Advertisment

ଭୟଙ୍କର ଭୂମିକମ୍ପରେ ଦୋହଲିଲା ଫିଲିପିନ୍ସ

ଭୂକମ୍ପ ଝଟ୍‌କା ଅନୁଭୂତ ହେବା ଲୋକେ ଭୟଭୀତ ହୋଇ ପଡିଛନ୍ତି।

author-image
Madhupriya Mistry
undefined

Earthquake

ଭୟଙ୍କର ଭୂମିକମ୍ପରେ ଦୋହଲିଲା ଫିଲିପିନ୍ସ। ମିଣ୍ଡାନାଓ ଦ୍ୱୀପର ପୂର୍ବ ଉପକୂଳରେ ଶନିବାର ଭୟଙ୍କର ଭୂକମ୍ପରେ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି।

Advertisment

ଭୂକମ୍ପ ଝଟ୍‌କା ଅନୁଭୂତ ହେବା ଲୋକେ ଭୟଭୀତ ହୋଇପଡିଛନ୍ତି। ଭୟରେ ଲୋକ ଘରୁ ବାହାରକୁ ବାହାରି ଆସିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିଲା ବୋଲି ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ବିପଦ ନଥିବା ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି।

Advertisment

ଫିଲିପାଇନ୍ସର ଭୂକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ, କିନ୍ତୁ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ନେଇ ଚେତାବନୀ ଦିଆଯାଇଛି। ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର "ରିଙ୍ଗ ଅଫ୍ ଫାୟାର" ରେ ଅବସ୍ଥିତ, ଯେଉଁଠାରେ ଆଗ୍ନେୟଗିରି ଉଦ୍‌ଗିରଣ ଏବଂ ଭୂକମ୍ପ ସାଧାରଣ କଥା।

Earthquake Philippines