Advertisment

ଟଙ୍କା ବଣ୍ଟା କାର୍ଯ୍ୟକ୍ରମରେ ସାଂଘାତିକ ଭିଡ଼; ଦଳାଚକଟାରେ ଗଲା ୮୦ ଜୀବନ

ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି।

author-image
Niharika Rout
ଅଦ୍ୟତନ ହୋଇଛି
Gathering

Gathering

ୟେମେନ ରାଜଧାନୀ ସାନାଠାରେ ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୨୨ଜଣ ଗୁରୁତର ହୋଇଛନ୍ତି। ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି।

Advertisment

ଆଗକୁ ଇଦ୍‌ ଥିବା ବେଳେ ୟେମେନ ରାଜଧାନୀ ସାନାରେ ଗତକାଲି କିଛି ଧନୀ ବ୍ୟବସାୟୀ ଗରୀବଙ୍କ ମଧ୍ୟରେ ଟଙ୍କା ଓ ବିଭିନ୍ନ ଜିନିଷ ବଣ୍ଟନ କରୁଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ମାତ୍ର ମାଗଣାରେ ଟଙ୍କା ଓ ବିଭିନ୍ନ ଜିନିଷ ହାତେଇବାକୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା।

ଫଳରେ ଜଣେ ଅନ୍ୟ ଜଣଙ୍କ ଉପରେ ଚଢ଼ିଯିବାରୁ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ଏହି ଅଘଟଣରେ ବହୁ ମହିଳା, ଶିଶୁ ତଳେ ପଡ଼ି ଯାଇଥିବା ବେଳେ ସେମାନଙ୍କ ଉପରେ ଲୋକେ ଚଢ଼ି ଚାଲି ଯାଇଥିଲେ। ଫଳରେ ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅଛନ୍ତି।

Advertisment

ଦଳାଚକଟା ଖବର ପାଇ ତୁରନ୍ତ ପୁଲିସ୍‌ ସେଠାରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଏହି କାର୍ଯ୍ୟକ୍ରମର ଆୟୋଜକଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।

ଘଟଣାସ୍ଥଳର ଦୃଶ୍ୟ ଏତେ ହୃଦୟ ବିଦାରକ ଥିଲା ଯେ, ଏକ ସଙ୍ଗେ ମୃତଦେହର ପାହାଡ଼ ସଦୃଶ ଗଦା କରାଯାଇଥିଲା। କେଉଁଠି ମା’ ନିଜ ପିଲାକୁ ଖୋଜୁଥିଲା ତ କେଉଁଠି ମା’କୁ ନ ପାଇ ଛୋଟ ଶିଶୁ କାନ୍ଦୁଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବହୁ ଲୋକଙ୍କ ପତ୍ତା ମିଳୁନି। ଫଳରେ ସେମାନେ ଜୀବିତ ନା ମୃତ ସେ ନେଇ ପରିବାର ଲୋକଙ୍କ ପାଖରେ କିଛି ଖବର ନାହିଁ।

ଏନେଇ ୟେମେନ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇନି।

Dead Body