Advertisment

ପୁଣି ଜଳିଲା ବାଂଲାଦେଶ: ଗଲାଣି ୯୩ ଜଣଙ୍କ ଜୀବନ, ଇସ୍ତଫା ଦେବେ କି ପ୍ରଧାନମନ୍ତ୍ରୀ?

ସ୍ଥିତି ଅଣୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Bangladesh clashes

Bangladesh clashes

ପୁଣିଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Advertisment

ଆନ୍ଦୋଳନକାରୀଙ୍କ ସହ ପୁଲିସ୍‌ର ମୁହାଁମୁହିଁ ହୋଇଛି। ହସନାଙ୍କ ଦଳର ଲୋକମାନେ ମଧ୍ୟ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରୁ ସ୍ଥିତି ବେକାବୁ ହୋଇଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।

ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଷ୍ଟନ ଗ୍ରେନେଡ ମାଡ଼ କରିଛି। ତଥାପି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ପ୍ରଧାନମନ୍ତ୍ରୀ ହସିନାରଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି।

Advertisment

ସ୍ଥିତି ଅଣୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

୪ର୍ଥ ଥର ପାଇଁ ଜାନୁଆରୀ ମାସରେ ହସିନା ସରକାର କ୍ଷମତା ଦଖଲ କରିଛନ୍ତି। ଏବେ ଦିନକୁ ଦିନ ବିକ୍ଷୋଭ ତୀବ୍ର ହେଉଥିବାରୁ ହସିନା ସରକାର ଭୁଶୁଡ଼ିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ବିକ୍ଷୋଭକାରୀଙ୍କ ଗୋଟିଏ ଜିଦ ହେଲା ପ୍ରଧାନମନ୍ତ୍ରୀ ହସିନାଙ୍କ ଇସ୍ତଫା।

ରବିବାର ବିକ୍ଷୋଭକାରୀମାନେ ହାତରେ ଠେଙ୍ଗା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଢାକାର କେନ୍ଦ୍ରୀୟ ଶାହବାଗ ଛକରେ ଏକାଠି ହୋଇଥିଲେ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ବିଭିନ୍ନ ସ୍ଥାନରେ ଏପରି ଘଟଣା ଘଟିଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ଶାସକ ଦଳ ସହ ମୁହାଁମୁହିଁ ହୋଇଛନ୍ତି।

ବିକ୍ଷୋଭ କରୁଥିବା ଛାତ୍ର ସଂଗଠନ ଓ ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ପକ୍ଷରୁ ଲୋକଙ୍କୁ ଅସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି। ଲୋକଙ୍କୁ ଟିକସ ଓ ୟୁଟିଲିଟୀ ବିଲ୍‌ ନ ଦେବାକୁ କୁହାଯାଇଛି। ସେହିପରି ରବିବାର(ବାଂଲାଦେଶର କାର୍ଯ୍ୟ ଦିବସ) କାମ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଆଜି ଖୋଲା ରହିଥିବା ବିଭିନ୍ନ ଅଫିସ ଓ ପ୍ରତିଷ୍ଠାନ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରୁ ବଙ୍ଗବନ୍ଧୁ ଶେଖ ମୁଜିବ ମେଡିକାଲ ବିଶ୍ୱବିଦ୍ୟାଳୟ ମଧ୍ୟ ରକ୍ଷା ପାଇପାରି ନାହିଁ। ଢାକାର ଉତ୍ତରା ଅଞ୍ଚଳରେ ବୋମା ମାଡ଼ ଓ ଗୁଳି ଚାଲିଥିବା ଖବର ମଧ୍ୟ ମିଳିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ହାଇସ୍ପିଡ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି। ଫେସବୁକ ଓ ହ୍ୱାଟସଆପ ମଧ୍ୟ ଦେଶରେ ଅଚଳ କରାଯାଇଛି। ଘଟଣା ପାଇଁ ହସିନାଙ୍କ ଦଳ ଦେଶର ପ୍ରମୁଖ ବିରୋଧୀ ଦଳ ଓ ବ୍ୟାନ ହୋଇଥିବା ଜାମତ ଇ-ଇସଲାମକୁ ଦାୟୀ କରିଛି।

ଜାତୀୟ ସୁରକ୍ଷା ପରିଷଦର ବୈଠକ ପରେ ହସିନା କହିଛନ୍ତି, “ଯେଉଁମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ସେମାନେ ଶିକ୍ଷାର୍ଥୀ ନୁହନ୍ତି। ସେମାନେ ଆତଙ୍କବାଦୀ। ଏହି ଆତଙ୍କବାଦୀମାନେ ଦେଶକୁ ଅସ୍ଥିର କରିଛନ୍ତି। ଦେଶବାସୀ ଦୃଢ଼ ହସ୍ତରେ ଏହି ଆତଙ୍କବାଦୀମାନଙ୍କୁ ଦମନ କରନ୍ତୁ।”

ଗତମାସରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ବାଂଲାଦେଶରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିସହ ବିକ୍ଷୋଭକରି ଅନେକ ଗିରଫ ହୋଇଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରିବା ହିଁ ବିକ୍ଷୋଭକାରୀଙ୍କ ପ୍ରମୁଖ ଦାବି ରହିଛି।

ସେମାନଙ୍କୁ ମୁକ୍ତ କରାଯିବାକୁ ପ୍ରଧାନମନ୍ତ୍ରୀ ହସିନ ନିଷ୍ପତ୍ତି ନେଇ ସାରିଥିବା ହାସିନଙ୍କ ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ବିକ୍ଷୋଭକାରୀ ୨୦୦ ଲୋକଙ୍କ ମୃତ୍ୟୁ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରାଯାଇଛି। ଏଥିସହ ହସିନା ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Bangladesh