Advertisment

ଆଫଗାନିସ୍ତାନରେ ଭୂକମ୍ପ

କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ।

author-image
Jitendra Garnayak
Earthquake

Earthquake

ଆଫଗାନିସ୍ତାନରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ। ଗତକାଲି ରାତି ପ୍ରାୟ ୧ଟା ୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରତାରେ ଥିଲା। ଏଥିଯୋଗୁ କିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ।

Advertisment

ଗତ ୧୫ ଦିନ ମଧ୍ୟରେ ଆଫଗାନିସ୍ତାରେ ଏହା ଚତୁର୍ଥ ଭୂକମ୍ପ। ଅକ୍ଟୋବର ୧୧ ତାରିଖରେ ପଶ୍ଚିମ ଆଫଗାନିସ୍ତାନରେ ହେରାଟ ପ୍ରଦେଶରେ ୬.୩ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏଥିରେ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ହେରାଟ ପ୍ରଦେଶର ଜିନ୍ଦା ଜାନ ଓ ଘୋରୟାନ ଜିଲ୍ଲାରେ ୧୨ଟି ଗାଁ ପୂରା ଧ୍ୱଂସ ହୋଇଯାଇଥିଲା।

ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଦେଶ। ୨୦୨୨ରେ ପୂର୍ବ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୫୦୦ରୁ ଅଧିକ ଆହତ ହୋଇଥିଲେ।

Advertisment
Earthquake