Advertisment

କାନାଡାରେ କ୍ରାଶ ହେଲା ବିମାନ; ୬ ମୃତ, ଜଣେ ଗୁରୁତର

କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍‌ ତାହା କ୍ରାଶ୍‌ କରିଥିଲା।

Plane

Plane

Advertisment

କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ପ୍ରାଣହାନୀ ହୋଇଛି। କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି।

Advertisment

କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍‌ ତାହା କ୍ରାଶ୍‌ କରିଥିଲା। ଫଳରେ ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ।

ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନି। ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତକାରୀ ଟିମ୍‌ ଗଠିତ ହୋଇଛି। ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Advertisment
Canada Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe