/odisha-reporter/media/post_attachments/uploadimage/library/16_9/16_9_0/Nazir_1743837824.jpg)
Nazir
ଆଫଗାନିସ୍ତାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜର ବୟସ ୧୪୦ ବର୍ଷ ବୋଲି ଦାବି କରିଛନ୍ତି। ପୃଥିବୀରେ ସେ ସବୁଠାରୁ ବୟସ୍କ ବ୍ୟକ୍ତି ଯିଏ ଏବେ ବି ବଞ୍ଚିଥିବା କହିଛନ୍ତି। ବ୍ୟକ୍ତି ଓ ତାଙ୍କ ପରିବାର ଲୋକଙ୍କ ଦାବି ପରେ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ଏହାର ତଦନ୍ତ ଆରମ୍ଭ କରିଛି। ସତରେ ଏହି ବ୍ୟକ୍ତିଙ୍କ ବୟସ ୧୪୦ ବର୍ଷ କି ନୁହେଁ, ସେକଥା ତାଲିବାନ ପୂରା ବିଶ୍ୱକୁ ଜଣାଇବାକୁ ଚାହୁଁଛି।
ନିଜର ବୟସ ୧୪୦ ବୋଲି କହୁଥିବା ବ୍ୟକ୍ତି ଜଣଙ୍କ ହେଲେ ଅକିଲ ନଜିର। ସେ ଆଫଗାନିସ୍ତାନର ଇଷ୍ଟର୍ଣ୍ଣ ଖୋଷ୍ଟ ପ୍ରଦେଶରେ ରୁହନ୍ତି। ସେ ୧୮୮୦ ଦଶକରେ ଜନ୍ମ ଗ୍ରହଣ କରିଥିବା ଦାବି କରିଛନ୍ତି। ହେଲେ ନିଜ ଦାବିକୁ ପୂରଣ କରିବା ପାଇଁ ତାଙ୍କ ପାଖରେ କୌଣସି ପ୍ରକାରର ଦସ୍ତାବିଜ ନାହିଁ।
ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନଜରି ରାଣ ପକାଇ କହିଛନ୍ତି ଯେ ତୃତୀୟ ଆଙ୍ଗଲୋ-ଆଫଗାନ ଯୁଦ୍ଧ ୧୯୧୯ ବେଳେ ସେ ୩୦ ବର୍ଷ ବୟସର ହୋଇ ସାରିଥିଲେ। ଯୁଦ୍ଧରେ ବିଜୟ ପରେ ସେ ଆଫଗାନର ରାଜା ଅମନୁଲ୍ଲା ଖାନଙ୍କ ସହ ମିଶି ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଅମନୁଲ୍ଲା ଖାନ ହିଁ ବ୍ରିଟିଶ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ।
ନଜିର କହିଛନ୍ତି, “ମୁଁ ରାଜା ଅମନୁଲ୍ଲା ଖାନଙ୍କ ପ୍ୟାଲେସରେ ରହିଥିଲି। ମୋତେ ସେତେବେଳେକୁ ୩୦ରୁ ଅଧିକ ବର୍ଷ ବୟସ ହୋଇ ସାରିଥିଲା। ବ୍ରିଟିଶମାନେ ପଳାୟନ ବେଳର ଦୃଶ୍ୟ ଓ ସେମାନେ ମୁଣ୍ଡ ନୁଆଁବା କଥା ମୋର ମନେ ଅଛି। ଏହି ଘଟଣାରେ ସମସ୍ତେ ଖୁସି ହୋଇଥିଲେ ଓ ବ୍ରିଟିଶଙ୍କୁ ବିଦା କରିଥିବା ରାଜା ଅମନୁଲ୍ଲା ଖାନଙ୍କୁ ଧନ୍ୟବାଦ ଦେଇଥିଲେ। ରାଜ ପ୍ରାସାଦରେ ଆମ ସହ ଅନେକ ନେତା ରହିଥିଲେ। କିନ୍ତୁ ସେମାନଙ୍କର ଦେହାନ୍ତ ହୋଇସାରିଛି।”
ନଜିର ଏବେ ତାଙ୍କ ପରିବାରର ଅନେକ ପିଢ଼ିଙ୍କ ସହ ରହୁଛନ୍ତି। ସେମାନେ ମଧ୍ୟ ନଜିରଙ୍କୁ ବିଶ୍ୱର ସବୁଠାରୁ ଜୀବିତ ବୟସ୍କ ବ୍ୟକ୍ତିବିଶେଷ ଭାବେ ଚିତ୍ରିତ କରିଛନ୍ତି। ନାଜିରଙ୍କ ଜଣେ ନାତି କହିଛନ୍ତି, “ମୋତେ ୫୦ ବର୍ଷ ବୟସ ହେଲାଣି। ସେ ମୋ ଜେଜେ ବାପା। ମୋର ମଧ୍ୟ ନାତିନାତୁଣୀ ହୋଇ ସାରିଲେଣି।”
ویډیو: په خوست کې د یوه کس چې خپل عمر ۱۴۰ کاله يادوي د کورنۍ غړي وايي، ښايي دا په نړۍ کې تر ټولو د زيات عمر يوازنی ژوندی کس وي.
راپور: یوسف حنیف #طلوعنیوزpic.twitter.com/KCUdI3QiI5
— TOLOnews (@TOLOnews) April 3, 2025
ନଜିରଙ୍କ ଦାବି ଉପରେ ତାଲିବାନ ସରକାରର ମୁଖପାତ୍ର ମୁସ୍ତାଗଫର ଗୁରବାଜ କହିଛନ୍ତି ସ୍ୱତନ୍ତ୍ର ସିଭିଲ ରେଜିଷ୍ଟ୍ରେସନ ଟିମ ବର୍ତ୍ତମାନ ତାଙ୍କ ବୟସକୁ ଯାଞ୍ଚ କରୁଛି। ଯାଞ୍ଚରୁ ଯଦି ଉପଯୁକ୍ତ ତଥ୍ୟ ମିଳିବ, ତା’ହେଲେ ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗୁରବାଜ କହିଛନ୍ତି।
ଯଦି ନଜିରଙ୍କ ଦାବି ସତ ପ୍ରମାଣିତ ହେବ, ତା’ହେଲେ ସେ ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇବେ। ଏହି ରେକର୍ଡ ବର୍ତ୍ତମାନ ଜିନ୍ନେ କାଲମେଣ୍ଟଙ୍କ ନାଁରେ ରହିଛି। ସେ ୧୮୭୫ ମସିହାରେ ଜନ୍ମ ହୋଇଥିଲେ ଓ ୧୯୯୭ରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ୧୧୨ ବର୍ଷ ଯାଏ ପୃଥିବୀରେ ଜୀବନ୍ତ ଅବସ୍ଥାରେ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
