Advertisment

ସ୍କୁଲରେ ୧୪ ବର୍ଷୀୟ ପିଲାର ଗୁଳିମାଡ଼, ୮ ଶିକ୍ଷାର୍ଥୀ ଓ ଗାର୍ଡ ମୃତ

ସ୍କୁଲରେ ପାଠପଢ଼ୁଥିବା ଜଣେ ୧୪ ବର୍ଷୀୟ ପିଲା ବେଲଗ୍ରେଡ କ୍ଲାସରୁମରେ ନିଜ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଛି।

Serbia

Serbia

Advertisment

ଆମେରିକା ଭଳି ସର୍ବିୟାର ଗୋଟିଏ ସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼। ସ୍କୁଲରେ ପାଠପଢ଼ୁଥିବା ଜଣେ ୧୪ ବର୍ଷୀୟ ପିଲା ବେଲଗ୍ରେଡ କ୍ଲାସରୁମରେ ନିଜ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଛି। ଏହାପରେ ସେ ନିଜର ଅନ୍ୟ ସହପାଠୀ ଓ ସ୍କୁଲର ଗାର୍ଡଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୮ ଜଣ ସ୍କୁଲ ପିଲା ଓ ଜଣେ ଗାର୍ଡଙ୍କ ମୃତ୍ୟୁ ହୋଇଛି ବୋଲି ସର୍ବିୟାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଦେଇଛି।

Advertisment

ବ୍ଲାଡିସ୍ଲାଭ ରିବନିକର ଏଲିମେଣ୍ଟାରୀ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ବାପା ମିଲନ ମିଲୋସେଭିକ କହିଛନ୍ତି, ଘଟଣା ବେଳେ ମୋ ଝିଅ ସ୍କୁଲ ଭିତରେ ଉପସ୍ଥିତ ଥିଲା। ହେଲେ ସେ ସୁରକ୍ଷିତ ରହିଛି। ୧୪ ବର୍ଷୀୟ ପିଲାଟି ପ୍ରଥମେ ଜଣେ ଶିକ୍ଷକକୁ ଗୁଳି କରିଥିଲା। ଏହାପରେ କ୍ଲାସରୁମରେ ଉପସ୍ଥିତ ସହପାଠୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ବ୍ରାକାର ଜିଲ୍ଲାର ମେୟର ମିଲନ ନେଡେଲଜୋକଭିଚ୍‌ଙ୍କ କହିବା କଥା ଯେ ଗୁଳିମାଡ଼ରେ ଆହତ ହୋଇଥିବା ଶିକ୍ଷକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଊଦ୍ୟମ ଜାରି ରଖିଛନ୍ତି।

Advertisment

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଜାରି କରିଥିବା ବିବୃତିରେ କହିଛି ଯେ ୮ ଜଣ ପିଲା ଓ ଜଣେ ସୁରକ୍ଷା ଗାର୍ଡ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏବେ ଆଉ ୬ ଜଣ ପିଲା ଓ ଜଣେ ଶିକ୍ଷକ ଗୁଳିମାଡ଼ରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଗୁଳିମାଡ଼ କରିଥିବା ୭ମ ଶ୍ରେଣୀ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ତେବ କେଉଁ କାରଣ ପାଇଁ ପିଲାଟି ଏପରି କାଣ୍ତ ଘଟାଇଲା, ସେକଥା ଜଣାପଡ଼ିନି।

Firing School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe