Advertisment

ମେଜର ଜେନେରାଲ ସୁଲେମାନୀଙ୍କ କବର ନିକଟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୧୦୩ ଜୀବନ

ଆଜି ସୁଲେମାନୀଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶତାଧିକ ଲୋକ ତାଙ୍କ କବର ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ କବରକୁ ସଂଯୋଗ କରୁଥିବା ରାସ୍ତା ଓ କବର ନିକଟରେ ଏକାଧିକ ବିସ୍ଫୋରଣ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Iran

Iran

ଆମେରିକାର ଡ୍ରୋନ ଆଟାକରେ ପ୍ରାଣ ହରାଇଥିବା ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କ କବର ନିକଟରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଇରାନର କେରମାନରେ ଥିବା ସୁଲେମାନୀଙ୍କ କବର ନିକଟରେ ଏକାଧିକ ବିସ୍ଫୋରଣ ହେବାରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୭୪ ଜଣ ଲୋକ ଆହତ ହୋଇଛନ୍ତି।

Advertisment

୨୦୨୦ ମସିହା ଜାନୁଆରୀ ୩ରେ ଆମେରିକା ପକ୍ଷରୁ ଇରାକର ବାଗଦାଦରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।

ଆଜି ସୁଲେମାନୀଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶତାଧିକ ଲୋକ ତାଙ୍କ କବର ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ କବରକୁ ସଂଯୋଗ କରୁଥିବା ରାସ୍ତା ଓ କବର ନିକଟରେ ଏକାଧିକ ବିସ୍ଫୋରଣ ହୋଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏକାଧିକ ଗ୍ୟାସ କାନିଷ୍ଟର୍ସ କବରକୁ ସଂଯୋଗ କରୁଥିବା ରାସ୍ତାରେ ବିସ୍ଫୋରଣ କରାଯାଇଛି। ପ୍ରଥମ ବିସ୍ଫୋରଣର ୧୫ ମିନିଟ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ସେହିପରି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଅଧିକାରୀଙ୍କୁ ଟାର୍ଗେଟ କରି ମଧ୍ୟ ଆତଙ୍କବାଦୀମାନେ ହମଲା କରିଛନ୍ତି। ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତାହତଙ୍କୁ ଉଦ୍ଧାର କରୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

କେରମାନ ପ୍ରଦେଶର ଜଣେ ରେଡକ୍ରସ ଅଧିକାରୀ କହିଛନ୍ତି, “ଆମର ରାପିଡ ରେସପନ୍ସ ଟିମର ସଦସ୍ୟମାନେ ଆହତମାନଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ ଶତାଧିକ ଲୋକ ରାସ୍ତା ଅବରୋଧ କରି ବିସ୍ଫୋରଣ ଘଟଣାକୁ ବିରୋଧ କରିଛନ୍ତି। ସେହିପରି ଅଧିକାରୀଙ୍କୁ ଟାର୍ଗେଟ କରି ମଧ୍ୟ ବିସ୍ଫୋରଣ କରାଯାଇଛି। ତେଣୁ ଆମ୍ବୁଲାନ୍ସ ଠିକ ସମୟରେ ଯା’ଆସ କରିପାରୁ ନାହିଁ।”

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ୨୦୨୦ ଜାନୁଆରୀ ୩ରେ ଇରାକର ବାଗଦାଦରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି।

Iran President Iran On War