Bilawal Bhutto
ଭାରତକୁ ଯୁଦ୍ଧ ଧମକ ଦେବାରେ ବ୍ୟସ୍ତ ରହିଛି ପାକିସ୍ତାନ। ପ୍ରଥମେ ପାକିସ୍ତାନର ଜିହାଦ ଜେନେରାଲ ଅସିମ ମୁନିର ଆମେରିକା ମାଟିରୁ ଭାରତକୁ ଆଣବିକ ଯୁଦ୍ଧର ଧମକ ଦେଇଥିଲେ। ଏହାର ଦିନକ ପରେ ପାକିସ୍ତାନ ବରିଷ୍ଠ ରାଜନେତା ତଥା ପୂର୍ବତନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଭାରତକୁ ଅପରେସନ ସିନ୍ଦୂର ଓ ସିନ୍ଧୁ ଜଳ ଚୁକ୍ତି ବାତିଲକୁ ନେଇ ଚେତାବନୀ ଦେଇଛନ୍ତି। ଭୁଟ୍ଟୋ ଦାବି କରିଛନ୍ତି ଯେ ଭାରତ ପକ୍ଷରୁ ପାକିସ୍ତାନର ବିରାଟ କ୍ଷତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକାଠି ହେବାକୁ ମଧ୍ୟ ସେ ସମସ୍ତ ପାକିସ୍ତାନୀଙ୍କୁ ଆହ୍ୱାନ ଦେଇଛନ୍ତି।
ସିନ୍ଧ ସରକାରଙ୍କ ସାଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୋମବାର ବିଲାବଲ ଯୋଗ ଦେଇଥିଲେ। ସେ ଏହି କାର୍ଯ୍ୟକ୍ରମରେ ଭାରତ ବିରୋଧରେ ବିଷ ଓଗାରିଛନ୍ତି। ସେ କହିଛନ୍ତି, “ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ସରକାରଙ୍କ କାର୍ଯ୍ୟକଳାପ ପାକିସ୍ତାନର ବଡ଼ କ୍ଷତି କରିଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆମ ସମସ୍ତଙ୍କୁ ଏକାଠି ଛିଡ଼ା ହେବାର ଆବଶ୍ୟକତା ରହିଛି।”
ପହଲଗାମ ହମଲା ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛନ୍ତି। ଏହି ପ୍ରସଙ୍ଗରେ ସେ ଭାରତକୁ ଯୁଦ୍ଧର ଧମକ ଦେଇଛନ୍ତି। ତାଙ୍କ କହିବା କଥା ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ନିଷ୍ପତ୍ତିରେ କାଏମ ରହିବ, ତା’ହେଲେ ପାକିସ୍ତାନ ଏହାକୁ ଯୁଦ୍ଧ ଭାବେ ବିଚାର କରିବ।
ବିଲାବଲ କହିଛନ୍ତି, “ସମସ୍ତ ୬ ନଦୀକୁ ଫେରାଇ ଆଣିବା ପାଇଁ ଆପଣମାନେ ସମସ୍ତେ ଯୁଦ୍ଧ କରିବାକୁ ସକ୍ଷମ। ଭାରତ ଏହି ପଥରେ ଚାଲିଲେ, ଆମକୁ ସମସ୍ତ ପ୍ରକାରର ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ। ଏହାକୁ ସମ୍ଭବତଃ ଯୁଦ୍ଧ ଭାବେ ମଧ୍ୟ ବିବେଚନା କରାଯାଇ ପାରେ। ଦେଶର ଜାତୀୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପାକିସ୍ତାନ ସବୁ କିଛି କରିବ। ଏହା ଛଡ଼ା ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ।
ଆମେ ଯୁଦ୍ଧ ଆରମ୍ଭ କରି ନଥିଲୁ। କିନ୍ତୁ ଯଦି ତୁମେ(ଭାରତ) ସିନ୍ଦୂର ଭଳି ଆକ୍ରମଣ କରିବାକୁ ଭାବିବ, ତା’ହେଲେ ପାକିସ୍ତାନର ପ୍ରତିଟି ପ୍ରଦେଶର ଲୋକ ତୁମ ସହ ଲଢ଼ିବାକୁ ପ୍ରସ୍ତୁତ। ଏହା ଏମିତି ଏକ ଯୁଦ୍ଧ ହେବ, ଯେଉଁଥିରେ ତୁମେ ହାରିବ। ଆମେ ଆଦୌ ମୁଣ୍ଡ ନୁଆଁବୁ ନାହିଁ।”
ଏହାର ଦିନକ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ମୁନିର ପାକିସ୍ତାନ ମାଟିରୁ ଭାରତକୁ ଆଣବିକ ଯୁଦ୍ଧର ଧମକ ଦେଇଥିଲେ। ଯଦି ପାକିସ୍ତାନ ନିଜର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଆଶଙ୍କା କରିବ, ତା’ହେଲେ ଇସଲମାବାଦ ନିଜ ସହ ଅଧା ବିଶ୍ୱକୁ ନେଇ ବୁଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1754993272.jpg)