Advertisment

ନିଜ ଅପରେଟରଙ୍କୁ ମାରିଦେଲା କୃତ୍ରିମ ବୁଦ୍ଧି ପରିଚାଳିତ ଦ୍ରୋନ୍‌!

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଯାହା କହିଛନ୍ତି ତାହା ଭୁଲ ନୁହେଁ। ଏବେ ଏପରି ଏକ ଘଟଣା ଘଟିଛି। କୃତ୍ରିମ ବୁଦ୍ଧି ପରିଚାଳିତ ଏକ ଦ୍ରୋନ୍‌ ତାହାର ପରୀକ୍ଷଣ ବେଳେ ନିଜ ଅପରେଟରଙ୍କୁ ମାରି ଦେଇଛି। ଏହି ପରୀକ୍ଷାଟି ଆମେରିକାର ବାୟୁ ସେନା ତରଫରୁ କରାଯାଉଥିଲା। ଏ ସଂପର୍କରେ ରୟାଲ ଏରୋନଟିକାଲ ସୋସାଇଟିରେ ହୋଇଥିବା ଏକ ସମାବେଶରେ ତଥ୍ୟ ପ୍ରକାଶ କରାଯାଇଥିଲା।

AI Operated Drone

AI Operated Drone

Advertisment

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଯାହା କହିଛନ୍ତି ତାହା ଭୁଲ ନୁହେଁ। ଏବେ ଏପରି ଏକ ଘଟଣା ଘଟିଛି। କୃତ୍ରିମ ବୁଦ୍ଧି ପରିଚାଳିତ ଏକ ଦ୍ରୋନ୍‌ ତାହାର ପରୀକ୍ଷଣ ବେଳେ ନିଜ ଅପରେଟରଙ୍କୁ ମାରି ଦେଇଛି। ଏହି ପରୀକ୍ଷାଟି ଆମେରିକାର ବାୟୁ ସେନା ତରଫରୁ କରାଯାଉଥିଲା। ଏ ସଂପର୍କରେ ରୟାଲ ଏରୋନଟିକାଲ ସୋସାଇଟିରେ ହୋଇଥିବା ଏକ ସମାବେଶରେ ତଥ୍ୟ ପ୍ରକାଶ କରାଯାଇଥିଲା।

Advertisment

ପରୀକ୍ଷା ଅନୁସାରେ କୃତ୍ରିମ ବୁଦ୍ଧି ପରିଚାଳିତ ଏହି ଦ୍ରୋନ୍‌ଟି ଶତ୍ରୁ ପକ୍ଷର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାର ଥିଲା। ଏହି ମିଶନ୍‌ ବା ଲକ୍ଷ୍ୟରେ ଯିଏ ବି ଅନ୍ତରାୟ ସୃଷ୍ଟି କରିବ ତାକୁ ମଧ୍ୟ ଧ୍ୱଂସ କରିବାକୁ ଦ୍ରୋନ୍‌କୁ କୃତ୍ରିମ ବୁଦ୍ଧି ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କୃତ୍ରିମ ବୁଦ୍ଧି ବିଶିଷ୍ଟ ଦ୍ରୋନ୍‌ ଏହାର ଅପରେଟରକୁ ମଧ୍ୟ ଏକ ମାନବିକ ଅନ୍ତରାୟ ଭାବେ ଧରିନେଲା ଓ ତାଙ୍କୁ ହତ୍ୟା କଲା। ଏହି ଘଟଣା ଜଣାପଡ଼ିବା ପରେ ଆମେରିକା ବାୟୁ ସେନା ତରଫରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ବାୟୁ ସେନାର ମୁଖପାତ୍ର ଆନ୍ନେ ଷ୍ଟିଫାନେକ୍‌ କହିଛନ୍ତି ଯେ ବାୟୁ ସେନା ଏପରି ଏକ ପରୀକ୍ଷଣ କରିନାହିଁ ଓ ଏ ସଂପର୍କରେ ପରୀକ୍ଷଣ ଦାୟିତ୍ୱରେ ଥିବା କର୍ଣ୍ଣେଲ ଯାହା କହିଛନ୍ତି ତାହାକୁ କଦର୍ଥ କରାଯାଇଛି। ସେ ଉଦାହରଣ ଛଳରେ ଅପରେଟର ହତ୍ୟା ସଂପର୍କରେ କହିଥାଇ ପାରନ୍ତି। ମାର୍କିନ ବାୟୁ ସେନା ସବୁବେଳେ କୃତ୍ରିମ ବୁଦ୍ଧିର ନୀତିନିଷ୍ଠ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାଏ।

ଆମେରିକା ବାୟୁସେନାର କୃତ୍ରିମ ବୁଦ୍ଧି ବା ଏଆଇ ପରୀକ୍ଷଣ ମୁଖ୍ୟ କର୍ଣ୍ଣେଲ ଟକ୍କର ହାମିଲଟନ୍‌ ଗାର୍ଡ଼ିଆନ୍‌ ଗଣମାଧ୍ୟମ ସଂସ୍ଥାକୁ କହିଥିଲେ ଯେ ମିଶନ୍‌ ଆଗରେ ଥିବା ବିପଦକୁ ଆମେ ଚିହ୍ନିତ କରିଥିଲୁ। ମାତ୍ର ବେଳେବେଳେ ସେପରି ବିପଦକୁ ହତ୍ୟା ନକରିବା ପାଇଁ ଆମେ ଦ୍ରୋନ୍‌କୁ ନିର୍ଦ୍ଦେଶ ଦେଇଥିଲୁ। କୃତ୍ରିମ ବୁଦ୍ଧି ସଂପନ୍ନ ଦ୍ରୋନ୍‌ ଧରିନେଲା ଏହା ହେଉଛି ତାହାର ଲକ୍ଷ୍ୟ ହାସଲ ପଥରେ ମାନବିକ ପ୍ରତିବନ୍ଧକ। ତେଣୁ ସେ ତାହାର ଅପରେଟରକୁ ହତ୍ୟା କଲା।

Advertisment

ତେବେ ଜଣାପଡ଼ିଛି ଯେ ଏହି ଅପରେଟର କୌଣସି ମଣିଷ ନୁହେଁ। ମେସିନ ଅପରେଟର କୃତ୍ରିମ ବୁଦ୍ଧି ସଂପନ୍ନ ଦ୍ରୋନ୍‌କୁ ନିର୍ଦ୍ଦେଶ ଦେଇଥିଲା ଯେ ଚିହ୍ନିତ ବିପଦଗୁଡ଼ିକୁ ଧ୍ୱଂସ କରିବ ନାହିଁ। ମାତ୍ର, ଶତ୍ରୁପକ୍ଷର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ପ୍ରୋଗ୍ରାମ ହୋଇଥିବା ଏହି ଦ୍ରୋନ୍‌ ଧରିନେଲା ଯେ ଏହାର ଅପରେଟର ହିଁ ଏହାର ମିଶନ୍‌କୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତିବନ୍ଧକ ହୋଇଛି। ତେଣୁ ସେ ପ୍ରଥମେ ଅପରେଟର ଓ ତା’ ମଧ୍ୟରେ ରହିଥିବା ଯୋଗାଯୋଗ ବ୍ୟବସ୍ଥାକୁ ନଷ୍ଟ କରିଦେଲା। ଏହା ଫଳରେ ଅପରେଟର ଓ ଦ୍ରୋନ୍‌ ମଧ୍ୟରେ ଆଉ କୌଣସି ସଂଯୋଗ ରହିଲା ନାହିଁ। ଏଣୁ ଅପରେଟର ନୂଆ କିଛି ନିର୍ଦ୍ଦେଶ ଦେଇ ପାରିଲା ନାହିଁ। ଏହି ସୁଯୋଗରେ ଦ୍ରୋନ୍‌ ଏହାର ଅପରେଟର ମେସିନକୁ ନଷ୍ଟ କରିଦେଲା।

ଏହି ପରୀକ୍ଷା ବିଫଳତା ପରେ ହାମିଲଟନ୍‌ କହିଛନ୍ତି ଯେ କୃତ୍ରିମ ବୁଦ୍ଧି ପ୍ରଯୁକ୍ତି ଯଦିଓ ସମାଜ ଓ ସେନାରେ ଅନେକ ପରିବର୍ତ୍ତନ ଆଣିପାରୁଛି ତେବେ ଏହାର ବ୍ୟବହାର ନେଇ କିଛି କଟକଣା ଓ ନିୟନ୍ତ୍ରଣ ରହିବା ଉଚିତ। ବିଶେଷକରି କୃତ୍ରିମ ବୁଦ୍ଧିର ନିଷ୍ପତ୍ତି ନେବା କ୍ଷମତା ଉପରେ ଅଙ୍କୁଶ ରହିବା ଦରକାର ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି କୃତ୍ରିମ ବୁଦ୍ଧିର ମଧ୍ୟ ନିଜର ସୀମା ଅଛି ଓ ଏହାକୁ ସହଜରେ ମାନିପୁଲେଟ୍‌ କରିହେବ। ଅର୍ଥାତ ଏଥିରେ ହେରଫେର କରିହେବ।

ଏହି ସମାବେଶରେ ଦିଆଯାଇଥିବା ଏଆଇ ପରୀକ୍ଷଣ ଦୁର୍ଘଟଣାର ତଦନ୍ତ ନେଇ ଆମେରିକାର ବାୟୁସେନା କିମ୍ବା ରୟାଲ ଏରୋନଟିକାଲ ସୋସାଇଟି କୌଣସି ତଥ୍ୟ ପ୍ରଦାନ କରିନାହିଁ।

Air Force Artificial Intelligence Drone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe