Advertisment

ନାଇଜେରିଆରେ ଆତଙ୍କରାଜ : ବୋକୋ ହାରାମ ଆକ୍ରମଣରେ ୫୭ ନିହତ, ୭୦ ନିଖୋଜ

ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆର ବୋର୍ଣ୍ଣୋର ଦୁଇଟି ଗାଁରେ ଭୟଙ୍କର ଆକ୍ରମଣ କରିଛି ବୋକୋ ହାରାମ ନାମକ ଏକ ଉଗ୍ରବାଦୀ ସଂଗଠନ। ଏହି ସଂଗଠନର ଆକ୍ରମଣରେ ଅନ୍ୟୁନ ୫୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭୦ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ହତ୍ୟା କରାଯାଇ ମୃତଦେହ ଗାଏବ କରଯାଇଥିବା ସନ୍ଦେହ କରଯାଉଛି।

author-image
Debendra Prusty
Boko Haram Members

Boko Haram Members

ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆର ବୋର୍ଣ୍ଣୋର ଦୁଇଟି ଗାଁରେ ଭୟଙ୍କର ଆକ୍ରମଣ କରିଛି ବୋକୋ ହାରାମ ନାମକ ଏକ ଉଗ୍ରବାଦୀ ସଂଗଠନ। ଏହି ସଂଗଠନର ଆକ୍ରମଣରେ ଅନ୍ୟୁନ ୫୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭୦ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ହତ୍ୟା କରାଯାଇ ମୃତଦେହ ଗାଏବ କରଯାଇଥିବା ସନ୍ଦେହ କରଯାଉଛି। ବୋକୋ ହାରାମର ଜମାତୁ ଆହଲିସ୍‌ ସୁନ୍ନା ଲିଦାବତି ୱାଲ୍‌ଜିହାଦ ବା ଜେଏଏସ୍‌ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା।

Advertisment

ମଲ୍ଲମ କରାମଟି ଏବଂ କ୍ୱାଟାଣ୍ଡାଶି ନାମକ ଦୁଇଟି ଗାଁ ଉପରେ ଜେଏଏସର ଆତଙ୍କବାଦୀ ଚଢ଼ାଉ କରିଥିଲେ। ସେମାନେ ଦୁଇଟି ଯାକ ଗାଁର ଶତାଧିକ ଲୋକଙ୍କୁ ଧମକଚମକ୍‌ ଦେଇ ନିକଟସ୍ଥ ଏକ ବୁଦାଳିଆ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ କାହାର ଗଳା କାଟି ଓ କାହାକୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ଗଣମାଧ୍ୟମକୁ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମିଳିଛି।

ଏହି ବିବରଣୀ ଅନୁସାରେ ରବିବାର ସୁଦ୍ଧା ୫୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଆହୁରି ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ମୃତଦେହକୁ ଆତଙ୍କବାଦୀମାନେ ଗାଏବ କରିଦେଇଥିବା ଅଭିଯୋଗ ହେଉଛି।

Advertisment

ବାସ୍ତବରେ ଏହି ଆକ୍ରମଣରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା ବୋର୍ଣ୍ଣୋର ପ୍ରାଦେଶିକ ସରକାର ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ନାଇଜେରିଆର ସେନା ବାହିନୀ ଘଟଣାସ୍ଥଳରେ ଯାଞ୍ଚ କାର୍ଯ୍ୟ ବିଳମ୍ବ କରିଥିବାରୁ ମଧ୍ୟ ଆକ୍ରମଣର ଉଦ୍ଦେଶ୍ୟ ଓ ମୃତ୍ୟୁସଂଖ୍ୟା ନେଇ ସେନା ତରଫରୁ କିଛି କୁହାଯାଇନାହିଁ।

ନାଇଜେରିଆରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ୱେଷ୍ଟ ଏସିଆ ବା ଇସ୍ୱାପ୍‌ ବୋଲି ଏକ ଆତଙ୍କବାଦୀ ସଂଗଠନ କାମ କରେ। ଏହି ସଂଗଠନ ମୁଖ୍ୟତ ସରକାରୀ କାର୍ଯ୍ୟାଳୟ ଓ ସେନା ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କୁଖ୍ୟାତି ଅର୍ଜନ କରିଛି। ଅନ୍ୟପକ୍ଷରେ ଜେଏଏସ୍‌ ପରି ସଂଗଠନ ଡକାୟତି ଓ ଲୁଟ୍‌ତରାଜରୁ ପାଣ୍ଠି ସଂଗ୍ରହ କରିଥାଏ। ସେମାନେ ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିଥାନ୍ତି। ମଲ୍ଲମ କରାମଟି ଓ କ୍ୱାଟାଣ୍ଡାଶି ଗାଁର ଲୋକମାନେ ଇସ୍ୱାପ୍‌ ପାଇଁ କାମ କରୁଥିଲେ ବୋଲି ଜେଏଏସ୍‌ର ଉଗ୍ରବାଦୀମାନେ ସନ୍ଦେହ କରୁଥିଲେ। ସେହି କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ସୋମବାର ଇସ୍ୱାପର ଆତଙ୍କବାଦୀମାନେ ନାଇଜେରିଆର ମାର୍ତେରେ ଥିବା ୫୦ ଟାସ୍କ ଫୋର୍ସ ବାଟାଲିୟନ ଉପରେ ଅତର୍କିତ ଆକ୍ରମଣ କରିବା ଫଳରେ ଅନେକ ସେନ୍ୟଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଏହି ପ୍ରଦେଶରେ ବହୁ ବର୍ଷ ହେଲାଣି ଏହିଭଳି ଅନେକ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଏସବୁ ଘଟଣାରେ ଅନେକ ସଂଖ୍ୟକ ସୈନିକ ଓ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି।

Terrorist Nigerian Citizens Terrorism