Advertisment

ପବିତ୍ର ହେବା ପାଇଁ ବିଷ ପିଇଲେ ଅଭିନେତ୍ରୀ, ଚାଲିଗଲା ଜୀବନ

ନିଜକୁ ଶୁଦ୍ଧ କରିବା ପାଇଁ, ସେ ଆମାଜନିଆ ଘାଜକ ଜଙ୍ଗଲି ବେଙ୍ଗର ବିଷ ପିଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Marcela Alcazar Rodriguez

Marcela Alcazar Rodriguez

ପବିତ୍ର ହେବା ପାଇଁ ବିଷ ପିଇଲେ ଅଭିନେତ୍ରୀ। ଏକ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇ ପିଇଲେ ବେଙ୍ଗ ବିଷ। ଭାବିଥିଲେ ଶରୀରର ଶୁଦ୍ଧିକରଣ ହେବ। କିନ୍ତୁ ଶୁଦ୍ଧିକରଣ ହେବା ବଦଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ଜଣେ ମେକ୍ସିକାନ୍ ଅଭିନେତ୍ରୀଙ୍କ ସହ ଘଟିଛି ଏଭଳି କିଛି ଘଟଣା।

Advertisment

ମେକ୍ସିକୋର ୩୩ ବର୍ଷୀୟ ଜଣାଶୁଣା ଅଭିନେତ୍ରୀ ମାର୍ସେଲା ଅଲ୍‌କାଜାର୍‌ ରୋଡ୍ରିଗୁଏଜ୍। ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ବାସ୍ତବରେ, ମାର୍ସେଲା ଏକ ଆଧ୍ୟାତ୍ମିକ ଏକାନ୍ତବାସ ବେଳେ ଶୁଦ୍ଧିକରଣ ପ୍ରକ୍ରିୟାରେ ଭାଗ ନେଇଥିଲେ। ନିଜକୁ ଶୁଦ୍ଧ କରିବା ପାଇଁ, ସେ ଆମାଜନିଆ ବେଙ୍ଗର ବିଷ ପିଇଥିଲେ।

ତେବେ ଏହି ଘାତକ ଜଙ୍ଗଲି ବେଙ୍ଗ ବିଷ ପିଇବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ପ୍ରବଳ ଝାଡ଼ା ହେବା ସହ ବାନ୍ତି ମଧ୍ୟ ହୋଇଥିଲା। ଏହାପରେ ତାଙ୍କର ଜଣେ ସାଙ୍ଗ ଏନେଇ ଜାଣିବାକୁ ପାଇବା ପରେ ତାଙ୍କୁ ତୁରନ୍ତ ରେଡ୍ କ୍ରସ୍‌ ହସ୍ପିଟାଲକୁ ନେଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Advertisment

ଅଭିନେତ୍ରୀଙ୍କ ମୃତ୍ୟୁ ପରେ ପୁଲିସ ଏକ ମାମଲା ରୁଜୁ କରି ଧାର୍ମିକ ଅନୁଷ୍ଠାନ କରିଥିବା ଉକ୍ତ ଓଝାକୁ ଖୋଜିବାରେ ଲାଗିଛି। ମାର୍ସେଲା ଅନେକ ଶର୍ଟ ଫିଲ୍ମ, ଓ୍ୱେବ୍‌ ସିରିଜ୍‌ ଓ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ମେକ୍ସିକୋର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। 

କୁହାଯାଉଛି ଯେ ଅଭିନେତ୍ରୀ ପାରମ୍ପାରିକ ଦକ୍ଷିଣ ଆମେରିକୀୟ କମ୍ବୋ ସମାରୋହରେ ଭାଗ ନେଇଥିଲେ। ଏହି ରୀତିନୀତିରେ ପାଣି ପିଇବା, ଶରୀରକୁ ଯନ୍ତ୍ରଣା ଦେବା ଏବଂ ବିଷାକ୍ତ ପଦାର୍ଥକୁ ସଫା କରିବା ପାଇଁ 'ବେଙ୍ଗ ବିଷ' ପିଇବାକୁ ପଡେ। ଏହି ଧାର୍ମିକ ରୀତିନୀତିରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାୟ ଏକ ଲିଟରରୁ ଅଧିକ ପାଣି ପିଇବାକୁ ପଡିଥାଏ।

ଏହାପରେ ସେମାନଙ୍କ ଶରୀରରେ ଛୋଟ ଛୋଟ କ୍ଷତ ଚିହ୍ନ ସୃଷ୍ଟି କରାଯାଏ। ସେହି କ୍ଷତ ଚିହ୍ନରେ ବେଙ୍ଗର ଲାଳ ବା କଫକୁ ପ୍ରୟୋଗ କରାଯାଏ। ବେଙ୍ଗର ଲାଳରେ ବିଷ ଥାଏ, ଯାହାକି ମଣିଷର ରକ୍ତଚାପକୁ ବଢ଼ାଇ ଦେଇଥାଏ। ଏହି କାରଣରୁ ବ୍ୟକ୍ତି ବାନ୍ତି କରିବା ଆରମ୍ଭ କରିଥାଏ। ବେଳେ ବେଳେ ଡାଇରିଆରେ ମଧ୍ୟ ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି। କେବଳ ସେତିକି ନୁହେଁ ମୁଣ୍ଡ ବୁଲାଇବା, ନିଶ୍ୱାସ ନେବରେ କଷ୍ଟ ଅନୁଭବ କରିବା ଓ ମୁହଁ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ।

ଯଦିଓ ଏହି ସମସ୍ତ ଲକ୍ଷଣ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ, କିନ୍ତୁ ଯଦି ଏହି ବିଷ ଶରୀରରେ ଦୀର୍ଘ ସମୟ ଧରି ରୁହେ, ତେବେ ମୃତ୍ୟୁ ମଧ୍ୟ ହୋଇପାରେ। ପାରମ୍ପାରିକ ଭାବରେ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସଫା କରିବା ପାଇଁ ଏହା ବ୍ୟବହୃତ ହୁଏ। ତେବେ ଏଥିଲାଗି ଲୋକଙ୍କ ଜୀବନ ଚାଲିଯାଉଥିବାରୁ କେତେକ ଦେଶରେ ଏହା ଉପରେ ବ୍ୟାନ୍‌ ମଧ୍ୟ ଲଗାଯାଇଛି।

Faith Marcela Alcazar Rodriguez Mexico Actress Actress Died