Advertisment

ଖ୍ରୀଷ୍ଟମାସ ସପିଂ ବେଳେ ମାଡ଼ିଗଲା କାର୍‌; ୨ ମୃତ, ୬୫ ଆହତ

ଖ୍ରୀଷ୍ଟମାସ ସପିଂ ପାଇଁ ମାର୍କେଟରେ ଲୋକ ଗହଳି ଥିବା ବେଳେ ଆଖି ପିଛୁଳାକେ ମାଡ଼ି ଆସିଲା କାର୍‌ । ଦେଖୁ ଦେଖୁ କାର୍‌ଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ିଗଲା।

author-image
Niharika Rout
Accident Spot

Accident Spot

ଖ୍ରୀଷ୍ଟମାସ ସପିଂ ପାଇଁ ମାର୍କେଟରେ ଲୋକ ଗହଳି ଥିବା ବେଳେ ଆଖି ପିଛୁଳାକେ ମାଡ଼ି ଆସିଲା କାର୍‌ । ଦେଖୁ ଦେଖୁ କାର୍‌ଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ିଗଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ଜଣେ ଡାକ୍ତର ବୋଲି ଜଣାଯାଇଛି।

Advertisment

ଖ୍ରୀଷ୍ଟମାସ ପୂର୍ବରୁ ସପିଂ ନିମନ୍ତେ ଜର୍ମାନୀର ମ୍ୟାକଡବର୍ଗ ବଜାରରେ ବେଶ୍‌ ଲୋକ ଗହଳି ଥିଲା । ଏହି ସମୟରେ ହଠାତ୍‌ ଏକ କାର୍‌ ମାଡ଼ି ଆସି ଲୋକଙ୍କ ଉପରେ ଚଢ଼ିଗଲା। ଫଳରେ ଦେଖୁଦେଖୁ ବଜାjରେ ହୋହଲ୍ଲା ହେବା ସହ ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ।

ଉତ୍ତ୍ୟକ୍ତ ଲୋକେ କାର୍‌ ଚାଳକଙ୍କୁ ଅଟକ ରଖିଥିବା ବେଳେ ପୁଲିସ୍‌ ପହଞ୍ଚି ତାଙ୍କୁ ବାନ୍ଧିଛି। ଅଭିଯୁକ୍ତଜଣକ ପେସାରେ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାଯାଇଛି। ଏହା ଏକ ଆତଙ୍କୀ ହାମଲା ବୋଲି ସନ୍ଦେହ କରି ପୁଲିସ୍‌ ଅଭିଯୁକ୍ତଙ୍କ ଗାଡ଼ିକୁ ଯାଞ୍ଚ କରିବା ସହ ଘଟଣାର ଛାନଭିନ କରୁଛି। ଏଥିସହ ଏପରି ଘଟଣା ପଛର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛି।

Advertisment

ଏହି ଘଟଣାରେ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Germany