିବାର ରାତି ପ୍ରାୟ ୩ଟା ବେଳେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ମିଳିତ ଭାବେ ଇରାନର ରାଜଧାନୀ ତେହରାନ ସମେତ ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ସମେତ ଶତାଧିକ ବରିଷ୍ଠ କମାଣ୍ଡର ଓ ରାଜନେତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇରାନ ମଧ୍ୟ ପ୍ରତିଶୋଧନକୁ ପ୍ରୟାସ କରିଛି।

ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟ(Middle East war updates) ଦେଶଗୁଡ଼ିକରେ ଥିବା ଆମେରିକାର ସେନା ଘାଟି, ଏୟାର ବେସ୍‌ ଓ ନୌସେନା ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ଇରାନ ସମର୍ଥନରେ ହେଜବୋଲ୍ଲା ଭଳି ବିଭିନ୍ନ ସଂଗଠନ ମଧ୍ୟ ଇସ୍ରାଏଲ ଉପରେ ମିସାଇଲ ଓ ଡ୍ରୋନ ମାଡ଼ କରିଛନ୍ତି।

Advertisment

ଏହାର ଜବାବ ମଧ୍ୟ ଇସ୍ରାଏଲ ଓ ଆମେରିକା ଦେଉଛନ୍ତି। ଏହାକୁ ନେଇ ପୂରା ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇ ଉଠିଛି। ଏସବୁ ଭିତରେ ଇରାନରେ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁ ୩ ଦିନରେ ୫୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। 

ଇରାନ ପକ୍ଷରୁ କୁଏତ ଠାରୁ ଆରମ୍ଭ କରି ସାଉଦି ଓ ୟୁଏଇରେ ଆକ୍ରମଣ ଜାରି ରହିଥିବାରୁ ଆମେରିକା କାଉଣ୍ଟର ଆଟାକ ଆରମ୍ଭ କରିଛି। ଆମେରିକା ଓ ଇସ୍ରାଏଲ  ଆକ୍ରମଣ ଜାରି ରଖିଥିବାରୁ ୱାଶିଂଟନ ସହ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି ଇରାନର ବରିଷ୍ଠ ସୁରକ୍ଷା ଅଧିକାରୀ ଅଲୀ ଲାରିଜାନି। 

ଅନ୍ୟପକ୍ଷରେ ବାଗଦାଦ ଏୟାରପୋର୍ଟରେ ହୋଇଥିବା ଡ୍ରୋନ ଆଟାକ ପାଇଁ ଇରାନ ସମର୍ଥିତ ଗୋଟିଏ ମିଲିସିଆ ଗ୍ରୁପ ନିଜକୁ ଦାୟୀ କରିଛି। ଏହାପୂର୍ବରୁ ଏହି ମିଲିସିଆ ଗ୍ରୁପ ଇରାକର ଇର୍ବିଲରେ ଥିବା ଆମେରିକାର ଗୋଟିଏ ବେସ୍‌କୁ ମିସାଇଲ ମାଡ଼ କରିଥିଲା। ସାଇପ୍ରସରେ ଥିବା ବ୍ରିଟେନର ଗୋଟିଏ ବେସ ଉପରେ ଆକ୍ରମଣ ହୋଇଛି।  

Middle East war updates Middle East
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe