Advertisment

ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ିବା ଘଟଣା; ୯ ଭାରତୀୟ ଉଦ୍ଧାର, ଏବେବି ୪ ନିଖୋଜ

ଓମାନ୍ ସମୁଦ୍ରରେ ତେଲ ଟ୍ୟାଙ୍କର ଜାହାଜ ବୁଡି ନିଖୋଜ ୧୩ ଭାରତୀୟଙ୍କ ମଧ୍ୟରୁ ୯ ଜଣ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବାର ୪୮ ଘଣ୍ଟା ପରେ ବି ଆଉ ୪ ଜଣଙ୍କର କୌଣସି ସନ୍ଧାନ ମିଳିନି।

Rescue Operation

Rescue Operation

Advertisment

ଓମାନ୍ ସମୁଦ୍ରରେ ତେଲ ଟ୍ୟାଙ୍କର ଜାହାଜ ବୁଡି ନିଖୋଜ ୧୩ ଭାରତୀୟଙ୍କ ମଧ୍ୟରୁ ୯ ଜଣ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବାର ୪୮ ଘଣ୍ଟା ପରେ ବି ଆଉ ୪ ଜଣଙ୍କର କୌଣସି ସନ୍ଧାନ ମିଳିନି।

Advertisment

ନିଖୋଜମାନଙ୍କୁ ଖୋଜିବା ଲାଗି ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ୍ ତେଗ୍ ସର୍ଚ୍ଚ ଅପରେସନରେ ଜାରି ରଖିଛି। ଭାରତର ସାମୁଦ୍ରିକ ସର୍ଭିଲାନ୍ସ ବିମାନ P-81କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିଲା।

ଓମାନ୍ ସମୁଦ୍ରରେ ଗତ ସୋମବାର ବୁଡ଼ିଥିବା ତେଲ୍ ଟ୍ୟାଙ୍କରରେ ମୋଟ ୧୬ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ।

Advertisment

ବନ୍ଦର ସହର ଡିଉକମ୍ ନିକଟବର୍ତ୍ତୀ ରାସ୍ ମେଡ୍ରାକାଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୫ ନୌଟିକାଲ ମାଇଲ୍ ଦୂରରେ ଗତ ସୋମବାର ଏହି ଘଟଣା ଘଟିଥିଲା। ଗତ ସୋମବାର ଦିନ ପ୍ରେଷ୍ଟିଜ୍ ଫାଲକନ୍ ନାମକ ଟ୍ୟାଙ୍କର ବୁଡିଯିବା ପରେ ସେଥିରେ ଥିବା ୧୬ ଜଣ କ୍ରିଉ ମେମ୍ବରଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା। ଏହି ଟ୍ୟାଙ୍କରଟି ୟେମିନି ବନ୍ଦରକୁ ଯାଉଥିଲା । ୧୧୭ ମିଟର ଲମ୍ବର ଏଇ ଟ୍ୟାଙ୍କରଟି ୨୦୦୭ ମସିହାରେ ନିର୍ମିତ ହୋଇଥିଲା ।

India Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe