Advertisment

ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ମାମଲା; ମୃତ୍ୟୁ ସଂଖ୍ୟା ୬୩ ଛୁଇଁଲା, ୧୫୦ ଗୁରୁତର

ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ଏହି ବିସ୍ଫୋରଣରେ ପ୍ରାୟ ଦେଢଶ’ରୁ ଅଧିକ ଜଣ ଗୁରୁତର ଅଛନ୍ତି।

author-image
Niharika Rout
Blast Place

Blast Place

ପାକିସ୍ତାନର ପେଶାୱାରରେ ଏକ ମସଜିଦରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ଏହି ବିସ୍ଫୋରଣରେ ପ୍ରାୟ ଦେଢଶ’ରୁ ଅଧିକ ଜଣ ଗୁରୁତର ଅଛନ୍ତି। ମସ୍‌ଜିଦ୍‌ରେ ମଧ୍ୟାହ୍ନ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହାମଲାରେ ନିଜକୁ ଉଡ଼ାଇ ଦେବାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟିଛି। ନିମିଷେକ ମଧ୍ୟରେ ମସ୍‌ଜିଦ୍‌ଟି ଧ୍ୱସଂସ୍ତୁପରେ ପାଲଟି ଯାଇଥିବା ବେଳେ ତା’ ଭିତରେ ବହୁ ସଂଖ୍ୟାରେ ଲୋକେ ଚାପି ହୋଇ ଯାଇଥିଲେ।

Advertisment

ପେଶାୱାରର ପୁଲିସ ଲାଇନ୍ସ ଅଞ୍ଚଳରେ ଥିବା ମସଜିଦରେ ଗତକାଲି ଜୁହର(ମଧ୍ୟାହ୍ନ) ପ୍ରାର୍ଥନା ପାଇଁ ସାଧାରଣ ଲୋକଙ୍କ ସମେତ ପୁଲିସ, ଆର୍ମି ଓ ବୋମା ନିଷ୍କ୍ରିୟ ଟିମ୍‌ର ସଦସ୍ୟମାନେ ଏକାଠି ହୋଇ ପ୍ରାର୍ଥନା କରୁଥିଲେ। ଏହି ସମୟରେ ଆତଙ୍କବାଦୀ ଜଣକ ପ୍ରାର୍ଥନା ଗୃହର ପ୍ରଥମ ଧାଡ଼ିରେ ଥିଲା। ଠିକ୍‌ ପ୍ରାର୍ଥନା ଆରମ୍ଭ ହେବା ବେଳକୁ ସେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। 

ନିମିଷେକ ମଧ୍ୟରେ ସବୁ କିଛି ଧ୍ୱସଂ ହୋଇ ଯାଇଥିବା ବେଳେ ଲୋକେ ତା’ ମଧ୍ୟରେ ଫସି ଯାଇଥିଲେ। ଗୁରୁତରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ପଠାଇଥିଲେ। ଇତି ମଧ୍ୟରେ ପୁଲିସ୍‌ ଓ ସେନା କର୍ମଚାରୀ ପହଞ୍ଚ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

Advertisment

ବିସ୍ଫୋରଣରେ ପୁରା ମସଜିଦ୍ ଧ୍ୱଂସ ହୋଇ ଯାଇଥିବା ବେଳେ ବେଳେ ତା ଭିତରେ ଏବେବି ଅନେକ ଲୋକ ଫସି ରହିଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଏହି ଭୟଙ୍କର ବିସ୍ଫୋରଣ ପାଇଁ ତେହରିକ-ଇ-ତାଲିବାନ-ପାକିସ୍ତାନ(ଟିଟିପି) ନିଜକୁ ଦାୟୀ କରିଛି। ନିକଟରେ ପ୍ରାଣ ହରାଇଥିବା ଟିଟିପି କମାଣ୍ଡର ଉମର ଖାଲିଦ ଖୁରସାନିର ଭାଇ କହିଛି ଯେ ଭାଇ ମୃତ୍ୟୁର ପ୍ରତିଶୋଧ ପାଇଁ ଆତ୍ମଘାତୀ ହମଲା କରାଯାଇଛି। ଏହାପୂର୍ବରୁ ମଧ୍ୟ ଟିଟିପି ପାକିସ୍ତାନରେ ଅନେକ ଆତ୍ମଘାତୀ ଆକ୍ରମଣ କରି ସାରିଛି।

Bomb Blast