Advertisment

ଭୂମିକମ୍ପ ପରେ ଥଣ୍ଡାର କମ୍ପନ, ଗଲାଣି ୯୦୦୦ରୁ ଅଧିକ ଜୀବନ

ଭଗ୍ନାବଶେଷ ତଳୁ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଦ୍ୟତନ ହୋଇଛି
Earthquake and Winter

Earthquake and Winter

Advertisment

ତୁହା କୁ ତୁହା ଭୂମିକମ୍ପ। ଚାରିଆଡେ ହା ହା କାର୍‌। ଜୀବନ ବିକଳରେ ଦୌଡୁଛନ୍ତି ଲୋକେ। ଭୁଶୁଡି ପଡିଛି ବଡ ବଡ କୋଠା ଓ ଅଟ୍ଟାଳିକା। ଭଗ୍ନାବଶେଷ ତଳେ ଚାପି ହୋଇ ରହିଛି ଜୀବନ। ଆଉ କିଛି ଖୋଳା ଆକାଶ ତଳେ କାଟୁଛନ୍ତି ଦିନ। ପ୍ରକୃତିର କରାଳ ରୂପ ଆଁରେ ପଶି ଯାଇଛି ତୁର୍କୀ ଓ ସିରିଆ। ଏବେ ଭୟଙ୍କର ଭୂମିକମ୍ପ ପରେ ବଢ଼ିଛି ଥଣ୍ଡାର କମ୍ପନ। ପ୍ରବଳ ଥଣ୍ଡା ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

Advertisment

ବାରମ୍ବାର ହୋଇଥିବା ଭୂମିକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୯,୫୦୦ ପ୍ରାଣ ହରାଇ ସାରିଲେଣି। ଏବେବି ଅନେକ ଜୀବନ ମୃତ୍ୟୁ ସହ ମାଟିତଳେ କରୁଛନ୍ତି ସଙ୍ଘର୍ଷ। ଭଗ୍ନାବଶେଷ ତଳୁ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ପ୍ରବଳ ଥଣ୍ଡା ଦୁଇ ଦେଶର ଲୋକଙ୍କୁ ଦାଉ ସାଧୁଛି। ଭୂମିକମ୍ପ ଯୋଗୁ ବାସହରା ହୋଇପଡିଥିବା ଲୋକେ ଥଣ୍ଡାରୁ ବଞ୍ଚିବା ପାଇଁ ରାସ୍ତା ଉପରେ ନିଆଁ ଜଳାଇ ନିଜକୁ ଗରମ ରଖିବାକୁ ଚେଷ୍ଟା କରୁଛନ୍ତି।

ସେହିପରି ତୁର୍କୀ ଓ ସିରିଆର ଆଉ କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଓ ତୁଷାରପାତ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କିଛି ରାସ୍ତାଘାଟ ଭୂମିକମ୍ପ ଲାଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଉ କିଛି ରାସ୍ତାରେ ବରଫ ଜମି ରହିଛି। ଫଳରେ ଟ୍ରାଫିକ ଜାମ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

Advertisment

ଭୂକମ୍ପ ପ୍ରଭାବିତ ଲୋକେମାନେ ଅଧିକାଂଶ ମସଜିଦ ଓ ସ୍କୁଲ, ଷ୍ଟାଡିୟମ୍ ତଥା ବସ୍‌ ଭିତରେ ଆଶ୍ରୟ ନେଇଛନ୍ତି। ସେପଟେ ଏହି ବିନାଶକାରୀ ଭୂମିକମ୍ପ ଯୋଗୁ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ମଙ୍ଗଳବାର ୧୦ ଦକ୍ଷିଣପୂର୍ବ ଅଞ୍ଚଳରେ ଆସନ୍ତା ୩ ମାସ ଯାଏଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଏଭଳି ପରିସ୍ଥିତିରେ ତୁର୍କୀକୁ ସହାୟତାର ହାତ ବଢ଼ାଇବା ଲାଗି ଆନେକ ଦେଶ ଆଗେଇ ଆସିଛନ୍ତି। ଆମେରିକା, ଚୀନ୍‌, ଖାଡି ଓ ଭାରତ ଭଳି ଦେଶରେ ଏଥିରେ ସାମିଲ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରମୁଖ ଟେଡ୍ରୋସ ଆଦନୋମ ଘେବ୍ରେୟସସ କହିଛନ୍ତି, ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ଦେଖାରଖା ପ୍ରଦାନ ପାଇଁ ଜରୁରୀକାଳୀନ ଚିକିତ୍ସା ଟିମ୍‌ର ଡବ୍ଲୁଏଚ୍‌ଓ ନେଟ୍‌ଓ୍ୱାର୍କକୁ ସକ୍ରିୟ କରାଯାଇଛି।

ତୁର୍କୀ ବିଶ୍ୱର ସବୁଠୁ ସକ୍ରିୟ ଭୂମିକମ୍ପ ଅଞ୍ଚଳର ମଧ୍ୟରୁ ଗୋଟିଏ। ୧୯୩୯ରେ ମଧ୍ୟ ୭.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ପ୍ରାୟ ୩୩, ୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୯୯ରେ ୭.୪ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏଥିରେ ୧୭,୦୦୦ ଲୋକ ପ୍ରାଣ ହରାଇଥିଲେ। ବିଶେଷଜ୍ଞମାନେ ଦୀର୍ଘ ଦିନ ପୂର୍ବରୁ ଆଗକୁ ଏକ ଭୟଙ୍କର ଭୂମିକମ୍ପ ଆସିବା ନେଇ ଚେତାବନୀ ଜାରି କରିଛନ୍ତି। ଏହି ଭୂମିକମ୍ପ ଇସ୍ତାନବୁଲକୁ ଧ୍ୱଂସ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Earthquake Turkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe