Advertisment

Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିପାଇନ୍ସ, ଗଲାଣି ୬୦ ଜଣଙ୍କ ଜୀବନ

ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା। ସମୁଦ୍ରରେ ୩ ଫୁଟ ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଏକାଧିକ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

Quack

‍ଭୂକମ୍ପ ପରର ଦୃଶ୍ୟ

Advertisment

କେନ୍ଦ୍ରୀୟ ଫିଲିପାଇନ୍ସ(Philippines)କୁ ଦୋହଲାଇ ଦେଇଛି ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲରେ ଭୂକମ୍ପ(Earthquake)ର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଝଟକାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଅନେକ ଲୋକ ଭୁଶୁଡ଼ି ପଡ଼ିଥିବା ବିଲଡିଂ ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରିଛି ପ୍ରଶାସନ। 

Advertisment

ୟୁଏସଜିଏସ୍‌ କହିଛି ଯେ ବୋଗୋ ଠାରୁ ୧୭ କିମି ଦୂରରେ ଉତ୍ତରପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ବୋଗୋ ଏମିତି ଏକ ଉପକୂଳବର୍ତ୍ତୀ ଅଞ୍ଚଳ, ଯେଉଁଠାରେ ପ୍ରାୟ ୯୦ ହଜାର ଲୋକ ରୁହନ୍ତି। ଭୂକମ୍ପର ତୀବ୍ରତା ୬.୯ ରହିଥିବାରୁ ଏହା ଦ୍ୱାରା ଅନେକ ସହର ଓ ଗାଁ କ୍ଷତିଗ୍ରସ୍ତ ହୋଇଛି।

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଗୋ। ଏଠାରେ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାଘାଟ ଫାଟି ଆଁ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ଥିବା ଗୋଟିଏ ଗାଁରେ ଭୂସ୍ଖଳନ ହୋଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖିବାକୁ ମିଳିଛି। ତଥାପି ପ୍ରାଶାସନ ପକ୍ଷରୁ ଧ୍ୱଂସାବଶେଷ ତଳେ ଚାପି ରହିଥିବା ଲୋକଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ଅତ୍ୟାଧୁନିକ ମେସିନର ବ୍ୟବହାର କରାଯାଉଛି। 

Advertisment

ବୋଗୋର ନିକଟସ୍ଥ ସାନ ରେମିଗିଓ ସହରରେ ମଧ୍ୟ ୬ ଜଣଙ୍କ ମୃତ୍ୟୁକୁ ପ୍ରଶାସନ ନିଶ୍ଚିତ କରିଛି। ମୃତକଙ୍କ ମଧ୍ୟରେ ୩ ଜଣ ତଟରକ୍ଷୀ ବାହିନୀର ସଦସ୍ୟ, ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ ଓ ଜଣେ ଛୋଟ ପିଲା ରହିଛନ୍ତି। କେବଳ ଏହି ଦୁଇ ସହରର ନୁହେଁ, ଅନେକ ସ୍ଥାନରେ ଘରଦ୍ୱାରା ଭୁଶୁଡ଼ି ପଡ଼ିଥିବା ବେଳେ ଶତାଧିକ ଲୋକ ଏହା ତଳେ ଚାପି ହୋଇ ରହିଛନ୍ତି। 

ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା। ସମୁଦ୍ରରେ ୩ ଫୁଟ ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଏକାଧିକ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସୁନାମୀ ଆଲର୍ଟକୁ ପ୍ରତ୍ୟାହାର କରି ନିଆଯାଇଛି। 

Earthquake Philippines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe