Advertisment

Afghanistan: ପରିବାରର ହତ୍ୟାକାରୀକୁ ୮୦ ହଜାର ଲୋକଙ୍କ ଆଗରେ ମୃତ୍ୟୁ ଦଣ୍ଡ ଦେଲା ୧୩ ବର୍ଷର ପିଲା

ମୃତ୍ୟୁଦଣ୍ଡକୁ ୮୦ ହଜାର ଲୋକଙ୍କ ସାମ୍ନାରେ କାର୍ଯ୍ୟକାରୀ କରିଛି ହତ୍ୟାର ଶିକାର ହୋଇଥିବା ପରିବାରର ଜଣେ ୧୩ ବର୍ଷୀୟ ପିଲା। ସେ ସର୍ବସମ୍ମୁଖରେ ନିଜ ପରିବାରର ହତ୍ୟାକାରୀକୁ ୫ ରାଉଣ୍ଡ ଗୁଳି ଚଳାଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛି।

Afghan

ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ

Advertisment

ସର୍ବସମ୍ମୁଖରେ ଜଣେ ବ୍ୟକ୍ତିକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାର ବଚଳିତ କରିବା ଭଳି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଆଫଗାନିସ୍ତାନର ଖୋସ୍ତ ଅଞ୍ଚଳର। ଗୋଟିଏ ପରିବାରର ୧୩ ଜଣଙ୍କୁ ହତ୍ୟା କରିଥିବା ଲୋକକୁ ମଙ୍ଗଳବାର ଖୋସ୍ତ ଷ୍ଟାଡିୟମ ଭିତରେ ଦିଆଯାଇଛି ମୃତ୍ୟୁଦଣ୍ଡ।

Advertisment

ଏହି ମୃତ୍ୟୁଦଣ୍ଡକୁ ୮୦ ହଜାର ଲୋକଙ୍କ ସାମ୍ନାରେ କାର୍ଯ୍ୟକାରୀ କରିଛି ହତ୍ୟାର ଶିକାର ହୋଇଥିବା ପରିବାରର ଜଣେ ୧୩ ବର୍ଷୀୟ ପିଲା। ସେ ସର୍ବସମ୍ମୁଖରେ ନିଜ ପରିବାରର ହତ୍ୟାକାରୀକୁ ୫ ରାଉଣ୍ଡ ଗୁଳି ଚଳାଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛି।  

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ବ୍ୟକ୍ତି ଜଣକ ହେଉଛି ମଙ୍ଗଲ। ପ୍ରଥମେ ତା’କୁ ଆଫଗାନିସ୍ତାନର ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ମୃତ୍ୟୁଦଣ୍ଡକୁ ସର୍ବସମ୍ମୁଖରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ତାଲିବାନର ସୁପ୍ରିମ ଲିଡର ହିବରାତୁଲ୍ଲା ଅଖୁଣ୍ଡଜାଦା। ତାଙ୍କ ଅନୁମତି ପରେ ଷ୍ଟାଡିୟମ ଭିତରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। 

Advertisment

ତେବେ ଏପରି ମୃତ୍ୟୁଦଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ମିଳିତ ଜାତିସଂଘର ରିଚାର୍ଡ ବେନ୍ନେଟ ଏହାକୁ ଅମାବୀୟ ଓ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି କହିଛନ୍ତି। ୨୦୨୧ରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନ(Taliban Recapture Afghanistan)କୁ ଦଖଲ କରିବା ପରେ ଏହାକୁ ମିଶାଇ ୧୧ ଜଣଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇ ସାରିଲାଣି। 

ମଙ୍ଗଳବାର ମଙ୍ଗଳକୁ ମୃତ୍ୟୁଦଣ୍ଡ ମିଳିବାକୁ ଥିବାରୁ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ପରିବାର ଓ ସାଧାରଣ ଲୋକ ଖୋସ୍ତ କ୍ରୀଡ଼ା ଷ୍ଟାଡିୟମ ବାହାରେ ଓ ଭିତରେ ଏକାଠି ହୋଇଥିଲେ। ଖୋସ୍ତର ତାଲିବାନ ଗଭର୍ଣ୍ଣରଙ୍କ ମୁଖପାତ୍ର ମୁସ୍ତାଗଫର ଗୁରବାଜ କହିଛନ୍ତି, ମଙ୍ଗଲ ‌ଖୋସ୍ତରେ ରହୁଥିବା ଅବଦୁଲ ରହମାନ ଓ ତାଙ୍କ ପରିବାରର ଅନ୍ୟମାନଙ୍କୁ ୧୦ ମାସ ତଳେ ଅଲୀ ଶିର ଓ ତେରେଜିଓ ଜିଲ୍ଲାରେ ହତ୍ୟା କରିଥିଲା।

ଏହି ହତ୍ୟା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହେବାରୁ ମଙ୍ଗଳବାର ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ହତ୍ୟାକାରୀ ମଙ୍ଗଲ ହେଉଛି ସଜାଙ୍କ ଅଞ୍ଚଳରେ ରହୁଥି ତାଲା ଖାନଙ୍କ ପୁଅ। 

ତାଲିବାନ ଅଧିକାରୀଙ୍କ କହିବା କଥା ଯେ ପ୍ରଥମେ ତଳ କୋର୍ଟ ଓ ଶେଷରେ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା ମଙ୍ଗଲ। ସେ ମୃତ୍ୟୁ ଦଣ୍ଡ ପାଇଥିବାରୁ ପୀଡ଼ିତଙ୍କ ପରିବାରକୁ ଏହା ଉପରେ ବିଚାର କରିବାକୁ କୁହାଯାଇଥିଲା। ସେମାନେ ଯଦି କ୍ଷମା କିମ୍ବା ବୁଝାମଣା କରିଥାଆନ୍ତେ, ତା’ହେଲେ ମଙ୍ଗଲ ମୃତ୍ୟୁଦଣ୍ଡରୁ ବର୍ତ୍ତି ଯାଇଥାଆନ୍ତା। କିନ୍ତୁ ସେମାନେ ମୃତ୍ୟୁଦଣ୍ଡ ମିଳିବା ଜିଦରେ ଅଟଳ ରହିଥିଲେ। 

ପରିବାର ୧୩ ବର୍ଷୀୟ ପିଲାକୁ ମଧ୍ୟ କ୍ଷମା କରିବାର ବିକଳ୍ପ ଦିଆଯାଇଥିଲା। କିନ୍ତୁ ସେ ମନା କରିଥିଲା। ଶେଷରେ ସେ ହିଁ ସର୍ବସମ୍ମୁଖରେ ୫ ରାଉଣ୍ଡ ଗୁଳି ଫୁଟାଇ ମଙ୍ଗଲକୁ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିଥିଲା। 

Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe