Advertisment

ସିରିଏଲ୍‌ ପେଜର୍‌ ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପ୍ରାୟ ୨୮ ଶହରୁ ଅଧିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
pager Blast

pager Blast

Advertisment

ଲେବାନନରେ ସିରିଏଲ୍ ବ୍ଲାଷ୍ଟ। ପେଜର୍‌ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ପ୍ରାୟ ୨୮ ଶହରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଗତକାଲି ଲୋକଙ୍କ ପକେଟ୍‌ରେ ଥିବା ପେଜରରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଲୋକଙ୍କ ପକେଟ୍‌ରେ ଏକାସଙ୍ଗେ ହୋଇଥିଲା ବିସ୍ଫୋରଣ। ଏଥିପାଇଁ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲକୁ ଦାୟୀ କରାଯାଇଛି।

ଇସ୍ରାଏଲ ପକ୍ଷରୁ ପେଜରକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲେବାନନରେ ଜାରି ହୋଇଛି ହାଇଆଲର୍ଟ। ଲୋକଙ୍କୁ ପେଜର ବ୍ୟବହାର ନକରିବାକୁ କୁହାଯାଇଛି।

Advertisment

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ। ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା।

୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ।

Israel Hezbollah Lebanon Pager Blasts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe