Advertisment

ତାଇୱାନକୁ ଦୋହଲାଇଲା ୮୦ଟି ଭୂକମ୍ପ ଝଟକା; ଭୁଶୁଡ଼ିଲା କୋଠା

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି।

ଅଦ୍ୟତନ ହୋଇଛି
EarthQuack

EarthQuack

Advertisment

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍‌ରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି। ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ହୁଲିଲନରେ ଗତ ୩ ତାରିଖରେ ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି। ଏଥିଯୋଗୁ ସୁନାମୀର ଆଶଙ୍କା ଥିବା ନେଇ ଜାପାନ ପକ୍ଷରୁ ସତର୍କତା ଜାରି କରାଯାଇଛି। 

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe