Advertisment

Pakistan: ଦୀର୍ଘ ଦଶନ୍ଧି ପରେ ପୁଣି ଭାଗ ଭାଗ ହେବ ପାକିସ୍ତାନ!

ପୂର୍ବ ବେଙ୍ଗଲ, ପଶ୍ଚିମ ପଞ୍ଜାବ, ସିନ୍ଧ, ଉତ୍ତର-ପଶ୍ଚିମ ଫ୍ରଣ୍ଟିୟର ପ୍ରୋଭିନସେସ(NWFP) ଓ ବାଲୋଚିସ୍ତାନ ନାଁରେ ୫ଟି ପ୍ରଦେଶ ରହିଥିଲା। ୧୯୭୧ ମସିହା ମୁକ୍ତି ଯୁଦ୍ଧ ସମୟରେ ପୂର୍ବ ବେଙ୍ଗଲ ସ୍ୱାଧୀନତା ଘୋଷଣା କରି ବାଂଲାଦେଶରେ ପରିଣତ ହୋଇଥିଲା।

Pakistan

ପାକିସ୍ତାନ

Advertisment

ପାକିସ୍ତାନ(Pakistan) ଓ ବିଭାଜନ ଶବ୍ଦ ଶୁଣିବା ମାତ୍ରେ ସମସ୍ତଙ୍କର ୧୯୭୧ ମସିହା କଥା ମନେ ପଡ଼ିଯାଏ। ୧୯୭୧ରେ ପାକସ୍ତାନ ଦୁଇ ଭାଗ ହୋଇଥିଲା ଓ ଦେଶରୁ ଅଲଗା ହୋଇଥିଲା ପୂର୍ବ ପ୍ରାନ୍ତ। ପୂର୍ବ ପାକିସ୍ତାନ ଭାବେ ପରିଚୟ ହାସଲ କରିଥିବା ସ୍ଥାନଟି ୧୯୭୧ରେ ବାଂଲାଦେଶରେ ପରିଣତ ହୋଇଥିଲା। 

Advertisment

କିନ୍ତୁ ଏବେ ଆଲୋଚନା ହେଉଥିବା ବିଭାଜନ ସମାନ୍ୟ ଭିନ୍ନ। ଏବେକାର ବିଭାଜନ ପାଇଁ ପାକିସ୍ତାନର ସରକାର ବେଶ ସକ୍ରିୟ ଭାବେ ଲାଗି ପଡ଼ିଛନ୍ତି। ପାକିସ୍ତାନର ଯୋଗାଯୋଗ ମନ୍ତ୍ରଣାଳୟର ମନ୍ତ୍ରୀ ଅବଦୁଲ ଅଲୀମ ଖାନଙ୍କ କହିବା କଥା ଯେ ଛୋଟ ଛୋଟ ପ୍ରଦେଶ ନିଶ୍ଚିତ ଭାବେ ଗଠନ ହେବା ଦରକାର। ଏହାଦ୍ୱାରା ସରକାରୀ ନୀତି ଓ ସେବା ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚିପାରିବେ। ସବୁ ସବୁବିଧା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ସକ୍ଷମ ହେବେ ବୋଲି ସେ କହିଛନ୍ତି। 

ତେବେ ପାକିସ୍ତାନରେ ଏପରି ବିଭିନ୍ନ ପ୍ରଦେଶ ଗଠନ କରିବା ଭଲ ଅପେକ୍ଷା ଅଧିକ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଦୀର୍ଘ ଦଶନ୍ଧି ଧରି ପାକିସ୍ତାନରେ ଏକାଧିକ ପ୍ରୋଭିନସେସ ଗଠନ ପ୍ରସ୍ତାବକୁ ନେଇ ବିତର୍କ ଜାରି ରହିଛି। ୧୯୪୭ ମସିହା ସ୍ୱାଧୀନତା ସମୟରେ ପାକିସ୍ତାନରେ ୫ଟି ପ୍ରୋଭିନସେସ ରହିଥିଲା।

Advertisment

ପୂର୍ବ ବେଙ୍ଗଲ, ପଶ୍ଚିମ ପଞ୍ଜାବ, ସିନ୍ଧ, ଉତ୍ତର-ପଶ୍ଚିମ ଫ୍ରଣ୍ଟିୟର ପ୍ରୋଭିନସେସ(NWFP) ଓ ବାଲୋଚିସ୍ତାନ ନାଁରେ ୫ଟି ପ୍ରଦେଶ ରହିଥିଲା। ୧୯୭୧ ମସିହା ମୁକ୍ତି ଯୁଦ୍ଧ ସମୟରେ ପୂର୍ବ ବେଙ୍ଗଲ ସ୍ୱାଧୀନତା ଘୋଷଣା କରି ବାଂଲାଦେଶରେ ପରିଣତ ହୋଇଥିଲା। ପଶ୍ଚିମ ପଞ୍ଜାବ ଏହି ସମୟରେ ପଞ୍ଜାବ, NWFPର ନାମକରଣ ଖାୟବର ପାଖତୁନଖ୍ୱା ହୋଇଥିଲା। କିନ୍ତୁ ସିନ୍ଧ ବାଲୋଚିସ୍ତାନର ନାଁ ଅପରିବର୍ତ୍ତିତ ରହିଥିଲା।

ଏବେ ପୁଣି ପାକିସ୍ତାନକୁ ଭାଗଭାଗ କରାଯିବା ପାଇଁ ସରକାର ଯୋଜନା କରିବା ପଛରେ ଆଭ୍ୟନ୍ତରୀଣ ବିବାଦକୁ ବଡ଼ କାରଣ ଭାବେ ବିବେଚନା କରାଯାଉଛି। ଫିଲ୍ଡ ମାର୍ଶଲ ଅସିମ ମୁନୀର ଓ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ହାଇବ୍ରିଡ ରିଜିମ ଏବେ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱାବାସୀଙ୍କ ମଧ୍ୟରେ ସ୍ୱାଧୀନତା ଜିଦ ଦେଖିବାକୁ ମିଳିଛି। ଖାସ ଏହି କାରଣ ପାଇଁ ଶରିଫ ଓ ମୁନିର ନୂଆ ପ୍ରୋଭିନସେସ ପାଇଁ ଯୋଜନା କରିଛନ୍ତି। 

ଆଇପିପି ନେତା ଅବଦୁଲ ଅଲୀମ ଖାନ ଗୋଟିଏ କାର୍ଯ୍ୟକ୍ରମରେ ସରକାରଙ୍କ ବିଭାଜନ ଯୋଜନା ସମ୍ପର୍କରେ ସମସ୍ତଙ୍କୁ କହିଛନ୍ତି। ସେ କହିଛନ୍ତି ଯେ “ଏକାଧିକ ପ୍ରଦେଶ ଗଠନ କରିବା ଦ୍ୱାରା ପ୍ରଶାସନିକ ନିୟନ୍ତ୍ରଣ ସଶକ୍ତ ହୋଇ ପାରିବ ଓ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇ ପାରିବ। ସିନ୍ଧ, ପଞ୍ଜାବ, ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱା(କେପି)ରୁ ୩ଟି ଲେଖାଏ ପ୍ରଦେଶ ତିଆରି କରାଯିବ। ଆମ ୪ ପାଖରେ ଥିବା ପଡ଼ୋଶୀ ଦେଶଗୁଡ଼ିକରେ ଅନେକ ଛୋଟ ଛୋଟ ପ୍ରଦେଶ ସବୁ ରହିଛି।”

ଅବଦୁଲଙ୍କ ଦଳ ଆଇପିପି ଏବେ ଶରିଫଙ୍କ ସହ ସରକାରରେ ରହିଛି। ସେ ବିଭାଜନ କଥା କହିଥିଲେ ହେଁ ଶରିଫଙ୍କ ସହ ହାତ ମିଳାଇଥିବା ବିଲାବଲ ଭୁଟ୍ଟୋ ଜର୍ଦାରୀଙ୍କ ପିପିପି ପାରମ୍ପରିକ ଭାବେ ସିନ୍ଧର ବିଭାଜନକୁ ବିରୋଧ କରି ଆସିଛି। 

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe