Advertisment

Middle East War: ଭାରତରୁ ଫେରୁଥିବା ଇରାନ ଜାହାଜକୁ ଶ୍ରୀଲଙ୍କାରେ ଧ୍ୱଂସ କଲା ଆମେରିକା ବୁଡ଼ାଜାହାଜ, ୮୦ ମୃତ

ଶ୍ରୀଲଙ୍କାର ଦକ୍ଷିଣପୂର୍ବ ଉପକୂଳରେ ଇରାନୀୟ ଶିପ ଉପରେ ଆମେରିକା ସବମାରିନ ବା ବୁଡ଼ାଜାହାଜ ହମଲା କରିଥିବା କଥାକୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟେ ହେଗସେଥ ନିଶ୍ଚିତ କରିଛନ୍ତି।

author-image
Hemant Lenka
Iran12

ଇରାନ

Middle East War Updates: ଇରାନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି ଆମେରିକା। ଆଜି ଶ୍ରୀଲଙ୍କା ଉପକୂଳ ଠାରୁ ସାମାନ୍ୟ ଦୂରରେ ଇରାନର ଗୋଟିଏ ଜାହାଜ ଉପରେ ହମଲା କରିଛି ଆମେରିକା ବୁଡ଼ାଜାହାଜ। ବୁଡ଼ାଜାହାଜ ଆକ୍ରମଣରେ ଇରାନୀୟ ଶିପଟି ଧ୍ୱଂସ ପାଇଯାଇଥିବା ବେଳେ ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ଅତିକମରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Advertisment

ଶ୍ରୀଲଙ୍କାର ଦକ୍ଷିଣପୂର୍ବ ଉପକୂଳରେ ଇରାନୀୟ ଶିପ ଉପରେ ଆମେରିକା ସବମାରିନ ବା ବୁଡ଼ାଜାହାଜ ହମଲା କରିଥିବା କଥାକୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟେ ହେଗସେଥ ନିଶ୍ଚିତ କରିଛନ୍ତି। ସେ ହମଲାକୁ ନିଶ୍ଚିତ କରିବା ପରେ ଶ୍ରୀଲଙ୍କାର ଉପ ବୈଦେଶିକ ମନ୍ତ୍ରୀ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି। 

ଏହାପୂର୍ବରୁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ସଂସଦକୁ ଜଣାଇଥିଲେ ଯେ ଶ୍ରୀଲଙ୍କାର ନୌସେନା ପ୍ରଥମେ ଆଇଆରଆଇଏସ ଡେନା ନାମକ ଶିପ ବିପଦରେ ଥିବା ଖବର ପାଇଥିଲା। ଏଥିରେ ୧୮୦ ଜଣ ସଦସ୍ୟ ଥିବା ଖବର ମିଳିବା ପରେ ଶ୍ରୀଲଙ୍କା ସେନା ପକ୍ଷରୁ ଏକାଧିକ ଜାହାଜ ଓ ଏୟାର ଫୋର୍ସ ବିମାନକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠା ଯାଇଥିଲା। ସେମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। 

Advertisment

କିନ୍ତୁ ଇରାନୀୟ ଶିପ ଉପରେ କେଉଁ ଦେଶର ବୁଡ଼ାଜାହାଜ ହମଲା କରିଥିଲା ବୋଲି ସେ କହିନଥିଲେ। ଏପରି ବୟାନର କିଛି ଘଣ୍ଟା ପରେ ହେଗସେଥ କହିଛନ୍ତି ଯେ “ଗୋଟିଏ ଆମେରିକା ବୁଡ଼ାଜାହାଜ ଗୋଟିଏ ଇରାନୀୟ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଇଛି।’’ ଅନ୍ତର୍ଜାତୀୟ ଜଳରେ ଇରାନୀୟ ନୌସେନାର ଜାହାଜ ବୁଡ଼ି ଯାଇଥିବା ଶ୍ରୀଲଙ୍କା ପ୍ରଶାସନ ପକ୍ଷରୁ ମଧ୍ୟ କୁହାଯାଇଛି। 

ବୁଡ଼ି ଜାହାଜଟି ହେଉଛି IRINS Dena। ନିକଟରେ ଭାରତରେ ଆୟୋଜିତ International Fleet Review 2026ରେ ଏହା ଭାଗ ନେଇଥିଲା। ଫେବୃଆରୀ ୧୮ରୁ ୨୫ ଯେଏ ବଙ୍ଗୋପସାଗରରେ ଅନୁଷ୍ଠିତ ଗୋଟିଏ ନୌସେନା ଡ୍ରିଲରେ ଏହା ସାମିଲ ହୋଇଥିଲା। ଡ୍ରିଲ ପରେ ଭାରତରୁ ଜାହାଜଟି ଫେରୁଥିବା ବେଳେ ଆମେରିକା ବୁଡ଼ାଜାହାଜର ଆକ୍ରମଣରେ ବୁଡ଼ି ଯାଇଛି। ଘଟଣାର ଦୁଇ ସପ୍ତାହ ପୂର୍ବରୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଉକ୍ତ ଇରନୀୟ ଜାହାଜକୁ ବିଶାଖାପଟନମରେ ସ୍ୱାଗତ ମଧ୍ୟ କରିଥିଲା। 

ଶ୍ରୀଲଙ୍କା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଜାହାଜରେ ଥିବା ୩୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଏକାଧିକ ମୃତଦେହକୁ ସମୁଦ୍ରରୁ ବାହାର କରିଛନ୍ତି। ଆହତଙ୍କୁ ଗାଲେ ପୋର୍ଟ ନିକଟ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। 

Middle East war updates