Advertisment

ସେନାର ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା, ୯ ସୈନ୍ୟ ମୃତ

ଏଥିରେ ୯ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଦୁଇଟି ଯାକ ହେଲିକପ୍ଟର ରାତ୍ରିକାଳୀନ ଟ୍ରେନିଂ ମିଶନରେ ଯାଇଥିବା ବେଳେ କେଣ୍ଟୁସ୍କି ଉପରେ ପରସ୍ପରକୁ ଧକ୍କା ଦେଇଥିବା ଜଣାପଡ଼ିଛି।

author-image
Hemant Lenka
Crash

Crash

ଆମେରିକାର ସେନାର ଦୁଇଟି ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଉଦ୍ଧାର କାମରେ ନିୟୋଜିତ ହେଉଥିବା ଆମେରିକା ସେନାର ଦୁଇଟି ବ୍ଲାକ ହକ୍‌ ହେଲିକପ୍ଟର ଦୁର୍ଘଟଣାରେ ଛିନଛତ୍ର ହୋଇଯାଇଛି। ଏଥିରେ ୯ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଦୁଇଟି ଯାକ ହେଲିକପ୍ଟର ରାତ୍ରିକାଳୀନ ଟ୍ରେନିଂ ମିଶନରେ ଯାଇଥିବା ବେଳେ କେଣ୍ଟୁସ୍କି ଉପରେ ପରସ୍ପରକୁ ଧକ୍କା ଦେଇଥିବା ଜଣାପଡ଼ିଛି। 

Advertisment

ମିଳିଥିବା ଥିବା ସୂଚନା ଅନୁଯାୟୀ, କ୍ରୁ ସଦସ୍ୟମାନେ ନାଇଟ ଭିଜ୍‌ନ ଗଗଲ୍ସ ପିନ୍ଧି ଏଚଏଚ-୬୦ ବ୍ଲାକ ହକ୍‌ ହେଲିକପ୍ଟରେ ଉଡ଼ାଣ ଭରିଥିଲେ। ଏହାକୁ ଆର୍ମିର ୧୦୧ତମ ଏୟାରବର୍ଣ୍ଣ ଡିଭିଜିନ ପକ୍ଷରୁ ପରିଚାଳନା କରାଯାଉଥିଲା। ତେବେ ଉଡ଼ାଣର କିଛି ସମୟରେ ଟ୍ରଗ୍‌ କାଉଣ୍ଟର ଗୋଟିଏ ପଡ଼ିଆ ଉପରେ ଦୁଇଟି ଯାକ ହେଲିକପ୍ଟର ପରସ୍ପରକୁ ଧକ୍କା ଦେଇ ଖସି ପଡ଼ିଥିଲେ। ହେଲିକପ୍ଟରେ ନିଆଁ ଲାଗିଯିବା ସହ ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

ଡିଭିଜିନର ଡେପୁଟି କମାଣ୍ଡିଂ ଅଫିସର ଆର୍ମି ବ୍ରିଗେଡିୟର ଜେନେରେଲା ଜନ ଲୁବାସ କହିଛନ୍ତି, ହେଲିକପ୍ଟର ଦ୍ୱୟ କେମିତି ତଳକୁ ଖସି ପଡ଼ିଲେ, ସେ ବିଷୟରେ ଏଯାଏ ଅଳ୍ପ ତଥ୍ୟ ମିଳିଛି। ସେହିପରି ଦୁଇଟି ଯାକ ହେଲିକପ୍ଟର ପରସ୍ପରକୁ ଧକ୍କା ଦେଇଛନ୍ତି କି ନାହିଁ, ସେ ବିଷୟରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିଛି।

Advertisment

ଘଟଣା ତଦନ୍ତ ଚାଲିଛି। ଏୟାରକ୍ରାଫ୍ଟ ସେଫ୍ଟୀ ଇନଭେଷ୍ଟିଗେସନ ଟିମ ଗୁରୁବାର ଅଲବାମାର ଫୋର୍ଟ ରକରରୁ ଆସିବେ। ସେମାନେ ହେଲିକପ୍ଟରରେ ଥିବା ଅନବୋର୍ଡ କମ୍ପ୍ୟୁଟର ବା ବ୍ୟବସାୟିକ ବିମାନରେ ଥିବା ବ୍ଲାକବକ୍ସ ଭଳି ଜନିଷକୁ ଯାଞ୍ଚ କରିବା ପରେ ପୂରା ତଥ୍ୟ ମିଳିବ ବୋଲି ସେ କହିଛନ୍ତି।

ଲୁବାସ ଆହୁରି କହିଛନ୍ତି ଯେ ଗୋଟିଏ ହେଲିକପ୍ଟରରେ ୪ ଜଣ ଓ ଆଉ ଗୋଟିଏରେ ୫ ଜଣ ସୈନ୍ୟ ରହିଥିଲେ। ସେମାନେ ନାଇଟ ଭିଜନ ଗଗଲ୍ସ ମଧ୍ୟ ଲଗାଇଥିଲେ। ତଥାପି କେଉଁ ପରିସ୍ଥିତିରେ ଘଟଣା ଘଟିଲା, ତା’ର ଯାଞ୍ଚ କରାଯାଉଛି।

USA Army Chopper Crash