Advertisment

ଭୟଙ୍କର ଭୂମିକମ୍ପ, ୭.୧ ତୀବ୍ରତାରେ ଥରିଲା ନେପାଳ

ଏହାର ପ୍ରଭାବ ଚୀନ୍‌ ସମେତ ଭାରତର ଦିଲ୍ଲୀ, ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ଭୟଙ୍କର ଭୂମିକମ୍ପ। ଥରିଲା ନେପାଳ। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରେକର୍ଡ କରାଯାଇଛି। ନେପାଳ ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି।

Advertisment

ନେପାଳ ସୀମା ନିକଟ ତିବ୍ଦତରେ ଆଜି ସକାଳେ ପ୍ରବଳ ଭୂକମ୍ପ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳ ୬ଟା ୩୫ ମିନିଟ୍ରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାର ପ୍ରଭାବ ଭାରତରେ ଦିଲ୍ଲୀ, ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି।

Advertisment

ତେବେ ନେପାଳର ୮୪ କିଲୋମିଟର ଉତ୍ତର-ପଶ୍ଚିମ ଲୋବୁଚେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହି ଭୂମିକମ୍ପ ଯୋଗୁ କ'ଣ କ୍ଷୟକ୍ଷତି ହୋଇଛି ଓ କେହି ମୃତାହାତ ହୋଇଛନ୍ତି ନା ନାହିଁ ସେ ନେଇ କୌଣସି ଆକଳନ କରାଯାଇ ନାହିଁ।

ସୂଚନା ମୁତାବକ, ମଙ୍ଗଳବାର ସକାଳେ ନେପାଳ ସମେତ ତିନିଟି ଦେଶରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ନେପାଳରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ଥିଲା। ବିହାର, ସିକ୍କିମ, ଆସାମ ଏବଂ ଉତ୍ତର ବେଙ୍ଗଲ ସମେତ ଭାରତର ଅନେକ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ତିବ୍ଦତରେ ୬.୮ ତୀବ୍ରତାର ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି।

ମୋତିହାରୀ ଏବଂ ସାମସ୍ତିପୁର ସମେତ ବିହାରର ଅନେକ ଅଞ୍ଚଳରେ ସକାଳ ପ୍ରାୟ ୬ଟା ୪୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ମାଲଡା ଏବଂ ସିକ୍କିମ୍ ସମେତ ଉତ୍ତର ବେଙ୍ଗଲର କିଛି ଅଞ୍ଚଳରେ କମ୍ପନ ଜାରି ରହିଥିଲା। କୁହାଯାଉଛି ଯେ ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ପୃଥିବୀ କମ୍ପୁଥିଲା।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇପଡିଥିଲେ।  ନିଜ ଘରୁ ବାହାରକୁ ଚାଲିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ନେପାଳରୁ ବିହାର ଏବଂ ଆସାମ ପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳି ନାହିଁ।

Earthquake Earthquake In Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe