Advertisment

ଶ୍ରୀଲଙ୍କାରେ ଭୂମିକମ୍ପ, ତୀବ୍ରତା ୬.୨

ଆଜି ଦିନ ପ୍ରାୟ ୧୨.୩୧ ସମୟରେ ଶ୍ରୀଲଙ୍କାର କଲମ୍ବୋ ସହରରେ ଭୂକମ୍ପ ଅନୁଭୂତ ହୋଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋରେ ଭୂମିକମ୍ପ। ରିକ୍ଟେର ସ୍କେଲ୍ ୬.୨ ମ୍ୟାଗ୍ନିଚ୍ୟୁଡରେ ଲାଗିଛି ଭୂକମ୍ପ ଝଟକା। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏନସିଏସ୍ ଏନେଇ ଏକ ଟ୍ୱିଟ୍(ବର୍ତ୍ତମାନର ଏକ୍ସ) ପୋଷ୍ଟ ଯୋଗେ ସୂଚନା ଦେଇଛି। ଏନସିଏସ୍ ରିପୋର୍ଟ ମୁତାବକ, ଆଜି ଦିନ ପ୍ରାୟ ୧୨.୩୧ ସମୟରେ ଶ୍ରୀଲଙ୍କାର କଲମ୍ବୋ ସହରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଝଟକା ୬.୨ ମ୍ୟାଗ୍ନିଚ୍ୟୁଡ୍ ତୀବ୍ରତା ରହିଥିଲା। ୧୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ଝଟକାର ପ୍ରଭାବ ରହିଛି। ଖବର ଲେଖାହେବା ସୁଦ୍ଧା କୌଣସି କ୍ଷୟକ୍ଷତିର ଆକଳନ କରାଯାଇନଥିଲା।  

ପ୍ରକାଶ ଥାଉ କି, ବିଗତ କିଛି ଦିନ ହେବ ଦେଶ ତଥା ବିଦେଶର ଅନେକ ସ୍ଥାନରେ ଲଗାତାର ଭାବେ ଭୂକମ୍ପ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀରେ ଏକାଧିକ ଥର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହେବା ସହ ପାକିସ୍ତାନ, ନେପାଳ ଏବଂ ଆଫଗାନିସ୍ତାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

Advertisment

ସେହିପରି ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଭୂକମ୍ପ ଦେଶରେ ଜରୁରୀକାଳୀନ ପରିସ୍ଥିତ ସୃଷ୍ଟି କରିଛି। ଗତ ୧୦ ତାରିଖରେ ମାତ୍ର ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଭୂକମ୍ପ ଝଟକା ଲାଗିଥିଲା ଆଇସଲ୍ୟାଣ୍ଡରେ। ଫଳରେ ଆଗ୍ନେୟଗିରି ଉଦଗୀରଣ ଆଶଙ୍କା କରାଯାଇ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। 

Earthquake Earthquake In Sri Lanka Colombo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe