Advertisment

ଚୀନରେ ବଡ ଧରଣର ଭୂକମ୍ପ; ଶତାଧିକ ଲୋକ ମୃତ

ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି।

ଅଦ୍ୟତନ ହୋଇଛି
Rescue Team

Rescue Team

Advertisment

ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି। ଏଥିରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧  ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬.୨ ମ୍ୟାଗ୍ୟୁଚ୍ୟୁଡର ଝଟକା ଲାଗିଛି। ଲୋକମାନେ ଘରେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଶତାଧିକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲା। ଉଦ୍ଧାରକାରୀ ଟିମ୍ ପହଞ୍ଚି ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।  

Advertisment

ବିପର୍ଯ୍ୟୟ ନିରାକରଣ, ହ୍ରାସ ଏବଂ ରିଲିଫ ପାଇଁ ଚୀନ୍‌ର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ରିଲିଫ୍ ବ୍ୟବସ୍ଥା ଯୋଗାଇ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। 

Earthquake Earthquake Strikes China China Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe