Advertisment

ହୋଲି ଖେଳ ବେଳେ ପୁଣି ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ, ୧୫ ଆହତ

୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି।

author-image
Madhupriya Mistry
Student Playing Holi

Student Playing Holi

ହୋଲି ଖେଳକୁ ନେଇ ପୁଣି ଗଣ୍ଡଗୋଳ। ହିନ୍ଦୁ ଛାତ୍ରଙ୍କ ଉପରେ ଆଖିବୁଜା ଆକ୍ରମଣ। ୟୁନିର୍ଭସିଟି ଭିତରେ ହୋଲି ଖେଳକୁ ନେଇ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ପରେ କରାଚି ୟୁନିର୍ଭସିଟିରେ ଏହି ଘଟଣା ଘଟିଛି।  

Advertisment

ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟର ସିନ୍ଧ ବିଭାଗ ପରିସରରେ କିିଛି ହିନ୍ଦୁ ଛାତ୍ର ହୋଲି ଉତ୍ସବ ପାଳନ କରୁଥିଲେ। ଏତିକି ବେଳେ ମୁସଲିମ ଛାତ୍ରମାନେ ଆସି ତାଙ୍କୁ ରଙ୍ଗ ଖେଳିବାକୁ ବାରଣ କରିବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଅଧିକାରୀ କହିଛନ୍ତି। ହୋଲି ଖେଳିବାକୁ ହିନ୍ଦୁ ଛାତ୍ରମାନେ ବିଶ୍ୱବିଦ୍ୟାଳର ଅନୁମତି ନେଇଥିଲେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।    

ଜଣେ ହିନ୍ଦୁ ଛାତ୍ରଙ୍କ କହିବା ମୁତାବକ, ମାସି ପିନ୍ଧି ୟୁନିର୍ଭସିଟି ପରିସରରେ ସେମାନେ ହୋଲି ଖେଳୁଥିଲେ। ଯାହାର ସମ୍ପୂର୍ଣ୍ଣ ଭିଡିଓ ଟୁଇଟରରେ ପ୍ରକାଶ ପାଇଛି। ଇସଲାମୀ ଜାମିଆତ ତୁଲବା (ଆଇଜେଟି) ସଂଗଠନର କର୍ମୀମାନେ ହଠାତ ଉକ୍ତ ଗୃହ ମଧ୍ୟକୁ ପ୍ରବେଶ କରି ହୋଲି ପାଳନ ବନ୍ଦ କରିବାକୁ କହି ଆକ୍ରମଣ କରିଥିଲେ। ଯେଉଁମାନେ ଏଭଳି ପବିତ୍ର ଉତ୍ସବ ପାଳନବେଳେ ଏପରି ଘଟଣା ଘଟାଇଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେଠାକାର ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି।

Advertisment

ସେପଟେ ଏହି ଘଟଣା ସହ କୌଣସି ସମ୍ପର୍କ ନଥିବା ଆଇଜେଟି କହିଛି। ଆଇଜେଟି ମୁଖପାତ୍ର ବାସିକ ନାଏମ କହିଛନ୍ତି ଯେ ଛାତ୍ରଙ୍କୁ ମାରପିଟ୍ ଘଟଣାରେ ଛାତ୍ର ସଂଗଠନ ସମ୍ପୃକ୍ତ ନୁହେଁ। ଆମେ ସମସ୍ତ ଧର୍ମକୁ ସମ୍ମାନ କରୁ ବୋଲି ସେ କହିଛନ୍ତି।

Holi Karachi