Advertisment

Israel Strikes Gaza: ଟ୍ରମ୍ପଙ୍କ କଥାକୁ ଇସ୍ରାଏଲର ବେଖାତିର: ଗାଜା ଉପରେ କଲା ଘନଘନ ବୋମା ମାଡ଼

ଆକ୍ରମଣ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ତେଲ ଅଭିଭ ଟ୍ରମ୍ପଙ୍କ ଗାଜା ଯୋଜନାରକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏହାପରେ ଖବର ପ୍ରକାଶ ପାଇଥିଲା ଯେ ଇସ୍ରାଏଲ ସରକାର ପକ୍ଷରୁ ସେନାକଚ ଗାଜାରେ ସାମାରିକ କାର୍ଯ୍ୟାନୁଷ୍ଠାନକୁ ହ୍ରାସ କରିବାକୁ କୁହାଯାଇଛି।

Gaza

ଗାଜା

Advertisment

ହମାସ(Hamas) ଶାନ୍ତି ପ୍ରତିଷ୍ଠା ପାଇଁ ରାଜି। ସେମାନେ ପଣବନ୍ଦୀଙ୍କୁ ବି ମୁକ୍ତ କରିବେ। ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ଦେଇଥିବା ପ୍ରସ୍ତାବର ଅଧିକାଂଶ ସର୍ତ୍ତକୁ ହମାସ ଗ୍ରହଣ କରି ନେଇଛି। ତେଣୁ ଗାଜାରେ ଏବେ ବୋମା ମାଡ଼ କରା ନଯାଉ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କିଛି କହି ଇସ୍ରାଏଲ(Israel)କୁ ସଂଯମତା ରଖିବାକୁ କହିଥିଲେ। କିନ୍ତୁ ଟ୍ରମ୍ପଙ୍କ କଥାକୁ ବାଏଁବାଏଁ ଉଡ଼ାଇ ଦେଇଛି ଇସ୍ରାଏଲ। ଟ୍ରମ୍ପଙ୍କ ତାଗିଦ ସତ୍ତ୍ୱେ ଆଜି ଇସ୍ରାଏଲ ସେନା ଗାଜା(Gaza)ରେ ଘନଘନ ବୋମା ମାଡ଼ କରିଛନ୍ତି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। 

ସ୍ଥାନୀୟ ସାମ୍ବାଦିକ ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ଇସ୍ରାଏଲ ପକ୍ଷରୁ ଶନିବାର ଘନଘନ ବୋମା ମାଡ଼ ହୋଇଛି। ଗାଜାର ଦକ୍ଷିଣ ପ୍ରାନ୍ତରେ ଥିବା ଖାନ ୟୁନିସ ଓ ଗାଜା ସିଟିରେ ଇସ୍ରାଏଲ ବୋମା ପକାଇଛି। ଗାଜା ସିଟିରେ ହୋଇଥିବା ବୋମା ମାଡ଼ ଯୋଗୁ ୪ ଜଣ ଓ ଖାନ ୟୁନିସରେ ୨ଜଣଙ୍କ ଜୀବନ ଯାଇଛି। 

Advertisment

ଆକ୍ରମଣ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ତେଲ ଅଭିଭ ଟ୍ରମ୍ପଙ୍କ ଗାଜା ଯୋଜନାରକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏହାପରେ ଖବର ପ୍ରକାଶ ପାଇଥିଲା ଯେ ଇସ୍ରାଏଲ ସରକାର ପକ୍ଷରୁ ସେନାକଚ ଗାଜାରେ ସାମାରିକ କାର୍ଯ୍ୟାନୁଷ୍ଠାନକୁ ହ୍ରାସ କରିବାକୁ କୁହାଯାଇଛି।

କିନ୍ତୁ ଏହି ଖବରର କିଛି ସମୟ ପରେ ଇସ୍ରାଏଲ ସେନା ଗାଜାରରେ ପୁଣି ଆକ୍ରମଣ ଆରମ୍ଭ କରିଦେଇଛି। ଏଥିରେ ଗାଜାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏପରି ସ୍ଥିତିରେ ଟ୍ରମ୍ପଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଶୁକ୍ରବାର ଘୋଷଣା ଅନୁସାରେ ହମାସ ପକ୍ଷରୁ ଇସ୍ରାଏଲର ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯିବ କି ନାହିଁ, ତା’ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Israel Hamas Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe