Advertisment

Middle East War: ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ, ୭୦୦ରୁ ଅଧିକ ଜାହାଜ ଅଟକିଲା

ହର୍ମୁଜ ପ୍ରଣାଳୀ ହେଉଛି ଦୁନିଆର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତୈଳ ରପ୍ତାନୀ ମାର୍ଗ। ସାଉଦି, ଇରାନ, ଇରାକ, ୟୁଏଇ ଭଳି ସବୁଠାରୁ ବଡ଼ ତୈଳ ଉତ୍ପାଦନକାରୀ ରାଷ୍ଟ୍ରକୁ ଏହି ମାର୍ଗ ଓମାନ ଓ ଆରବ ସାଗର ସହ ଯୋଡ଼ିଥାଏ। ବିଶ୍ୱରେ ବ୍ୟବହାର ହେଉଥିବା ମୋଟ ତୈଳର ୨୦% ଏହି ମାର୍ଗ ଦେଇ ଯାଇଥାଏ।

author-image
Hemant Lenka
harmuz

ହର୍ମୁଜ ପ୍ରଣାଳୀ

Middle East War Updates: ଆମେରିକା-ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ବିଶ୍ୱ ଜାହାଜ ଚଳାଚଳର ପ୍ରମୁଖ ପଥ ହର୍ମୁଜ ପ୍ରଣାଳୀକୁ ବିଧିବଦ୍ଧ ଭାବେ ବନ୍ଦ କରିଛି ଇରାନ। ଏହି ଜାହାଜ ପଥକୁ ବନ୍ଦ କରି ଆକ୍ରମଣର ଧମକ ଦେଇଛି ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜିସି। ଯଦି କୌଣସି ଜାହାଜ ନିର୍ଦ୍ଦେଶ ବିରୋଧରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରିବ, ତା’ହେଲେ ସେଗୁଡ଼ିକୁ ଜାଳି ଦିଆଯିବ। ସେଗୁଡ଼ିକ ଉପରେ ଭୟଙ୍କର ଆକ୍ରମଣ କରାଯିବ ବୋଲି ଆଇଆରଜିସି ଚେତାବନୀ ଦେଇଛି। 

Advertisment

ଇରାନର ଏପରି ଧମକ ପରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରାୟ ୭୦୦ରୁ ଅଧିକ ଜାହାଜ ଏବେ ମଝି ସମୁଦ୍ରରେ ଫସି ରହିଛନ୍ତି। ହର୍ମୁଜ ପ୍ରଣାଳୀରେ ଯାତାୟାତ ବନ୍ଦ ହୋଇ ଯାଇଥିବାରୁ ଜାହାଜ ଗୁଡ଼ିକର ଲମ୍ବା ଲାଇନ ଦେଖିବାକୁ ମିଳିଛି। ଶନିବାର ଇରାନ ପକ୍ଷରୁ ପ୍ରଥମଥର ହର୍ମୁଜ ପ୍ରଣାଳୀ ବନ୍ଦ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଏବେ ଇରାନ ବିଧିବଦ୍ଧ ଭାବେ ଆକ୍ରମଣର ଧମକ ଦେଇ ଜାହାଜ ଚଳାଚଳ ଉପରେ ରୋକ ଲଗାଇଛି। 

ଇରାନର ଏହି ପଦକ୍ଷେପ ବିଶ୍ୱକୁ ହେଉଥିବା ତୈଳ ପ୍ରବାହକୁ ପ୍ରଭାବିତ କରିଛି। ବିଶ୍ୱକୁ ଯାଉଥିବା ମୋଟ ତୈଳର ଏକ ପଞ୍ଚମାଂଶ ଏହି ମାର୍ଗ ଦେଇ ଯାଇଥାଏ। ଏବେ ଇରାନ ଏହାକୁ ବନ୍ଦ କରି ଦେଉଥିବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। 

Advertisment

ଇରାନର ବରିଷ୍ଠ ଆଇଆରଜିସି ଅଧିକାରୀ ଇବ୍ରାହିମ ଜବାରି କହିଛନ୍ତି, “ହର୍ମୁଜ ପ୍ରମାଣ ଏବେ ବନ୍ଦ ରହିଛି। ଯଦି କେହି ଏହି ମାର୍ଗ ଦେଇ ଯିବାକୁ ଚେଷ୍ଟା କରିବ, ତା’ହେଲେ ରେଭ୍ୟୁଲେସନାରୀ ଗାର୍ଡର ହିରୋ ଓ ନିୟମିତ ନୌସେନା ଉକ୍ତ ଜାହାଜକୁ ଜାଳିଦେବେ।”

ହର୍ମୁଜ ପ୍ରଣାଳୀ ହେଉଛି ଦୁନିଆର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତୈଳ ରପ୍ତାନୀ ମାର୍ଗ। ସାଉଦି, ଇରାନ, ଇରାକ, ୟୁଏଇ ଭଳି ସବୁଠାରୁ ବଡ଼ ତୈଳ ଉତ୍ପାଦନକାରୀ ରାଷ୍ଟ୍ରକୁ ଏହି ମାର୍ଗ ଓମାନ ଓ ଆରବ ସାଗର ସହ ଯୋଡ଼ିଥାଏ। ବିଶ୍ୱରେ ବ୍ୟବହାର ହେଉଥିବା ମୋଟ ତୈଳର ୨୦% ଏହି ମାର୍ଗ ଦେଇ ଯାଇଥାଏ। ଏହି ମାର୍ଗଟି ପ୍ରାୟ ୩୩ କେମି। 
ହେଲେ ଏବେ ବିଶ୍ୱକୁ ଯାଉଥିବା ତୈଳ ମାର୍ଗ ଠପ ହୋଇଯାଇଛି। ମାର୍ଚ୍ଚ ୧ରେ କେବଳ ୩ଟି ଟ୍ୟାଙ୍କର ୨.୮ ମିଲିୟନ ବ୍ୟାରେଲ ତୈଳ ହର୍ମୁଜ ପ୍ରଣାଳୀରେ ଅତିକ୍ରମ କରିଥିଲା। ୨୦୨୬ ଆରମ୍ଭରୁ ଦୈନିକ ୧୯.୮ ମିଲିୟନ ବ୍ୟାରେଲ ତୈଳ ଏହି ରାସ୍ତା ଦେଇ ଯାଇଥାଏ। ଅର୍ଥାତ ୮୬% ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ମାର୍ଚ୍ଚ ୨ରେ କେବଳ ଗୋଟିଏ ଛୋଟ ଟ୍ୟାଙ୍କର ଓ ଗୋଟିଏ ଛୋଟ କାର୍ଗୋ ଶିପ ଏହି ପ୍ରମୁଖ ମାର୍ଗରେ ଯିବାକୁ ଅନୁମତି ପାଇଥିଲା। 

ଏବେ ପ୍ରାୟ ୭୦୬ ଅଣ ଇରାନୀୟ ଟ୍ୟାଙ୍କର ହର୍ମୁଜ ପ୍ରଣାଳୀର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ୩୩୪ ଅଶୋଧିତ, ୧୦୯ ଅଳିଆ ଦ୍ରବ୍ୟ ଓ ୨୬୩ଟି ପରିଷ୍କାର ଦ୍ରବ୍ୟ ବୋଝେଇ ଜାହାଜ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ଅପେକ୍ଷାରେ ରହିଛନ୍ତି। ଆଉ ୨୬ଟି ଟ୍ୟାଙ୍କର ଗଲ୍ଫରେ ବୁଲିବାକୁ ବାଧ୍ୟ ହେଉଛନ୍ତି। ଓମାନ ସମୁଦ୍ରରେ ମଧ୍ୟ ଶତାଧିକ ଜାହାଜ ରହିଥିବା ଜଣାପଡ଼ିଛି। 

Middle East Middle East war updates