/odisha-reporter/media/media_files/2026/01/10/noor-2026-01-10-14-27-55.jpg)
ନୁର ଅହମଦ ନୁର (ଫାଇଲ ଫଟୋ)
ବନ୍ଧୁକ ମୁନରେ ଆଫଗାନିସ୍ତାନ(Afghanistan)କୁ ଦଖଲ କରିଥିବା ତାଲିବାନ ନୁର ଅହମଦ ନୁରଙ୍କୁ ଭାରତରେ ଅବସ୍ଥାପିତ ଦୂତାବାସ ପାଇଁ କୂଟନୀତିଜ୍ଞ ଭାବେ ନିଯୁକ୍ତ କରିଛି। ଆଫଗାନିସ୍ତାନକୁ ଦଖଲ କରିବା ପରେ ପ୍ରଥମଥର ପାଇଁ ତାଲିବାନ ଭାରତ ପାଇଁ ଏପରି କୂଟନୀତିଜ୍ଞ ନିଯୁକ୍ତ କରିଛି।
ନୁର ଅହମଦ ନୁର ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟରେ ପ୍ରଥମ ରାଜନୀତିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଛନ୍ତି। ନୂଆ ନିଯୁକ୍ତି ପରେ ସେ ଭାରତର ରାଜଧାନୀ ଦିଲ୍ଲୀ ଆସି ନିଜର ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।
ମାନବୀୟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ଆଫଗାନିସ୍ତାନ ପରସ୍ପର ସହ ସମ୍ପର୍କକୁ ଅଧିକ ମଜୁବତ କରିବାକୁ ଚାହୁଁଛନ୍ତି। ଏହି ଉଦ୍ୟମ ଭିତରେ ଆଫଗାନର ତାଲିବାନ ସରକାର ନୁର ଅହମଦ ନୁରଙ୍କୁ କୂଟନୀତିଜ୍ଞ ଭାବେ ନିଯୁକ୍ତ କରିଛି। ଡିସେମ୍ବର ୨୦ରେ ଆଫଗାନର ସ୍ୱାସ୍ଥ୍ୟମନ୍ତ୍ରୀ ମାୱଲାୱି ନୁର ଜଲାଲ ଜଲାଲି କହିଥିଲେ ଯେ ପାକିସ୍ତାନ ସହ ଆଫଗାନିସ୍ତାନର ସମ୍ପର୍କ ବିଗିଡ଼ିବାରେ ଲାଗିଛି।
ଏପରି ଏକ ସ୍ଥିତିରେ ଆଫଗାନିସ୍ତାନର ଫାର୍ମାସ୍ୟୁଟିକାଲ ଆବଶ୍ୟତାରେ ଭାରତ ପ୍ରମୁଖ ସହଯୋଗୀ ଭାବେ ଉଭା ହୋଇଛି। ଭାରତ ସହ ଆଫଗାନିସ୍ତାନ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବା ଆଶାରେ ରହିଛି। ଭାରତ ସହ ଆମର ସମ୍ପର୍କ ବେଶ ନିବିଡ଼ ବୋଲି ସେ କହିଥିଲେ।
ନୂଆଦିଲ୍ଲରେ ଆୟୋଜିତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ସମ୍ମିଳନୀରେ ସାମିଲ ହେବାକୁ ଜଲାଲି ଆସିଥିଲେ। ଏହି ସମୟରେ ସେ ଏପରି ବୟାନ ଦେଇଥିଲେ। ସେ ପ୍ରଥମଥର ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ସ୍ୱାଗତ କରିଥିଲା।
ଏହାପୂର୍ବରୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକ୍କୀ ମଧ୍ୟ ୨୦୨୫ ଅକ୍ଟୋବର ମାସରେ ପ୍ରଥମଥର ଭାରତ ଗସ୍ତରେ ଆସିଥିଲେ। ଏଥିରୁ ତାଲିବାନ ସହ ଭାରତ ସମ୍ପର୍କ ମଜବୁତ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଥିଲା। ଏବେ ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନ ନିଜର ଦୂତାବାସ ପାଇଁ ନୂଆ କୂଟନୀତିଜ୍ଞଙ୍କୁ ନିଯୁକ୍ତ କରିବା ସମ୍ପର୍କ ମଜବୁତ ଦିଗରେ ଆଉ ଏକ ପଦକ୍ଷେପ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
