/odisha-reporter/media/media_files/2025/10/29/gaza-2025-10-29-18-28-23.jpg)
ଗାଜା
ହମାସ ସହ ଗାଜାରେ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଇସ୍ରାଏଲ ନିଜ ଇଚ୍ଛାରେ ସବୁ କିଛି କରୁଛି। ମଙ୍ଗଳବାର ରାତିରେ ଇସ୍ରାଏଲ ହଠାତ୍ ହମାସ ବିରୋଧରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା। ଏହାପରେ ଗାଜାରେ ଆରମ୍ଭ କରିଥିଲା ଘନଘନ ଏୟାର ଷ୍ଟ୍ରାଇକ।
ଏହି ଆକ୍ରମଣରେ ୧୦୪ ଜଣ ପ୍ରାଣ ହରାଇଥିବା ଗାଜାର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଇସ୍ରାଏଲ ସେନା ନିଜ ଆଡ଼ୁ ବଡ଼ ଘୋଷଣା କରିଛି। ଇସ୍ରାଏଲ ଗାଜା ଯୁଦ୍ଧ ବିରତି ଚୁକ୍ତିକୁ ଅନୁପାଳନ କରିବାକୁ ରାଜି ଥିବା ସେନା ପକ୍ଷରୁ କୁହାଯାଇଛି।
ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ପାଲେଷ୍ଟାଇନ ଆତଙ୍କବାଦୀମାନେ ଜଣେ ସୈନ୍ୟଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଆକ୍ରମଣ(Israeli Air Strike) କରାଯାଇଥିଲା। ଯୁଦ୍ଧ ବିରତି ନିୟମର ଉଲ୍ଲଙ୍ଘନର ଜବାବରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଇସ୍ରାଏଲ ସେନା ଯୁଦ୍ଧ ବିରତି ଚୁକ୍ତିକୁ କାଏମ ରଖିବାକୁ ରାଜି ଅଛି। କିନ୍ତୁ ଏହାର ଉଲ୍ଲଙ୍ଘନ ହେଲେ ସେନା ପକ୍ଷରୁ ଜବାବ ମଧ୍ୟ ଦିଆଯିବ।
ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା ଯେ ଇସ୍ରାଏଲ କରିଥିବା ଘନଘନ ଏୟାର ଷ୍ଟ୍ରାଇକରେ ମୋଟ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ଗାଜାର ବୁରେଇଜ ଶରାଣାର୍ଥୀ କ୍ୟାମ୍ପରେ ଥିବା ଗୋଟିଏ ଘରେ ୫ ଜଣ, ଗାଜା(Gaza)ର ପୋଡ଼ୋଶୀ ସହର ସବ୍ରାର ଗୋଟିଏ ବିଲଡିଂରେ ୪ ଜଣ ଓ ଖାନ ୟୁନିସରେ ୫ ଜଣ ଗୋଟିଏ କାରରେ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ଗାଜାରେ ଶୋକ ଓ ପ୍ରତିବାଦର ନିଆଁ ଜଳୁଥିବା ବେଳେ ଇସ୍ରାଏଲ ସେନା ଯୁଦ୍ଧ ବିରତି ଲାଗୁ କରିବାକୁ ରାଜି ଥିବା କହିଛି।
ବୁଧବାର ଇସ୍ରାଏଲ ସେନା ନିଜର ଜଣେ ସୈନ୍ୟଙ୍କୁ ହରାଥିବା କଥାକୁ ନିଶ୍ଚିତ କରିଛି। ଇସ୍ରାଏଲ ସାମରିକ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ହମାସ(Hamas) ପକ୍ଷରୁ ଯୁଦ୍ଧ ବିରତି ବୁଝାମଣାକୁ ଉଲ୍ଲଙ୍ଘନ କରାଯାଇଥିଲା।
ହଳଦିଆ ଲାଇନ ଜୋନରେ ଥିବା ଇସ୍ରାଏଲ ସେନା ଉପରେ ହମାସ ଆକ୍ରମଣ କରିଥିଲା। ଡିଲ ଅନୁସାରେ ଯେଉଁ ସ୍ଥାନରେ ଇସ୍ରାଏଲ ସେନା ରହିବା କଥା, ସେଠାରେ ଥିଲେ। କିନ୍ତୁ ହମାସ ସେଠାରେ ଆକ୍ରମଣ କରିଥିଲା। ତେବେ ଇସ୍ରାଏଲ ସେନା ଉପରେ ହମାସ ପକ୍ଷରୁ କୌଣସି କ୍ରମଣ କରାଯାଇ ନଥିବା ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି ଇସ୍ରାଏଲ ଗାଜାରେ ଏୟାର ଷ୍ଟ୍ରାଇକ କରି ୧୦୪ ଜଣଙ୍କୁ ମାରିଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
