Advertisment

୧୨ ଘଣ୍ଟା ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ, ୮ ମୃତ

ବନ୍ଦାରବାନର ରୋୱାଙ୍ଗଚାତ ଉପଜିଲାରେ ଜାତିଗତ ବିବାଦକୁ ନେଇ ବିଳମ୍ବିତ ରାତିରେ ଏପରି ଗୋଷ୍ଠୀ ସଂଘର୍ଷ ଘଟିଥିବା କୁହାଯାଇଛି।

ଅଦ୍ୟତନ ହୋଇଛି
Clash

Clash

Advertisment

ବାଂଲାଦେଶରେ ଦେଖାଦେଇଛି ଭୟଙ୍କର ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ମଧ୍ୟ ହୋଇଛନ୍ତି। ବନ୍ଦାରବାନର ରୋୱାଙ୍ଗଚାତ ଉପଜିଲାରେ ଜାତିଗତ ବିବାଦକୁ ନେଇ ବିଳମ୍ବିତ ରାତିରେ ଏପରି ଗୋଷ୍ଠୀ ସଂଘର୍ଷ ଘଟିଥିବା କୁହାଯାଇଛି।

Advertisment

ପୁଲିସ କହିଛି ଯେ ୟୁନାଇଟେଡ ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ ଓ କୁକି ଚିନ ନ୍ୟାଶନାଲ ଆର୍ମି ମଧ୍ୟରେ ଗୁଳି ବିନିମୟ ହୋଇଛି। କୁକି-ଚିନ ନ୍ୟାଶନାଲ ଫ୍ରଣ୍ଟ (କେଏନଏଫ)ର ସାମରିକ ୱିଙ୍ଗ ହେଉଛି କୁକି ଚିନ ନ୍ୟାଶନାଲ ଆର୍ମି। ରୋୱାଙ୍ଗଚାରି ପୁଲିସ ଷ୍ଟେସନର ଅଫିସର ଇନ ଚାର୍ଜ ଅବଦୁଲ ମାନ୍ନନ କହିଛନ୍ତି, ଗୁଳି ବିନିମୟ ସ୍ଥାନରୁ ମିଳିଥିବା ଗୁଳିବିଦ୍ଧ ଶରୀରକୁ ଗୁଡ଼ିକୁ ଜବତ କରାଯିବା ସହ ବ୍ୟବଚ୍ଛେଦ ପାଇଁ ବନ୍ଦାବାନ ଜିଲ୍ଲା ସଦର ହସ୍ପିଟାଲକୁ ପଠାଇ ଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହଗୁଡ଼ିକ ହସ୍ତାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ସେମାନେ ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ଯାଏ ଗୁଳି ମାଡ଼ର ଶବ୍ଦ ଶୁଣିଥିଲେ। କେଏନଏଫ ଓ ୟୁପିଡିଫି ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି। ମୃତକଙ୍କ ପୋଷାକରୁ ଜଣାପଡ଼ିଛି ଯେ ସେମାନେ କେଏନଏର ସଦସ୍ୟ। କେଏନଏଫର ସଦସ୍ୟମାନେ ନିଜ ପାଖରେ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରକୁ ମଧ୍ୟ ବିରୋଧୀ ଗୋଷ୍ଠୀ ସଦସ୍ୟମାନେ ନେଇଯାଇଥିବା ଆଶଙ୍କା କରାଯାଉଛି। ଗୋଷ୍ଠୀ ସଂଘର୍ଷ ପରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳାର ଖବର ମଧ୍ୟ ସାମ୍ନାକୁ ଆସିଛି। 

Advertisment

କେଏନଏଫ ତା’ ସୋଶାଲ ମିଡିଆରେ ପୋଷ୍ଠ କରିଛି ଯେ ସଂଗଠନର ୭ ଜଣ ସଦସ୍ୟ ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି। ସେମାନେ ପୂରା ଘଟଣା ପାଇଁ ତଥାକଥିତ ସଂସ୍କାରବାଦୀ ଗୋଷ୍ଠୀଙ୍କୁ ଦାୟୀ କରିଛନ୍ତି। ହେଲେ କାହା ନାଁ ନେଇ ନାହାନ୍ତି। କେଏନଏଫର ଆର୍ମଡ ୱିଙ୍ଗ କକୁକି ଚିନ ନ୍ୟାଶନାଲ ଫ୍ରଣ୍ଟ ସବୁବେଳେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରକୁ ସମର୍ଥନ କରୁଥିବା ବେଳେ ପ୍ରସିତ ଖିସା ଅଧୀନରେ ଆରମ୍ଭ ହୋଇଥିବା ୟୁପିଡିଏଫ ପକ୍ଷରୁ ସିଏଚଟି ଜିଲ୍ଲାକୁ ସ୍ୱଂୟଶାସିତ ଘୋଷଣା କରିବାକୁ ଦାବି କରାଯାଉଛି।

ଅନ୍ୟପକ୍ଷରେ ଗୋଷ୍ଠୀ ସଂଘର୍ଷ ପରେ ପ୍ରାୟ ୨୦୦ ଲୋକ ସେମାନଙ୍କ ଘର ଛାଡ଼ି ପଳାଇଛନ୍ତି। ଗୁଳି ବିନିମୟ ସହ ପ୍ରବଳ ହିଂସାକାଣ୍ଡ ଘଟିଥିବାରୁ ସମସ୍ତେ ରୋୱାଙ୍ଗଚାରି ଥିବା ଆର୍ମି କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ ପୁଲିସ୍‌ ଏଯାଏ ଜାଣିପାରିନି। କିନ୍ତୁ ଜାତିଗତ ବିବାଦ କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା କୁହାଯାଉଛି।

Bangladesh Group Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe