Advertisment

ଆସନ୍ତା ବର୍ଷରୁ ବ୍ରିକ୍ସରେ ସାମିଲ ହେବେ ଆଉ ୬ ଦେଶ

ବ୍ରିକ୍ସରେ ସାମିଲ ହେବାକୁ ଯାଉଥିବା ୬ ଦେଶ ହେଲେ- ଇଜିପ୍ଟ, ଇଥୋପିଆ, ଇରାନ, ଆର୍ଜେଣ୍ଟିନା, ୟୁନାଇଟେଡ ଆରବ ଏମିତରାଟ୍ସ ଓ ସାଉଦି ଆରବ।

BRICS

BRICS

Advertisment

ବ୍ରିକ୍ସରେ ସାମିଲ ହେବ ଆଉ ୬ଟି ଦେଶ। ଆସନ୍ତା ବର୍ଷ ଜାନୁଆରୀ ୧ରୁ ୬ଟି ଦେଶକୁ ବ୍ରିକ୍ସ ଗ୍ରୁପ ନିଜ ସହ ସାମିଲ କରିବାକୁ ନିମନ୍ତ୍ରଣ କରିବ ବୋଲି ଆଜି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କାୟରିଲ ରାମାଫୋସା ଘୋଷଣା କରିଛନ୍ତି।

Advertisment

ବ୍ରିକ୍ସରେ ସାମିଲ ହେବାକୁ ଯାଉଥିବା ୬ ଦେଶ ହେଲେ- ଇଜିପ୍ଟ, ଇଥୋପିଆ, ଇରାନ, ଆର୍ଜେଣ୍ଟିନା, ୟୁନାଇଟେଡ ଆରବ ଏମିତରାଟ୍ସ ଓ ସାଉଦି ଆରବ। ବ୍ରାଜିଲ, ରୁଷ, ଚାଇନା, ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ଗଠନ ହୋଇଛି। କିନ୍ତୁ ଜାନୁଆରୀ ୧ରୁ ବାକି ୬ ଦେଶ ବ୍ରିକ୍ସ ଦେଶର ସଦସ୍ୟତା ଗ୍ରହଣ କରିବେ। 

ରାଷ୍ଟ୍ରପତି ରାମାଫୋସା କହିଛନ୍ତି, “ଆମେ ପ୍ରଥମଥର ପାଇଁ ବ୍ରିକ୍ସର ସଂପ୍ରସାରଣ କରିବାକୁ ଏକମତ ହୋଇଛୁ। ଆମେ ଆର୍ଜେଣ୍ଟିନା ରିପବ୍ଲିକ, ଆରବ ରିପବ୍ଲିକ ଅଫ ଇଜିପ୍ଟ, ଫେଡରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ ଇଥୋପିଆ, ଇସଲାମିକ ରିପବ୍ଲିକ ଅଫ ଇରାନ, କିଙ୍ଗଡମ ଅଫ ସାଉଦି ଆରବ ଓ ୟୁନାଇଟେଡ ଆରବ ଏମିତରାଟ୍ସ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ବନିବାକୁ ନିମନ୍ତ୍ରଣ କରିବୁ।

Advertisment

୨୦୨୪ ଜାନୁଆରୀ ୧ରୁ ସେମାନଙ୍କ ସଦସ୍ୟ ନିୟମ ଲାଗୁ ହେବ। ବ୍ରିକ୍ସ ସହ ସହଭାଗିତା ପାଇଁ ଇଚ୍ଛା ଦେଖାଉଥିବା ଅନ୍ୟ ଦେଶଗୁଡ଼ିକୁ ଆମେ ସମ୍ମାନ କରୁଛୁ। ଆମେ ଆମ ବୈଦେଶିକ ମନ୍ତ୍ରୀମାନଙ୍କୁ ବ୍ରିକ୍ସର ସହରଭାଗିତା ନୀତି ଓ ଏଥିରେ ସାମିଲ ହେବାକୁ ଇଚ୍ଛା ଦେଖାଉଥିବା ଦେଶଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ କହିଛୁ।”

ରାଷ୍ଟ୍ରପତି ରାମାଫୋସାଙ୍କ ଘୋଷଣା ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଜୋହାନ୍ସବର୍ଗ ଯାଇଥିବା ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଗଂଠନରେ ସାମିଲ ହେବାକୁ ଥିବା ୬ଟି ଯାକ ଦେଶକୁ ସ୍ୱାଗତ କରିଛନ୍ତି।

ମୋଦି କହିଛନ୍ତି, “ବ୍ରିକ୍ସକୁ ମୁଁ ସମସ୍ତ ୬ ଦେଶକୁ ସ୍ୱାଗତ କରୁଛି। ମୁଁ ସେହି ସବୁ ଦେଶର ନେତା ଓ ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ସବୁ ଦେଶ ସହ ଭାରତର ଘନିଷ୍ଠ ଓ ଐତିହାସିକ ସମ୍ପର୍କ ରହିଛି। ମୋର ବିଶ୍ୱାସ ଆମେ ସମସ୍ତେ ଏକାଠି ହୋଇ ନୂଆ ଯୁଗ ଗଠନ ଦିଗରେ କାମ କରିବା।”

ସୂତ୍ର ଅନୁସାରେ, ଭାରତ ହିଁ ବ୍ରିକ୍ସରେ ଅନ୍ୟ ଦେଶଗୁଡ଼ିକ ସାମିଲ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସଂଗଠନକୁ ସଂପ୍ରସାରଣ ପ୍ରସ୍ତାବ ଭାରତ ପକ୍ଷରୁ ଦିଆଯାଇଥିବା ବେଳେ ଏହାକୁ ଅନ୍ୟ ଦେଶଗୁଡ଼ିକ ସମର୍ଥନ କରିଥିଲେ ବୋଲି ଜଣାପଡ଼ିଛି।

BRICS PM Modi South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe