Advertisment

ହମାସ କବଳରୁ ମୁକ୍ତି ପାଇଥିବା ୮୫ ବର୍ଷୀୟ ମହିଳା କହିଲେ ପଣବନ୍ଦୀର କାହାଣୀ

ୟୋଚେଭେଡଙ୍କ ସହ ୭୯ ବର୍ଷୀୟ ନୁରିଟ କୁପର ମଧ୍ୟ ହମାସ କବଳରୁ ମୁକ୍ତି ପାଇଛନ୍ତି।

Hamas

Hamas

Advertisment

ଅକ୍ଟୋବର ୭ରୁ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ କବଳରେ ପଣବନ୍ଦୀ ହୋଇ ରହିଥିବା ଇସ୍ରାଏଲର ୨ ଜଣ ବୟସ୍କ ମହିଳା ସୋମବାର ରାତିରେ ମୁକ୍ତି ପାଇଛନ୍ତି। ସେମାନଙ୍କୁ ଇସ୍ରାଏଲର ଅନ୍ୟ ୨୨୨ ଜଣ ପଣବନ୍ଦୀଙ୍କ ସହ ଗାଜାର ଗୋଟିଏ ଗୁପ୍ତ ସ୍ଥାନରେ ରଖାଯାଇଥିଲା। ତେବେ ମାନବୀୟ ଦୃଷ୍ଟିକୋଣରୁ ହମାସ ପକ୍ଷରୁ ଦୁଇ ଜଣଙ୍କୁ ଛଡ଼ା ଯାଇଛି। ମୁକ୍ତ ହେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ହମାସ କବଳରୁ ମୁକ୍ତି ପାଇଥିବା ଦୁଇ ମହିଳାଙ୍କ ମଧ୍ୟରେ ଜଣେ ୮୫ ବର୍ଷୀୟ ବୃଦ୍ଧା ଥିଲେ। ସେ ଏବେ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେବିଷୟରେ ପୂରା ବିଶ୍ୱକୁ ଅବଗତ କରାଇଛନ୍ତି। ଦୁଇ ସପ୍ତାହର ପଣବନ୍ଦୀ ସମୟରେ ତାଙ୍କ ସହ ହମାସର ସଦସ୍ୟମାନେ ଭଲ ବ୍ୟବହାର କରିଥିବା ସେ ସର୍ବସମ୍ମୁଖରେ କହିଛନ୍ତି।

୮୫ ବର୍ଷୀୟ ୟୋଚେଭେଡ୍ ଲିଫସିଜ୍ ହମାସ କବଳରୁ ମୁକୁଳିବା ପରେ ତେଲ ଅଭିଭର ଗୋଟିଏ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲ ସମ୍ମୁଖରେ ସେ ଗୋଟିଏ ହ୍ୱିଲଚେୟାରରେ ବସି କହିଛନ୍ତି ଯେ ପଣବନ୍ଦୀ ସମୟର ଜଣେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ। ତାଙ୍କୁ ଆବଶ୍ୟକ ମେଡିସିନ ଠାରୁ ଅନ୍ୟାନ୍ୟ ଜିନିଷ ମଧ୍ୟ ମିଳୁଥିଲା। ଅନ୍ୟ ପଣବନ୍ଦୀଙ୍କ ସହ ୟୋଚେଭେଡଙ୍କୁ ଟନେଲ ମଧ୍ୟରେ ରଖାଯାଇଥିଲା।

Advertisment

ସେ କହିଛନ୍ତି, “ମୁଁ ନର୍କ ଦେଇ ଆସିଛି। ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହେବୁ ବୋଲି କେବେ ହେଲେ ଚିନ୍ତା କରି ନଥିଲୁ। ଅକ୍ଟୋବର ୭ରେ ମୋତେ ଗୋଟିଏ ବାଇକରେ କିଛି ଯୁବକ ଉଠାଇ ନଥିଲେ।

ବାଇକର ଗୋଟିଏ ପାର୍ଶ୍ୱକୁ ମୋ ମୁଣ୍ଡ ଝୁଲି ଥିବା ବେଳେ ଶରୀରର ବାକି ଅଂଶ ଆଉ ଗୋଟିଏ ପାର୍ଶ୍ୱରେ ରହିଥିଲା। ମୋତେ ଅପହରଣ କରି ନେଉଥିବା ଯୁବକମାନେ ବାଡ଼େଇ ଥିଲେ। ସେମାନେ ମୋ ହାତ ଗୋଡ଼ ଭାଙ୍ଗି ନଥିଲେ। କିନ୍ତୁ ସେମାନଙ୍କ ମାଡ଼ ଅନେକ ଯନ୍ତ୍ରଣା ଦେଉଥିଲା। ମୁଁ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ କରିଥିଲି।

ଆମକୁ ଗାଜାରେ ଥିବା ଗୋଟିଏ ଟନେଲକୁ ନିଆଯାଇଥିଲା। ସେଠାରୁ ଫେରିବା ଆମ ପାଇଁ ଆଉ ସମ୍ଭବ ନଥିଲା। ଲାଗୁଥିଲା ହମାସ ପକ୍ଷରୁ ଆମକୁ ନିର୍ଯାତନା ଦିଅରଯିବ। କିନ୍ତୁ ସେମାନେ ସେଠାରେ ଆମକୁ ଭଲ ବ୍ୟବହାର କରିଥିଲେ।

ଆମର ସବୁ ଆବଶ୍ୟକତାକୁ ପୂରଣ କରିଥିଲେ। ଜଣେ ଡାକ୍ତର ମୋ କଥା ବୁଝିବା ସହ ମେଡିସିନ ଯୋଗାଇ ଦେଇଥିଲେ। କେବଳ ମୋତେ ନୁହେଁ, ଅନ୍ୟ ପଣବନ୍ଦୀଙ୍କ ସହ ମଧ୍ୟ ସେମାନେ ଭଲ ବ୍ୟବହାର କରିଛନ୍ତି।

ୟୋଚେଭେଡଙ୍କ ସହ ୭୯ ବର୍ଷୀୟ ନୁରିଟ କୁପର ମଧ୍ୟ ହମାସ କବଳରୁ ମୁକ୍ତି ପାଇଛନ୍ତି।

Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe