Advertisment

ଶୋଇଥିବା ବେଳେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳିକରି ମାରିଦେଲେ

ବିବାହକୁ ନେଇ ପରିବାର ଭିତରେ ଉଠିଥିବା ବିବାଦ ଏଭଳି ରକ୍ତପାତର ରୂପ ନେଇଛି।

author-image
Niranjan Mishra
representational image

representational image

ଘରେ ଶୋଇଥିବା ଗୋଟିଏ ପରିବାର ୯ ଜଣଙ୍କୁ ଗୁଳି କରି ମାରି ଦେଲେ। ବିବାହକୁ ନେଇ ପରିବାର ଭିତରେ ଉଠିଥିବା ବିବାଦ ଏଭଳି ରକ୍ତପାତର ରୂପ ନେଇଛି। ବୁଧବାର ଉତ୍ତର ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖାୱା ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ସୂଚନା ମୁତାବକ ମାଲାକାଣ୍ଡ ଜିଲ୍ଲା ଅନ୍ତର୍ଗତ ବାଟଖେଲା ତହସିଲ ଅଞ୍ଚଳରେ ୩ ମହିଳା ଓ ୬ ଜଣ ପୁରୁଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ଘରେ ଶୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Advertisment

ପୁଲିସ ଏହି ଘଟଣା ପରେ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତ ନିକଟସ୍ଥ ବାଟଖେରା ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଥିବାରୁ ଅର୍ଦ୍ଧସାମରିକ ଫୋର୍ସ ଏହି ଅଞ୍ଚଳରେ ମୁତୟନ କରାଯାଇଛି।

ହତ୍ୟାକାରୀକୁ ଧରିବା ପାଇଁ ଏହି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ପୁଲିସ ଯାଞ୍ଚ ଚଳାଇଛି। ମୁଖ୍ୟମନ୍ତ୍ରୀ(କେୟାରଟେକର) ମହମ୍ମଦ ଆଜାମ ଖାନ୍‌ ହତ୍ୟାକରୀକୁ ଧରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment
Family Dead Shootout Pakistan Marriage