Advertisment

ନେପାଳରେ ବନ୍ୟାର ତାଣ୍ଡବ; ଗଲାଣି ୧୧୨ ଜୀବନ

ଲଗାଣ ବର୍ଷା ଯୋଗୁ ନେପାଳର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଦ୍ୟତନ ହୋଇଛି
Flood situation of Nepal

Flood situation of Nepal

Advertisment

ନେପାଳରେ ତାଣ୍ଡବ ରଚିଛି ମୌସୁମୀ ବର୍ଷା। ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଆସିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ୧୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୬୮ ଜଣ ନିଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁ ନେପାଳର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ନେପାଳ ପୁଲିସର ମୁଖପାତ୍ର ଡାନ ବାହାଦୂର କାର୍କିଙ୍କ ସୂଚନା ଅନୁସାରେ, ନେପାଳର ଆସିଥିବା ବନ୍ୟା ଓ ଭୂସ୍ଖଳନରେ ୧୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି। ଏଥିସହ ୬୮ ଜଣ ନିଖୋଜ ଅଛନ୍ତି। ନେପାଳର ରାଜଧାନୀ କାଠମାଣ୍ଡୁରେ ବହୁ ଘର ପାଣିଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ହେଲକପ୍ଟର ଓ ମୋଟରବୋଟ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ନିଆଯାଇଛି।

ଭୂସ୍ଖଳନ ଯୋଗୁ ୮ଟି ସ୍ଥାନରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ  ଲଗାଣ ବର୍ଷା ଯୋଗୁ କୋଶି ଓ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି।ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର କାଠମାଣ୍ଡୁରୁ ଯାଉଥିବା ୧୫୦ ବିମାନକୁ ବାତିଲ  କରାଯାଇଛି। 

Advertisment
Nepal Politics Floods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe