ରାଷ୍ଟ୍ରପତି ଇବ୍ରାହିମଙ୍କ ଭଳି ଏହି ସବୁ ବଡ଼ ନେତା ବି ଏୟାର କ୍ରାଶରେ ହରାଇଥିଲେ ପ୍ରାଣ

ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନିଙ୍କ ନିର୍ଦ୍ଦେଶକକ୍ରମେ ମହମ୍ମଦ ମୁ‌ଖବିର ଇରାନର ରାଷ୍ଟ୍ରପତି ପଦ ସମ୍ଭାଳିଛନ୍ତି।

Air Crash

ବାମରୁ ଜିଆ ଉଲ ହକ, ମାଧବରାଓ ଓ ସଞ୍ଜୟ ଗାନ୍ଧି (ଫାଇଲ ଫଟୋ)

Hemant Lenka
  • Published: Monday, 20 May 2024
  • Updated: 20 May 2024, 04:28 PM IST

Sports

Latest News

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିବା ପରେ ପୂରା ବିଶ୍ୱ ସ୍ତବ୍ଧ ହୋଇ ଯାଇଛି। ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପରେ ଇରାନ ଶୋକରେ ବୁଡ଼ି ରହିଛି। ତଥାପି ସରକାରୀ କାମ ସ୍ୱାଭାବିକ ଭାବେ ଚାଲିବ ବୋଲି କହିଛି।

ଏଥିସହ ଦେଶର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନିଙ୍କ ନିର୍ଦ୍ଦେଶକକ୍ରମେ ମହମ୍ମଦ ମୁ‌ଖବିର ଇରାନର ରାଷ୍ଟ୍ରପତି ପଦ ସମ୍ଭାଳିଛନ୍ତି। ସେ ଉପ ରାଷ୍ଟ୍ରପତି ଭାବେ ୨୦୨୧ରୁ କାମ କରୁଥିଲେ। ରଇସିଙ୍କ ଭଳି ମୁଖବିର ମଧ୍ୟ ସୁପ୍ରିମ ଲିଡର ଖାମେନିଙ୍କ ଖାସ ଲୋକ ।

ତେବେ ଏପରି ଆକାଶ ମାର୍ଗରେ କୌଣସି ବଡ଼ ନେତାଙ୍କ ମୃତ୍ୟୁ ଘଟିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଅନେକ ବଡ଼ବଡ଼ ପଦରେ ଥିବା ନେତାଙ୍କର ମୃତ୍ୟୁ ଏୟାରକ୍ରାଶରେ ହୋଇଛି। କେଉଁଠି ବିମାନ କ୍ରାଶ କରିଛି ତ ଆଉ କେଉଁଠି ହେଲିକପ୍ଟର ଦୁର୍ଘଟଣା ଯୋଗୁ ଜୀବନ ଯାଇଛି।

Also Read

୧- ଅରଭିଡ ଲିଣ୍ଡମାନ(ସ୍ୱଡେନର ପ୍ରଧାନମନ୍ତ୍ରୀ): ସଲୋମନ ଅରଭିଡ ଲିଣ୍ଡମାନ ସ୍ୱିଡେନର ଜଣେ ଆଡମିରାଲ ଓ ଦୁଇ ଥରର ପ୍ରଧାନମନ୍ତ୍ରୀ। ୧୯୩୬ ମସିହା ଡିସେମ୍ବର ୯ରେ ହେଲିକପ୍ଟର ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେ ଘଟଣା ଦିନ ଡୌଗଲସ ଡିସି-୨ ହେଲିକପ୍ଟରରେ ଯାତ୍ରା କରୁଥିଲେ। ତେବେ ୟୁକେ କ୍ରୋୟଡନ ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ଘରେ ଏହା ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ଲିଣ୍ଡମାନଙ୍କ ମୃତ୍ୟୁ ଘଟିଥିଲା।

୨- ରମଣ ମାଗାସେସ(ଫିଲିପାଇନ୍ସ ରାଷ୍ଟ୍ରପତି): ଫିଲିପାଇନ୍ସର ୭ମ ରାଷ୍ଟ୍ରପତି ହେଉଛନ୍ତି ରମଣ ମାଗାସେସ। ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ସେ ବେଶ ପରିଚିତ ଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ୧୯୫୭ ମସିହା ମାର୍ଚ୍ଚ ୧୭ରେ ଶେଷ ହୋଇଯାଇଥିଲା।

ସେ ଯାତ୍ରା କରୁଥିବା ସି-୪୭ ବିମାନଟି କେବୁର ମାଉଣ୍ଟ ମାନୁଙ୍ଗାଲ ଠାରେ କ୍ରାଶ କରି ଯାଇଥିଲା। ବିମାନରେ ରାଷ୍ଟ୍ରପତିଙ୍କୁ ମିଶାଇ ୨୫ ଜଣ ଥିଲେ। ଜଣଙ୍କୁ ଛାଡ଼ି ଆଉ ସମସ୍ତେ ଆଖିବୁଜିଥିଲେ।

୩- ନେରେଉ ରାମୋସ(ବ୍ରାଜିଲ ରାଷ୍ଟ୍ରପତି) : କିଛି ସମୟ ପାଇଁ ବ୍ରାଜିଲର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ହୋଇଥିବା ରାମୋସ ୧୯୫୮ ମସିହା ଜୁନ ୧୬ରେ ପ୍ରାଣ ହରାଇଥିଲେ। ସେ ଯାତ୍ରା କରୁଥିବା ବିମାନଟି କୁରିଟିବା ଅଫନସୋ ପେନା ଏୟାରପୋର୍ଟ ନିକଟରେ କ୍ରାଶ କରି ଯାଇଥିଲା।

୪- ଅବଦୁଲ ସଲାମ ଆରିଫ(ଇରାକ ରାଷ୍ଟ୍ରପତି): ଇରାକର ଦ୍ୱିତୀୟ ରାଷ୍ଟ୍ରପତି ହେଉଛନ୍ତି ଆରିଫ। ୧୯୫୮ ମସିହା ବିପ୍ଳବରେ ସେ ପ୍ରମୁଖ ଭୂମିକା ନେଇଥିଲେ। ୧୯୬୬ ମସିହା ଏପ୍ରିଲ ୧୩ରେ ଆରିଫ ଯାତ୍ରା କରୁଥିବା ଇରାକୀ ଏୟାରଫୋର୍ସର ବିମାନ ବାସରା ଠାରେ କ୍ରାଶ ହୋଇ ଯାଇଥିଲା। ତାଙ୍କ ମୃତ୍ୟୁ ପରେ ଭାଇ ଅବଦୁଲ ରହମନ ଆରିଫ ଇରାକ ରାଷ୍ଟ୍ରପତି ହୋଇଥିଲେ।

୫- ହୁମବେର୍ଟୋ ଡେ ଏଲେନକାର କାଷ୍ଟେଲଲୋ ବ୍ରାନକୋ(ବ୍ରାଜିଲ ରାଷ୍ଟ୍ରପତି): ବ୍ରାଜିଲର ୨୬ତମ ରାଷ୍ଟ୍ରପତି ହୁମବେର୍ଟୋ ୧୯୬୭ ମସିହା ଜୁଲାଇ ୧୮ରେ ପ୍ରାଣ ହରାଇଥିଲେ। ହୁମବେର୍ଟୋ ଯାତ୍ରା କରୁଥିବା ପାଇପର ପିଏ-୨୩ ଆଜଟେକ ମଝି ଆକାଶରେ ବ୍ରାଜିଲ ଏୟାରଫୋର୍ସର ଲକହୀଡ ଟି-୩୩ ସହ ଧକ୍କା ହୋଇଥିଲା। ଏଥିରେ ହୁମବେର୍ଟୋଙ୍କ ମୃତ୍ୟୁ ହୋଇଥିଲା।

୬- ସଞ୍ଜୟ ଗାନ୍ଧି(କଂଗ୍ରେସ ନେତା): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟ ଗାନ୍ଧି ୧୯୮୦ ମସିହା ଜୁନ ୨୩ରେ ପ୍ରାଣ ହରାଇଥିଲେ। ଦିଲ୍ଲୀର ସଫଦର୍ଜଙ୍ଗ ଏୟାରପୋର୍ଟରେ ସଞ୍ଜୟ ନିଜ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା କ୍ରାଶ ହୋଇଯାଇଥିଲା। ବିମାନରେ କ୍ୟାପ୍ଟେନ ସୁଭାଷ ସକ୍ସେନା ମଧ୍ୟ ରହିଥିଲା। ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

୭- ରାଶିଦ କାର୍ମ(ଲେବାନନ ପ୍ରଧାନମନ୍ତ୍ରୀ): ବାରମ୍ବାର ଲେବାନନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ରାଶିଦ ସିଭିଲ ୱାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୮୭ ମସି ଜୁନ ୧ରେ ସେ ବିରୁଟ ଯାଉଥିବା ବେଳେ ତାଙ୍କ ହେଲିକପ୍ଟରରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ପ୍ରାଣ ହରାଇଥିଲେ।

୮- ମହମ୍ମଦ ଜିଆ ଉଲ ହକ(ପାକିସ୍ତାନ ରାଷ୍ଟ୍ରପତି): ଜେନେରାଲ ମହମ୍ମଦ ଜିଆ ଉଲ ହକ ପାକିସ୍ତାନର ୬ଷ୍ଠ ରାଷ୍ଟ୍ରପତି ସେ ୧୯୮୮ ମସିହା ଅଗଷ୍ଟ ୧୭ରେ ଏୟାରକ୍ରାଶରେ ପ୍ରାଣ ହରାଇଥିଲେ। ତାଙ୍କୁ ବାହାବଲପୁରରୁ ଧରି ଯାତ୍ରା କରୁଥିବା ସି-୧୩୦ ହେର୍କୁଲସ ଏୟାରକ୍ରାଫ୍ଟ କ୍ରାଶ କରିଯିବାରୁ ଜିଆ ଉଲ ହକଙ୍କ ମୃତ୍ୟୁ ଘଟିଥିଲା।

୯- ମାଧବରାଓ ସିନ୍ଧିଆ(ଭାରତୀୟ ରାଜନେତା): ଭାରତର ପ୍ରମୁଖ ରାଜନେତା ତଥା କଂଗ୍ରେସ ନେତା ମାଧବରାଓ ସିନ୍ଧିଆ ୨୦୦୧ ସେପ୍ଟେମ୍ବର ୩୦ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଉତ୍ତର ପ୍ରଦେଶର ମୈନପୁର ଠାରେ ସିନ୍ଧିଆଙ୍କ ବିମାନ ମଝି ଆକାଶରେ ହିଁ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଥିଲା।

୧୦- ସେବାଷ୍ଟିଆନ ପିନେରା(ଚିଲି ରାଷ୍ଟ୍ରପତି): ଚଳିତ ବର୍ଷ ଫେବୃଆରୀ ମାସରେ ଚିଲି ରାଷ୍ଟ୍ରପତି ସେବାଷ୍ଟିଆନ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦକ୍ଷିଣପୂର୍ବ ଚିଲିର ଗୋଟିଏ ହ୍ରଦ ନିକଠରେ ହେଲିକପ୍ଟର ଦୁର୍ଘଟଣା ଯୋଗୁ ସେବାଷ୍ଟିଆନଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story