Advertisment

ବିଶେଷଜ୍ଞଙ୍କ ଆକଳନ: ୯୯% ଚାକିରି ଖାଇଯିବ AI

୨୦୩୦ ସୁଦ୍ଧା ଏଆଇ ପ୍ରାୟ ୯୯% ଚାକିରି ଖାଇଯିବ। ଏବେ ଅଧିକାଂଶ କମ୍ପାନୀ ଏଆଇ ଉପରେ ନିର୍ଭର କରିବାରେ ଲାଗିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
AI

AI

କୃତ୍ରିମ ବୁଦ୍ଧିମତା ବା ଏଆଇର ସାଂଘାତିକ ପ୍ରଭାବ ଚାକିରିଆଙ୍କ ଉପରେ ପଡ଼ିବ। ୨୦୩୦ ସୁଦ୍ଧା ଏଆଇ ପ୍ରାୟ ୯୯% ଚାକିରି ଖାଇଯିବ। ଏବେ ଅଧିକାଂଶ କମ୍ପାନୀ ଏଆଇ ଉପରେ ନିର୍ଭର କରିବାରେ ଲାଗିଛନ୍ତି।

Advertisment

୨୦୩୦ ସୁଦ୍ଧା ଏଆଇ କର୍ମକ୍ଷେତ୍ରରେ ଥିବା ୯୯% ଲୋକଙ୍କ ଚାକିରି ନେଇଯିବ ବୋଲି ଲୁଇସଭିଲ୍ଲେ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ରୋମାନ ୟାମପୋଲସ୍କି ସତର୍କ କରାଇଛନ୍ତି। ବିଶ୍ୱର ବିଭିନ୍ନ କମ୍ପାନୀ କଷ୍ଟ କଟିଂ ଓ ନିଜର ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଦ୍ରୁତଗତିରେ ଏଆଇ ବ୍ୟବସ୍ଥାକୁ ଆପଣାଉଥିବା ବେଳେ ପ୍ରଫେସର ରୋମାନ ଏପରି ଚେତାବନୀ ସାମ୍ନାକୁ ଆସିଛି।

ପ୍ରଫେସର ରୋମାନଙ୍କ କହିବା କଥା ଯେ କୋଡର ଓ ପ୍ରମୋଟ ଇଞ୍ଜିନିୟରମାନେ ମଧ୍ୟ ଏଆଇ ଲହରରୁ ବର୍ତ୍ତି ପାରିବେ ନାହିଁ। ଏଆଇ ଲହର ପ୍ରାୟ ସବୁ ଚାକିରିକୁ ଖାଇଦେବ। ସେ ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ଆମେ ଏମିତି ଏକ ଦୁନିଆ ଦେଖୁଛେ ଯେଉଁଠାରେ ବେରୋଜଗାରୀ ସ୍ତର ପୂର୍ବରୁ କେବେ ବି ଏମିତି ଦେଖାଯାଇ ନଥିଲେ। ଏଠାରେ ଆମେ ଭୟଭୀତ କଲାଭଳି ୧୦% ବେରୋଜଗାରୀର କଥା କହୁ ନାହୁଁ, ଅଧିକନ୍ତୁ ୯୯% ବେକାରୀ କଥା କହୁଛୁ।” ୨୦୨୭ ସୁଦ୍ଧା ମାନବ ଭଳି କୃତ୍ରିମ ସାଧରଣ ବୁଦ୍ଧିମତା ବା ଏଜିଆଇ ଆସିଯିବ ବୋଲି ସେ କହିଛନ୍ତି।

Advertisment

ଏଜିଆଇ ଆସିବାର ୩ ବର୍ଷ ପରେ ଶ୍ରମ ମାର୍କେଟ ଭୁଶୁଡ଼ି ପଡ଼ିବ। ଏଇଆଇ ଟୁଲ୍ସ ଓ ମାନବଯୁକ୍ତ ରୋବଟ ଦ୍ୱାରା ବିନା ଖର୍ଚ୍ଚରେ କାମ କରାଯିବ। ରୋମାନ କହିଛନ୍ତି, “ଯଦି ମୋତେ ୨୦ ଡଲାର ସବସ୍କ୍ରିସନ କିମ୍ବା ଜଣେ କର୍ମଚାରୀ ଯାହା କରନ୍ତି ତାହା କରିବା ଭଳି ଗୋଟିଏ ମାଗଣା ମଡେଲ ମିଳିଯାଏ ତା’ହେଲେ କ’ଣ ହେବ? ସର୍ବପ୍ରଥମେ କମ୍ପ୍ୟୁଟରରେ ଯେକୌଣସି କାମ ସ୍ୱଂୟକ୍ରିୟ ହୋଇଯିବ। ଏହାପରେ ମୋତେ ଲାଗୁଛି ଯେ ହ୍ୟୁମାନଏଡ଼ ରୋବୋଟ ବା ମଣିଷପ୍ରାୟ ରୋବୋଟ ୫ ବର୍ଷ ଭିତରେ ଆସିଯିବ। ତେଣୁ ପାଞ୍ଚ ବର୍ଷ ପରେ ପୂରା ଶାରୀରିକ ଶ୍ରମ ସ୍ୱଂୟଚାଳିତ ହୋଇଯିବ।”

ପ୍ରଫେସର ରୋମାନ କହିଛନ୍ତି ଯେ ଆୟ, ଷ୍ଟକ୍ରଚର, ଷ୍ଟାଟସ ଓ କମ୍ୟୁନିଟୀ ଭଳି ସୁବିଧା ନିଯୁକ୍ତି ଦେଇଥାଏ। ଯଦି ଚାକିରି ଲୋପ ପାଇଯିବ, ତା’ହେଲେ ସମାଜକୁ ଗୋଟିଏ ସମୟରେ ଉପରୋକ୍ତ ୪ ଜିନିଷକୁ ତିଆରି କରିବାକୁ ପଡ଼ିବ। ସବୁ ଚାକିରି ସ୍ୱଂୟଚାଳିତ ହୋଇଯିବ। ଏହାପରେ ପ୍ଲାନ ବି ନଥିବ। ଆପଣ ପୁନଃ ତାଲିମପ୍ରାପ୍ତ ହୋଇପାରିବେ ନାହିଁ।”

ପ୍ରଫେସର ରୋମାନ ଏକମାତ୍ର ବିଶେଷଜ୍ଞ ଭାବେ ଏଆଇ ଲୋକଙ୍କ ଚାକିରି ଖାଇଯିବ ବୋଲି ଚେତାବନୀ ଦେଇ ନାହାନ୍ତି। ମେ’ ମାସରେ ଅନ୍ଥରୋପିକ ସିଇଓ ଡାରିଓ ଆମୋଡେଇ ମଧ୍ୟ ଆସନ୍ତା ୫ ବର୍ଷ ମଧ୍ୟରେ ଏଆଇ ୫୦% ଚାକିରି ନେଇଯିବ ବୋଲି କହିଥିଲେ।

Artificial Intelligence AI