Advertisment

ସ୍କୁଲରେ ଆଖି ବୁଜା ଗୁଳିମାଡ଼, ଚାଲିଗଲା ୧୧ ଜୀବନ

ଗୁଳି ମାଡ଼ କରିଥିବା ସନ୍ଦିଗ୍ଧ ଜଣଙ୍କ ସେହି ସ୍କୁଲର ଛାତ୍ର। ସେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛି। ତା’ର ମୃତଦେହକୁ ସ୍କୁଲ ୱାଶରୁମରୁ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
Firing

Firing

Advertisment

ସ୍କୁଲରେ ହୋଇଛି ଭୟଙ୍କର ଗୁଳିମାଡ଼। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଅଷ୍ଟ୍ରିଆର ଗ୍ରାଜ ସହରରେ ଥିବା ଗୋଟିଏ ସ୍କୁଲରେ ଏପରି ଘଟଣା ଘଟିଛି।

Advertisment

ପ୍ରାଥମିକ ରିପୋର୍ଟରେ ଦାବି କରାଯାଇଛି ଯେ ଗୁଳି ମାଡ଼ କରିଥିବା ସନ୍ଦିଗ୍ଧ ଜଣଙ୍କ ସେହି ସ୍କୁଲର ଛାତ୍ର। ସେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛି। ତା’ର ମୃତଦେହକୁ ସ୍କୁଲ ୱାଶରୁମରୁ ଜବତ କରାଯାଇଛି। ଏହି ସନ୍ଦିଗ୍ଧ ଛାତ୍ର ଜଣଙ୍କ ଦୁଇଟି କ୍ଲାସ ରୁମରେ ଗୁଳି ଚଳାଇବାରୁ ତା’କୁ ମିଶାଇ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଏପରି ଖବର ପ୍ରକାଶ କରିଥିଲେ ହେଁ ଏଯାଏ ଅଷ୍ଟ୍ରିଆ ସରକାରଙ୍କ ପକ୍ଷରୁ କିଛି ବି ସୂଚନା ଦିଆଯାଇ ନାହିଁ।

ପୁଲିସ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ବଡ଼ଧରଣର ଅପରେସନ ସକାଳ ୧୦ରୁ ଜାରି ରହିଛି। ସ୍କୁଲ ଭିତରୁ ଗୁଳି ମାଡ଼ର ଶବ୍ଦ ଶୁଣା ଯିବା ପରେ ଅପରେସନ ଆରମ୍ଭ ହୋଇଥିଲା। ଗୁଳିମାଡ଼ରେ ସ୍କୁଲର ଶିକ୍ଷାର୍ଥୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆହତ ହୋଇଛନ୍ତି।

Advertisment

ଗୁଳି ମାଡ଼ ପରେ ଏକାଧିକ ପୁଲିସ୍‌ ଗାଡ଼ି ଓ ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ଦ୍ରୁତଗତିରେ ଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କିଛି ଲୋକ ଏଣେତେଣେ ଦୌଡ଼ୁ ଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି।

ପୁଲିସ୍‌ ପକ୍ଷରୁ ପୂରା ସ୍କୁଲ ବିଲଡିଂ ଓ ଏହାର ଆଖପାଖ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି। ୨୦୧୫ ଜୁନ ୨୦ରେ ଗ୍ରାଜରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ବର୍ଷ ପୂର୍ତ୍ତିକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ଏବେ ଗ୍ରାଜ ସହରର ଗୋଟିଏ ସ୍କୁଲରେ ଗୁଳିମାଡ଼ ଯୋଗୁ ୧୧ ଜଣଙ୍କ ଜୀବନ ଯାଇଛି।

Students Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe