Advertisment

Earthquake: ଆଫଗାନିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ, ଥରିଲା ଜମ୍ମୁ-କଶ୍ମୀର

ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନରେ ରହିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନ ଓ ଭାରତର ଜମ୍ମୁ-କଶ୍ମୀରରେ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।

author-image
Hemant Lenka
Earth-quack

ଭୂକମ୍ପ

ପାକିସ୍ତାନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଆଫଗାନିସ୍ତାନ(Afghanistan Earthquake)। ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।

Advertisment

ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନ(Earthquake)ରେ ରହିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନ ଓ ଭାରତର ଜମ୍ମୁ-କଶ୍ମୀରରେ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ତେବେ ଏହାର ତୀବ୍ରତା ଯଥେଷ୍ଟ କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ତେବେ ଝଟକା ପରେ ଲୋକମାନେ ନିଜ ନିଜର ଘର ଓ ଅଫିସରୁ ବାହାରି ଯାଇଥିଲେ। ସେମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଛିଡ଼ା ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ୫.୪୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତରେ ରହିଛି। ଭୂକମ୍ପଟି ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। 

ତେବେ ଏଯାଏ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନାହିଁ। ତଥାପି କିଛି ସ୍ଥାନରେ ଘରଗୁଡ଼ିକ ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି। ହେଲେ ଏହାକୁ ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯାଇ ନାହିଁ।

ଏହାପୂର୍ବରୁ ସେପ୍ଟେମ୍ବର ୪ରେ ଦକ୍ଷିଣପୂର୍ବ ଆଫଗାନିସ୍ତାନ ୬.୨ ତୀବ୍ରତାର ଭୂକମ୍ପରେ ଦୋହଲି ଯାଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଭୂକମ୍ପ ଯୋଗୁ ୨୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଶହଶହ ଘର ମାଟିରେ ମିଶି ଯାଇଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଗୋଟିଏ ଭୂକମ୍ପ ଝଟକାରେ ଆଫଗାନିସ୍ତାନ ଥରିଛି। ଏଥିଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। 

ଭୂକମ୍ପ ଝଟକା ପରେ ତାଲିବାନ ଶାସନରେ ଥିବା ଆଫଗାନିସ୍ତାର ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ କ୍ଷୟକ୍ଷତି ଆକଳନ କରିବାରେ ଲାଗିଛନ୍ତି। କିନ୍ତୁ କୌଣସି ଗଣମାଧ୍ୟମରେ କ୍ଷୟକ୍ଷତିର ରିପୋର୍ଟ ଏଯାଏ ପ୍ରକାଶ ପାଇନାହିଁ। ସମ୍ଭବତଃ ପରବର୍ତ୍ତୀ ଅବସ୍ଥାରେ ତାଲିବାନ ସରକାର ପକ୍ଷରୁ ଏ ସମ୍ପର୍କରେ ବିବୃତି ଜାରି କରାଯିବ। 

Earthquake Afghanistan Earthquake