Airport Fire
ବିମାନ ବନ୍ଦରରେ ଲାଗିଲା ନିଆଁ। ଟର୍ମିନାଲରେ ଥିବା ଏସ୍କେଲଟର୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଜଳି ଯାଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା।
ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନ ବନ୍ଦରର ଟର୍ମିନାଲ-୮ରେ ହଠାତ୍ ନିଆଁ ଲାଗି ଯାଇଥିଲା। ବୁଧାବାର ସକାଳୁ ଏଠାରେ ଥିବା ଏକ ଏସ୍କେଲଟର୍ରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଦେଖୁ ଦେଖୁ ଏହି ନିଆଁ ବିକରାଳ ରୂପ ଧାରଣ କରି ବ୍ୟାପିବାକୁ ଲାଗିଥିଲା। ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ନିଆଁ ଲାଗିବା ଯୋଗୁ ବିମାନବନ୍ଦରର ଓ୍ୱେଟିଂ ରୁମ୍ରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟମିନାଲକୁ ତୁରନ୍ତି ଖାଲି କରାଯାଇଥିଲା। ସେପଟେ ଏହି ଅଗ୍ନିକାଣ୍ଡ ଯୋଗୁ ୯ ଜଣ ଜଳି ଯାଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ବିମାନ ବନ୍ଦରରେ ଥିବା ଏସ୍କେଲେଟର୍ରେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏହାର ତଦନ୍ତ ଜାରି ରହିଛି। ଆମେରିକାନ୍ ଏୟାରଲାଇନ୍ସ, ବ୍ରିଟିଶ ଏୟାରବେଜ୍ ସମେତ ଅନେକ ବିମାନ ଉଡାଣ ବାତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us