ଭୂକମ୍ପ
ବାଂଲାଦେଶ(Bangaldesh)ରେ ବଡ଼ଧରଣର ଭୂକମ୍ପ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ବାଂଲାଦେଶରେ ଭୂକମ୍ପ(Earthquake)ର କେନ୍ଦ୍ରସ୍ଥଳ ରହିଥିଲେ ହେଁ ଏହାର ପ୍ରଭାବ ଭାରତର କୋଲକାତାରେ ଅନୁଭବ ହୋଇଛି। ସେହିପରି ବାଂଲାଦେଶରେ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଥିବା ବେଳେ ଅନେକ ବଡ଼ବଡ଼ ଘର ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି।
ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି(ଏନଏସ୍ସି)ର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧୦.୦୮ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଢାକା ଠାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରରୁ ୧୦ କିମି ଦୂର। ଢାକା ଭିତ୍ତିକ ଡିଭିସି ଟେଲିଭିଜନର ରିପୋର୍ଟ ଅନୁସାରେ, ଭୂକମ୍ପ ଯୋଗୁ ବାଂଲାଦେଶର ରାଜଧାନୀରେ ଅତିକମରେ ୬ ଜଣ ପ୍ରାଣ ହରାଇଛନ୍ତି।
ଗୋଟିଏ ବିଲଡିଂର ଛାତ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଓ ବିଲଡିଂର ରେଲିଂ ଖସିବାରୁ ରାସ୍ତାରେ ଯାଉଥିବା ଆଉ ୩ ଜଣ ପଥଚାରୀଙ୍କ ଜୀବନ ଯାଇଛି। ଏହାବାଦ କିଛି ସ୍ଥାନରେ ଘର ଓ ବଡ଼ବଡ଼ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିବାର ଖବର ସାମ୍ନାକୁ ଆସିଛି। ଏବେ ବିଭନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇ ନାହିଁ।
ଅନ୍ୟପକ୍ଷରେ କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଝଟକା ପରେ ଘରେ ଲାଗିଥିବା ଫ୍ୟାନ ଓ କାନ୍ଥରେ ଲାଗିଥିବା ଜିନିଷ କେମିତି ଦୋହଲିଥିଲା, ତା’ର ଭିଡିଓକୁ କୋଲକାତାର ଅନେକ ଲୋକ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
ଝଟକା ପରେ ଅନେକ ଲୋକ ସେମାନଙ୍କ ଘର ଓ ଅଫିସ ଛାଡ଼ି ଖୋଲା ସ୍ଥାନକୁ ଚାଲି ଆସିଥିବାର ଚିତ୍ର ସାମ୍ନାକୁ ଆସିଛି। ସେମାନେ ଖୋଲା ସ୍ଥାନରେ ବେଶ କିଛି ସମୟ ରହିବା ପରେ ନିଜ ନିଜ ଘର ଓ ଅଫିସକୁ ଫେରିଥିଲେ।
କୋଲକାତା ବ୍ୟତୀତ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତ୍ତର ଦିନାଜପୁର ଓ କୋଚ ବେହାରରେ ଝଟକା ଅନୁଭୂତ ହୋଇଛି। କିନ୍ତୁ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/21/earthquack-2025-11-21-13-35-15.jpg)