Advertisment

ଜୋ ବାଇଡେନ୍‌ଙ୍କୁ ସବୁଠାରୁ ‘ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ଫକ୍ସ ନ୍ୟୁଜ୍‌କୁ ଏକ ପ୍ରତିକ୍ରିୟାରେ ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ଆମେରିକାର ୫ ଖରାପ ରାଷ୍ଟ୍ରପତିଙ୍କୁ ଯଦି ନିଆଯାଏ ତେବେ ବାଇଡେନ୍‌ ସେମାନଙ୍କ ତୁଳନାରେ ସବୁଠାରୁ ଉଚ୍ଚରେ।

ଅଦ୍ୟତନ ହୋଇଛି
Former US President Donald Trump

Former US President Donald Trump

Advertisment

୨୦୨୪ରେ ହେବାକୁ ଥିବା ନିର୍ବାଚନରେ ୮୦ ବର୍ଷିୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବା ପରେ ତାତି ଉଠିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଆମେରିକାର ଇତିହାସରେ ବାଇଡେନ୍ ‘ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ ଓ ‘ବିଫଳ ରାଷ୍ଟ୍ରପତି’।

Advertisment

ଆମେରିକାର ଫକ୍ସ ନ୍ୟୁଜ୍‌କୁ ଏକ ସାକ୍ଷାତାକାର ଦେଇ ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ଆମେରିକାର ୫ ଖରାପ ରାଷ୍ଟ୍ରପତିଙ୍କୁ ଯଦି ନିଆଯାଏ ତେବେ ବାଇଡେନ୍‌ ସେମାନଙ୍କ ତୁଳନାରେ ସବୁଠାରୁ ଉଚ୍ଚରେ। ଆମେରିକା ବେଆଇନ ପ୍ରବାସୀ ଓ ଅପରାଧୀଙ୍କ ଖତଗଦା ପାଲଟିଛି। ବାଇଡେନ୍‌ଙ୍କ ପାଇଁ ଆମେରିକାରେ ସମାଜିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି ଓ ସେ ହିଁ ବିଶ୍ୱସ୍ତରରେ ଦେଶମାନଙ୍କୁ ଲାଞ୍ଛିତ କରୁଛନ୍ତି। ବାଇଡେନ୍‌ ହିଁ ସ୍ଥିତିକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେବାର ନେତୃତ୍ୱ ନେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ନିଜର ପକ୍ଷ ରଖି ଟ୍ରମ୍ପ କହିଛନ୍ତି ଯେ, ସେ ଯଦି କ୍ଷମତାରେ ଥାଆନ୍ତେ ତେବେ କେବେ ବି ରୁଷିଆ-ୟୁକ୍ରେନ୍ ଯୁଦ୍ଧ କରାଦେଇ ନଥାନ୍ତେ।

ସୂଚନା ଥାଉକି, ଟ୍ରମ୍ପ ମଧ୍ୟ ୱାଇଟ୍‌ ହାଉସ୍ କ୍ଷମତା ଦଖଲ ପାଇଁ ୨୦୨୪ରେ ନିର୍ବାଚନ ଲଢ଼ିବେ ବୋଲି ଗତବର୍ଷରୁ ଘୋଷଣା କରି ସାରିଛନ୍ତି। ଦେଶରେ ଦରଦାମ୍ ବୃଦ୍ଧି ରୋକିବାରେ ଫେଲ ମାରିବା, ବେକାରି ସମସ୍ୟା ବୃଦ୍ଧି, ମାନ୍ଦାବସ୍ଥା, ଅଫଗାନିସ୍ତାନ କ୍ଷମତା ପ୍ରତ୍ୟାହାର ପ୍ରଭୃତି ପ୍ରସଙ୍ଗକୁ ନେଇ ସେ ବାଇଡେନ୍ ପ୍ରଶାସନକୁ ଟାର୍ଗେଟ କରି ଆସୁଛନ୍ତି।

Advertisment
Joe Biden Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe