Advertisment

ଆଖି ବୁଜିଲେ ୯୦ ଭାରତୀୟ ହଜ୍‌ ଯାତ୍ରୀ, ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ଅଧିକ ଗରମ ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସାଉଦି ଆରବର ଜଣେ ଅଧିକାରୀ କହିଛନ୍ତି।

author-image
Madhupriya Mistry
Hajj pilgrims

Hajj pilgrims

ପ୍ରବଳ ଗରମ ଆଉ ଗୁଳୁଗୁଳି। ୫୦ ତଳକୁ ଖସୁନି ତାପମାତ୍ରା। ମୁଣ୍ଡଫଟା ଖରା ସାଙ୍ଗକୁ ହିଟ୍‌ ଓ୍ୱେଭ୍‌ ଲୋକଙ୍କ ଜୀବନ ନେଉଛି। ସାଉଦି ଆରବରେ ଜାରି ରିଛି ଗ୍ରୀଷ୍ମ ପ୍ରବାହ। ଭୀଷଣ ଗରମ ଓ ଗୁଳୁଗୁଳି ଯୋଗୁ ବର୍ତ୍ତମାନ ସୁଦ୍ଧ ଏଠାରେ ୯୦ ଭାରତୀୟ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଫଳରେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ଏଠାରେ ୬୦୦ ଟପିଛି।

Advertisment

ଚଳିତ ବର୍ଷ ହଜ୍‌ ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହେଲେ ଭୀଷଣ ଗରମ ସହ ଗୁଳୁଗୁଳି କାରଣରୁ ସାଉଦି ଆରବରେ ୬୦୦ରୁ ଅଧିକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୧୪୦୦ରୁ ଅଧିକ ହଜ୍ ଯାତ୍ରୀ ନିଖୋଜ ଅଛନ୍ତି। ମୃତ ହଜ୍‌ଯାତ୍ରୀଙ୍କ ମଧ୍ୟରେ ୯୦ଜଣ ଭାରତୀୟ ରହିଥିବା ନେଇ ଯାତ୍ରା ସହ ଜଡ଼ିତ ଜଣେ ସାଉଦି ଆରବର କୁଟନୈତିଜ୍ଞ କହିଛନ୍ତି। ତେବେ ଭାରତରୁ ଚଳିତ ବର୍ଷ ୧,୭୫,୦୦୦ ଯାତ୍ରୀ ହଜ୍‌ ପାଇଁ ଯାଇଥିବା ବେଳେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସୂଚନା ଜାରି କରାଯାଇ ନାହିଁ।

ଏଏଫ୍‌ପିର ରିପୋର୍ଟ ମୁତାବକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୬୦୦ ଟପିଛି। ଏଠାରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ଲୋକ ଇଜିପ୍ଟର ଅଛନ୍ତି। କେବଳ ଇଜିପ୍ଟର ହିଁ ୩୨୩ ନାଗରିକଙ୍କ ମୃତ୍ୟୁ ହୋଇଛି। ଅଧିକ ଗରମ ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସାଉଦି ଆରବର ଜଣେ ଅଧିକାରୀ କହିଛନ୍ତି। ଏଥିସହିତ ମୃତ ବ୍ୟକ୍ତିଙ୍କ ମଧ୍ୟରେ ୬୦ଜଣ ଜୋର୍ଡାନର ବାସିନ୍ଦା ଅଛନ୍ତି।

Advertisment

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟ୍ୟୁନିସିଆ, ଇଣ୍ଡୋନେସିଆ, ଜୋର୍ଡାନ, ଭାରତ ଏବଂ ଇରାନର ମୃତକ ରହିଛନ୍ତି। ଖବର ଅନୁଯାୟୀ ସମସ୍ତ ତୀର୍ଥଯାତ୍ରୀଙ୍କ ମୃତଦେହ ନିଜ ନିଜ ଦେଶକୁ ପଠାଯିବ ନାହିଁ, ସାଉଦି ଆରବରେ ହିଁ ସେମାନଙ୍କୁ କବର ଦିଆଯିବ ବୋଲି ଜଣାପଡ଼ିଛି। ଗତ ବର୍ଷ ହଜ୍‌ ସମୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ହଜ୍ ଯାତ୍ରା ଜୁନ୍‌ ୧୪ରୁ ଆରମ୍ଭ ହୋଇଥିଲା। ଜୁନ୍‌ ୧୯ରେ ଏହା ଶେଷ ହୋଇଛି। 

Heat Wave Hajj Pilgrim Mecca Hajj Pilgrims Dead