Advertisment

ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣଙ୍କ ମୃତ୍ୟୁ

ଗାଜା ଉପରେ ଜାରି ରହିଛି ଇସ୍ରାଏଲର ଆକାଶରୁ ଆକ୍ରମଣ। ଶୁକ୍ରବାର ଏହିଭଳି ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ ଜଣ ନିହତ ହୋଇଥିବା ଶନିବାର ପ୍ରକାଶ କରିଛନ୍ତି ଜଣେ ଉଦ୍ଧାରକାରୀ। ଏହାର ଦିନକ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ। ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ।

Airstrike on Gaza

Airstrike on Gaza

Advertisment

ଗାଜା ଉପରେ ଜାରି ରହିଛି ଇସ୍ରାଏଲର ଆକାଶରୁ ଆକ୍ରମଣ। ଶୁକ୍ରବାର ଏହିଭଳି ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ ଜଣ ନିହତ ହୋଇଥିବା ଶନିବାର ପ୍ରକାଶ କରିଛନ୍ତି ଜଣେ ଉଦ୍ଧାରକାରୀ। ଏହାର ଦିନକ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ। ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ।

Advertisment

ଉଦ୍ଧାରକାରୀ ଅଧିକାରୀ ମହମ୍ମୁଦ ବାସାଲ ଶନିବାର କହିଛନ୍ତି ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଗାଜାର ଗୋଟିଏ ବଡ଼ କୋଠା ଉପରେ ବୋମା ବର୍ଷଣ କରାଯାଇଥିଲା। ଏଥିରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ଗୋଟିଏ ସଂପ୍ରସାରିତ ପରିବାରର ସଦସ୍ୟ। ନିହତ ଲୋକମାନଙ୍କ ମଧ୍ୟରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜଣେ ଅଧିକାରୀ ଇସାମ ଅଲ୍‌ ମୁଘରାବି ତାଙ୍କ ପତ୍ନୀ ଓ ସେମାନଙ୍କର ୫ ଜଣ ସନ୍ତାନ ଅନ୍ତର୍ଭୁକ୍ତ। ତେବେ ଏହି ଅଧିକାରୀ ଜଣଙ୍କ ମୃତ ଲୋକମାନଙ୍କର ସଂପୂର୍ଣ୍ଣ ତାଲିକା ଦେଇପାରି ନାହାନ୍ତି। ସେ ଗଣମାଧ୍ୟମ ଓ ଅନ୍ୟମାନଙ୍କୁ ପ୍ରଦାନ କରିଥିବା ତାଲିକାରେ ଅଲ୍‌ ମୁଘରାବି ପରିବାରର ୧୬ ଜଣ ମୁରବୀ ରହିଛନ୍ତି। ଏମାନଙ୍କ ବ୍ୟତିତ ମୃତ ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ ତାରିଖରେ ଗାଜାରେ ଶାସନ କ୍ଷମତାରେ ଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରେ ୧୨୦୦ ଇସ୍ରାଏଲୀ ନିହତ ହୋଇଥିଲେ ଓ ହମାସ ବାହିନୀ ୨୪୦ ଇସ୍ରାଏଲୀଙ୍କୁ ପଣବନ୍ଦୀ କରି ନେଇଥିଲା। ଏହାର ଜବାବରେ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଭୟାନକ ଆକ୍ରମଣ ଜାରି ରଖିଛି। ପ୍ରାୟ ୧୨ ସପ୍ତାହ ହେଲାଣି ଇସ୍ରାଏଲ ଆକ୍ରମଣରେ ଗାଜାରେ ବସବାସ କରୁଥିବା ପ୍ରାୟ ୨୦ ହଜାର ପାଲେଷ୍ଟିନୀୟ ନିହତ ହେବା ସହିତ ୫୩ ହଜାର ଆହତ ହୋଇଛନ୍ତି।

Advertisment

ଶୁକ୍ରବାର ଜାତିସଂଘ ନିରାପତ୍ତା ପରିଷଦରେ ଗାଜାରେ ତୁରନ୍ତ ମାନବିକ ସହାୟତା ବଣ୍ଟନ କରିବାକୁ ସୁଯୋଗ ଓ ସୁବିଧା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଥିଲା। ମାତ୍ର, ଆମେରିକା ଚାପରେ ଶେଷ ମୁହୂର୍ତ୍ତରେ ସେହି ଶବ୍ଦ ପ୍ରତ୍ୟାହାର କରାଯାଇଛି। ଆମେରିକା ଭୋଟଦାନରୁ ବିରତ ରହିଥିଲା। ରୁଷିଆ ମଧ୍ୟ ଭୋଟରେ ଭାଗ ନେଇନଥିଲା। ଇସ୍ରାଏଲ ତୁରନ୍ତ ଗାଜା ଆକ୍ରମଣ ବନ୍ଦ ରଖୁ ବୋଲି ରୁଷିଆ ଦାବି କରି ଆସୁଛି।

Gaza Israel-Hamas War Israel Air Strike In Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe