Advertisment

ଭାରତୀୟ ଯୁବକଙ୍କୁ ଯୁଦ୍ଧରେ ଲଗାଉଛି ରୁଷ; ଉଦ୍ଧାର ପାଇଁ କଲେ ନିବେଦନ

ଆମେ ଠିକ୍‌ ଭାବେ ବନ୍ଧୁକ ଧରିବା ଶିଖି ନ ଥିବା ବେଳେ ଆମକୁ ଫ୍ରଣ୍ଟ ଲାଇନ୍‌ରେ ଛିଡ଼ା କରାଇବାକୁ କହିଛନ୍ତି।

Indian Youth

Indian Youth

Advertisment

‘ଆମେ ବୁଲାବୁଲି କରିବାକୁ ରୁଷ ଆସିଥିଲୁ। ବୁଲାବୁଲି ସାରି ଭାରତ ଫେରିଥାନ୍ତୁ। ମାତ୍ର ଏଠାରେ ରୁଷ ସୈନିକ ଆମକୁ କାବୁ କରି ୟୁକ୍ରେନ ବିରୋଧି ଯୁଦ୍ଧରେ ନିୟୋଜିତ କରୁଛନ୍ତି। ଆମେ ଠିକ୍‌ ଭାବେ ବନ୍ଧୁକ ଧରିବା ଶିଖି ନ ଥିବା ବେଳେ ଆମକୁ ଫ୍ରଣ୍ଟ ଲାଇନ୍‌ରେ ଛିଡ଼ା କରାଇବାକୁ କହିଛନ୍ତି। ମନା କଲେ ୧୦ ବର୍ଷ ଜେଲ୍‌ରେ ପଶାଇ ଦେବାର ଧମକ ଦେଉଛନ୍ତି। ତେଣୁ ତୁରନ୍ତ ଆମକୁ ଏଠାରୁ ଉଦ୍ଧାର କରନ୍ତୁ। ’ ଏପରି ଭାବେ ଭାରତ ସରକାରଙ୍କୁ ଗୁହାରୀ ଜଣାଇଛନ୍ତି ପଞ୍ଜାବ- ହରିୟାଣାର କିଛି ଯୁବକ ।

Advertisment

ଗତ ଡିସେମ୍ବର ୨୩ ତାରିଖରେ ପଞ୍ଜାବ- ହରିୟାଣାର କିଛି ଯୁବକ ବୁଲାବୁଲି ସାଙ୍ଗକୁ କାମ ଅନ୍ୱେଷଣରେ ରୁଷ ଯାଇଥିଲେ। ଜଣେ ଏଜେଣ୍ଟଙ୍କ ଦ୍ୱାରା ସେମାନେ ରୁଷ ଯାଇଥିବା ବେଳେ ସେଠାରୁ ବେଲାରୁଷ ଯାଇଥିଲେ। ବେଲାରୁଷ ଯିବା ପାଇଁ ଭିସାର ଆବଶ୍ୟକତା ଥିବା ବେଳେ  ତାହା ସେମାନଙ୍କ ପାଖରେ ନ ଥିଲେ। ଏହାଦେଖି  ଏଜେଣ୍ଟଜଣକ ସେମାନଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିବା ବେଳେ ରୁଷ ସୈନିକ ମାଡ଼ି ବସିଥିଲେ।

ସେଠାରେ ସେମାନଙ୍କୁ ୧୦ ବର୍ଷ ଜେଲଦଣ୍ଡର ଧମକ ଦିଆଯାଇଥିଲା। ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ୟୁକ୍ରେନ ବିରୋଧରେ ହେଉଥିବା ଯୁଦ୍ଧରେ ସାମିଲ ହେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଥିନିମନ୍ତେ ସେମାନଙ୍କଠାରୁ ବଣ୍ଡରେ ସାଇନ୍‌ ବି ନିଆଯାଇଛି। ପ୍ରଥମେ ସେମାନଙ୍କୁ ଯୁଦ୍ଧରେ ହେଲପର କାମରେ ନିୟୋଜିତ କରାଯିବ ବୋଲି ରୁଷ ଅଧିକାରୀ କହିଥିବା ବେଳେ ପରେ କିନ୍ତୁ ସେମାନଙ୍କୁ ଫ୍ରଣ୍ଟ ଲାଇନ୍‌ରେ ଓହ୍ଲାଯିବ ବୋଲି କହିଛନ୍ତି।

Advertisment

ଆମେ ଭଲରେ ବନ୍ଧୁ ଧରି ଶିଖି ନ ଥିବା ବେଳେ ଯୁଦ୍ଧ କ’ଣ କରିବୁ ବୋଲି ଭାରତୀୟମାନେ ଭିଡିଓ କରି କହିଛନ୍ତି। ଘଟଣା ସମ୍ପର୍କରେ ସେମାନେ ପରିବାର ଲୋକ ତଥା ଭାରତ ସରକାରଙ୍କୁ ଜଣାଇବା ସହ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଗୁହାରୀ କରିଛନ୍ତି।

ଏନେଇ ସେମାନେ ସୋଶାଲ ମିଡିଆ ପ୍ଳାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ୭ ଯୁବକ ରୁଷ ସେନା ପୋଷାକ ପିନ୍ଧିଥିବା ବେଳେ ଏକ ରୁମ୍‌ରେ ଥିବା ଦେଖିବାକୁ ମିଳିଛି। ସେମାନେ ଭାରତ ସରକାରଙ୍କୁ ନିଜ ଦୁଃଖ ଜଣାଇବା ସହ ତୁରନ୍ତ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।

କାମ ବାହାନାରେ ରୁଷ ଯାଇଥିବାରୁ ବହୁ ଯୁବକଙ୍କୁ ରୁଷ ଏବେ ଯୁଦ୍ଧରେ ଲଗାଉଥିବା ଘଟଣା ସାମନାକୁ ଆସିଛି। ସେମାନଙ୍କ ମଧ୍ୟରେ କର୍ଣ୍ଣାଟକା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ୧୦ରୁ ଅଧିକ ଯୁବକ ଥିବା ଜଣାଯାଇଚି। ସେମାନଙ୍କୁ ସିକ୍ୟୁରିଟି ଗାର୍ଡ ତଥା ଶ୍ରମିକ ଭାବେ କାମ କରାଯିବ କହି ରୁଷ ପଠାଯାଇଥିବା ବେଳେ ସେଠାରେ ଯୁଦ୍ଧରେ ନିୟୋଜିତ କରାଯାଉଛି। ଏପରି ଭାବେ ରୁଷରେ ଫସିଥିବା ସମସ୍ତ ଭାରତୀୟଙ୍କୁ ମୁକୁଳାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି ବୋଲି ଭାରତର ବୈଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Russia-Ukraine War India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe