Advertisment

ଆମେରିକାରେ ଚାଲିଥିଲା ଚାଇନାର ନବ ବର୍ଷ କାର୍ଯ୍ୟକ୍ରମ, ଆଖିବୁଜା ଗୁଳିମାଡ଼ରେ ୯ ମୃତ

ଚାଇନାର ଲୁନାର ନବ ବର୍ଷ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନାଚଗୀତର ପ୍ରାୟ ଘଣ୍ଟାଏ ପରେ ସେଠାରେ ଉପସ୍ଥିତ ଲୋକଙ୍କ ଉପରକୁ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି।

Chinese New Year Party

Chinese New Year Party

Advertisment

ଆମେରିକାର କାଲିଫର୍ଣ୍ଣିର ମୋନଟେରୀ ପାର୍କରେ ହୋଇଛି ଆଖିବୁଜା ଗୁଳିମାଡ଼। ଏଠାରେ ଚାଇନାର ଲୁନାର ନବ ବର୍ଷ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନାଚଗୀତର ପ୍ରାୟ ଘଣ୍ଟାଏ ପରେ ସେଠାରେ ଉପସ୍ଥିତ ଲୋକଙ୍କ ଉପରକୁ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ପୁଲିସ କହିଛି ଯେ ହମଲା ପଛରେ ଜଣେ ମାତ୍ର ବ୍ୟକ୍ତି ରହିଥିବା ସନ୍ଦେହ କରାଯାଉଛି। ତଥାପି ସେ ଏଯାଏ ଧରାପଡ଼ିନି। ଏଠାରେ ଥିବା ଗୋଟିଏ ଡ୍ୟାନ୍ସ କ୍ଲବ ଭିତରେ ଓ ବାହାରେ ଗୁଳିମାଡ଼ ହୋଇଛି। ଦୁଇ ଦିନିଆ ଲୁନାର ନବ ବର୍ଷ ପାଇଁ ହଜାର ହଜାର ଲୋକ ଏଠାରେ ଉପସ୍ଥିତ ଥିଲେ।

କ୍ଲବରେ ନବ ବର୍ଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାୟ ୧ ଘଣ୍ଟା ପରେ ଗୁଳିମାଡ଼ ହୋଇଛି। ଖବର ପାଇ ପୁଲିସ୍‌ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ସର୍ଚ୍ଚ ଅପରେସନ କରାଯାଇଛି। ସେହିପରି ଗୁଳିମାଡ଼ର ଶିକାର ହୋଇଥିବା ଲୋକଙ୍କୁ ହସ୍ପିଟାଲ ନିଆଯାଇଛି। କିନ୍ତୁ ସେଠାରେ ଡାକ୍ତର ଇତି ମଧ୍ୟରେ ୯ ଜଣଙ୍କୁ ମୃତ ଘୋଷଣା କରି ସାରିଛନ୍ତି।

Advertisment

ଘଟଣାସ୍ଥଳରେ ସି’ଫୁଡର ବିକ୍ରି କରୁଥିବା ସେଉଙ୍ଗ ଉନ ଚୋଇ କହିଛନ୍ତି, ୩ ଜଣ ଲୋକ ଦୌଡ଼ି ଆସି ତାଙ୍କ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ସହ କବାଟ ବନ୍ଦ କରିବାକୁ କହିଥିଲେ। ଦୌଡ଼ି ଆସିଥିବା ଲୋକମାନେ କହିଥିଲେ ଯେ ଜଣେ ବ୍ୟକ୍ତି ମେସିନ ଗନ୍‌ ଧରି ଲୋକଙ୍କ ଉପରକୁ ଗୁଳିମାଡ଼ କରୁଛି। ତେଣୁ ସେମାନେ ଭୟରେ ଏଠାକୁ ଚାଲି ଆସିଛନ୍ତି। ପୁଲିସ୍‌ ଏହି ବୟାନକୁ ଆଧାର କରି ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ‌ଖୋଜିବା ଆରମ୍ଭ କରିଛି।

China America Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe